Loading...

ଇଟାଲୀର ବିଶ୍ୱବିଦ୍ୟାଳୟ ଦୌଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଦୂତି

Loading...

ଭୁବନେଶ୍ୱର: ଇଟାଲୀ ନାପୋଲୀରେ ଅନୁଷ୍ଠିତ ହୋଇଥିବା ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ଜିତି ଓଡିଶାର ଦୌଡ ରାଣୀ ଦୂତି ଚାନ୍ଦ କେବଳ ଓଡିଶା ନୁହେଁ ଭାରତ ପାଇଁ ଗୌରବ ଆଣିଛନ୍ତି । ମହିଳା ୧୦୦ ମିଟର ଦୌଡରେ ଦୂତି ପ୍ରଥମ ଥର ପାଇଁ ପ୍ରଥମ ସ୍ଥାନ ଅକ୍ତିଆର କରି ଇତିହାସ ସୃଷ୍ଟି କରିଛନ୍ତି । ତେବେ ନାପୋଲୀର ବିଶ୍ୱବିଦ୍ୟାଳୟ କ୍ରୀଡାରେ ଏହା ହେଉଛି ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ।

Image result for dutee chand wins gold

ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଏହା ପୂର୍ବରୁ ଭାରତରେ କୌଣସି ଖେଳାଳି ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ଫାଇନାକୁ ଯାଇ ନ ଥିଲେ । ମଙ୍ଗଳବାର ଖେଳାଯାଇଥିବା ପ୍ରତିଯୋଗିତାରେ ଦୂତି ୧୧.୩୨ ସେକେଣ୍ଡରେ ୧୦୦ମିଟର ଅତିକ୍ରମ କରି ସ୍ୱିଜରଲାଣ୍ଡର ଆଜ୍ଲା ଡେକ ପୋଣ୍ଟେକୁ ପଛରେ ପକାଇ ଦେଇଛନ୍ତି ।

ତେବେ ଦୂତିଙ୍କର ଏହି ସଫଳତା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୂତିଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଏହା ଦେଶ ପାଇଁ ବହୁତ ଗର୍ବର କଥା, ଏହିଭଳି ଉଦ୍ୟମ ଜାରି ରଖ ଏବଂ ଅଲମ୍ପିକରେ ଏହି ସଫଳତାକୁ ଦୋହରାଇବା ପାଇଁ ଚେଷ୍ଟା କର ବୋଲି ରାଷ୍ଟ୍ରପତି ଦୂତିଙ୍କ ଟ୍ୱିଟରରେ କହିଛନ୍ତି ।

ତେବେ ଦୂତି ମଧ୍ୟ ରିଟ୍ୱିଟ କରି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ଅଲମ୍ପିକରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଏଥିସହ ସେ ଏହି ପଦକକୁ ତାଙ୍କ ବିଶ୍ୱବିଦ୍ୟାଳୟ କିଟ୍ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ, ଓଡିଶାବାସୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରୁଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।

Loading...
Loading...