Loading...

ଆଜିଠୁ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ

Loading...

କଟକ, ୧୭ ଜୁଲାଇ: କଟକର ଜବାହାରଲାଲ୍ ନେହେରୁ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଆନସିପ୍ । ଏଥିପାଇଁ ସବୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଚାମ୍ପିୟାନସିପରେ ଭାଗନେବା ପାଇଁ େଓଲେସ, ସାଉଥ ଆଫ୍ରିକା ଓ ଇଂଲଣ୍ଡ ଦଳ ଓଡିଶାରେ ପହଞ୍ଚିସାରିଛି ।

ତେବେ ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୧୨ଟି ଦେଶ ଭାଗ ନେଉଛନ୍ତି । ଖେଳାଳିମାନେ କଟକରେ ପହଞ୍ଚିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା କଟକ ଡିସିପି କହିଛନ୍ତି ।

Image result for table tennis in cuttackଏଥିସହ ସହରର ବିଭିନ୍ନ ପାଚେରୀରେ ପେଣ୍ଟିଂ କରାଯାଇଛି । ଇଣ୍ଡୋର ଷ୍ଟାଡିୟମରେ ରହିଥିବା ୫ ହଜାର ସିଟକୁ ୩୦ ଜୋନରେ ଭାଗ କରାଯାଇଛି । ଦର୍ଶକମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ପାଇଁ ୮ଟି ଗେଟ୍ ହୋଇଛି । ସେହିପରି ଖେଳାଳି ଓ ଭିଭିଆଇପିଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ଗେଟର ବ୍ୟବସ୍ଥା ରହିଛି ।

ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୋଲିସ୍ ଫୋର୍ସ ନିୟୋଜିତ କରାଯାଇଛି । ସକାଳ ୯ଟାରୁ ରାତି ୧୦ଟା ଯାଏଁ ମ୍ୟାଚ୍ ରହିଥିବାରୁ ୨ଟି ସିଫ୍ଟରେ ପୋଲିସ ସୁରକ୍ଷା ଦାୟିତ୍ୱରେ ରହିବେ । ଦୁଇ ଜଣ ଏଡିପିସି ସୁରକ୍ଷା ତଦାରଖ କରିବେ । ପାର୍କିିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟସ୍ଥା କରାଯାଇଛି ।

କଟକର ବାଲିଯାତ୍ରା ପଡିଆ ଓ ଖ୍ରୀଷ୍ଟିଆନ୍ ପଡିଆରେ ପାର୍କିଂ ବ୍ୟବସ୍ଥା ହୋଇଛି ।

Loading...
Loading...