Loading...

ଆଜି ଇଣ୍ଡିଆ-ଶ୍ରୀଲଙ୍କା ବିଶ୍ୱକପ୍ ମ୍ୟାଚ୍: ବିଜୟ ସହ ଟେବୁଲର ଶୀର୍ଷ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Loading...

ଲିଡ୍ସ: ଚଳିତ ବିଶ୍ୱକପ୍ ଲିଗ୍ ଶନିବାର ଶେଷ ହେବାକୁ ଯାଉଛି । ଇଂଲଣ୍ଡର ଲିଡ୍ସରେ ଭାରତ ତା’ର ଶେଷ ଲିଗ୍ ମ୍ୟାଚରେ ଶୀଲଙ୍କାକୁ ଭେଟିବ । ସେହିଭଳି ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରଲିଆ ଦ.ଆଫ୍ରିକାକୁ ଭେଟିବ । ପଏଣ୍ଟ ଦୃଷ୍ଟିରୁ ଦୁଇଟି ମ୍ୟାଚର ଗୁରୁତ୍ୱ ରହିଛି । ଯଦି ଶ୍ରୀଲଙ୍କାକୁ ଭାରତ ପରାସ୍ତ କରିବା ସହ ଅନ୍ୟ ମ୍ୟାଚରେ ଅଷ୍ଟ୍ରଲିଆ ହାରିଯାଏ ତାହେଲେ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହିବ । ତେବେ ଶ୍ରୀଲଙ୍କା ଓ ଦ.ଆଫ୍ରିକା ପାଇଁ ଏହି ମ୍ୟାଚର କୌଣସି ଗୁରୁତ୍ୱ ନ ଥିଲେ ମଧ୍ୟ ସମ୍ମାନ ପାଇଁ ଉଭୟ ଦଳ ମ୍ୟାଚକୁ ଅକ୍ତିଆର କରିବା ପାଇଁ ଚେଷ୍ଟା କରିବ ।

ଲିଗ୍ ମ୍ୟାଚରେ ଭାରତୀୟ ଦଳ ୮ଟି ମ୍ୟାଚରୁ ୬ଟିରେ ବିଜୟ ହେବା ସହ ଗୋଟିଏ ଡ୍ର ରହିଛି । ଏହି ଦୃଷ୍ଟିରେ ଭାରତୀୟ ଦଳ ୧୩ ପଏଣ୍ଟ ପାଇଛିି । ଦଳର ପ୍ରଦର୍ଶନ ସନ୍ତୋଷଜନକ ଥିଲେ ବି ମଧ୍ୟକ୍ରମ ବ୍ୟାଟିଂ ବିଫଳତା ଟିମ୍ ଇଣ୍ଡଆ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି । ଆଜିର ମ୍ୟାଚ୍ ପରେ ଭାରତ କେଉଁ ଦଳ ବିପକ୍ଷରେ ସେମିଫାଇନାଲ ଖେଳିବ ତାହା ସ୍ପଷ୍ଟ ହୋଇଯିବ । ତେବେ ଅପରାହ୍ନ ୩ଟା ରେ ଭାରତ ଓ ଶ୍ରୀଲଙ୍କା ଇଂଲଣ୍ଡର ଲିଡ୍ସରେ ଭେଟିବେ । ସେହିପରି ମାଞ୍ଚେଷ୍ଟରରେ ଅଷ୍ଟ୍ରଲିଆ ଓ ଦ.ଆଫ୍ରିକା ସନ୍ଧ୍ୟା ୬ଟା ରେ ଭେଟିବେ ।

Image result for kohli vs umpire world cup

ଡିଏଲ ମେଥର୍ଡ ଅନୁଯାୟୀ ୧୫ ଓଭର ସୁଦ୍ଧା ଇଣ୍ଡିଜକୁ ୧୨୦ ରନ୍ କରିବାର ଥିଲା । କିନ୍ତୁ ୯୮ ରନ୍ କରିଥିବାରୁ ଇଣ୍ଡିଜ୍ ୨୨ ରନରେ ପରାସ୍ତ ହୋଇଛି । ଆମେରିକାର ଲଉଡେରହିଲ୍ରେ ଖେଳାଯାଉଥିବା ଏହି ମ୍ୟାଚରେ ରୋହିତ୍ ଶର୍ମା ଓ ଶିଖର ଧାଓନଙ୍କ ଧମାକାଦାର୍ ଆରମ୍ଭ ଦେଖିବାକୁ ମିଳିଥିଲା । ୮ ଓଭର ସୁଦ୍ଧା ଦୁହେଁ ମିଶି ୬୭ ରନ୍ ସଂଗ୍ରହ କରିଥିଲେ ।

ତେବେ ଦ୍ରୁତ୍ ରନ୍ ସଂଗ୍ରହ ଆଶାରେ ଧାଓନ ୧୬ ବଲରେ ୨୩ ରନ୍ କରି ପାଭିଲିୟାନ୍ ଫେରିଯାଇଥିଲେ । ଏହାପରେ ରୋହିତ୍ ଶର୍ମା ୫୧ ବଲରୁ ୬ଟି ଚୌକା ଓ ୩ଟି ଛକା ମାରି ଦଳକୁ ଭଲ ପ୍ରଦର୍ଶନ ଦେଇଥିଲେ । ସେହିପରି କୁନାଲ ପାଣ୍ଡ୍ୟା ୧୩ ବଲରେ ୨ଟି ଛକା ମାରି ୨୦ ରନ୍ କରିବା ସହ ଦୁଇଟି ଓିକେଟ ନେଇଛନ୍ତି । ତେବେ ଗତକାଲି ମ୍ୟାଚରେ ପାଣ୍ଡ୍ୟା ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ହୋଇଛନ୍ତି ।

Loading...
Loading...