Loading...

ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଏନଆଇଏ ଚଢାଉ, ଆଇଏସଆଇଏସ ସଂଗଠନରେ ସମ୍ପୃକ୍ତ ଥିବା ୫ ଜଣ ବ୍ୟକ୍ତି ଗିରଫ

Loading...

ନୂଆଦିଲ୍ଲୀ: ବୁଧବାର ରାଷ୍ଟ୍ରିୟ ଯାଞ୍ଚ ଏଜେନ୍ସିର ଏକ ଟିମ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ୧୬ ଟି ସ୍ଥାନରେ ଚଢାଉ କରି ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ସୁଚନା ମିଳିଛି । ସେମାନେ ଆଇଏସଆଇଏସ ଆତଙ୍କୀ ସଂଗଠନର ଏକ ଶାଖା ସହ ସମ୍ପୃକ୍ତି ଥିଲେ ବୋଲି କୁହାଯାଉଛି । ‘ହର୍କଡ୍-ଉଲ୍-ହରବ-ଏ-ଇସ୍ଲାମ୍’ ନାମକ ଏକ ନୂତନ ଆଇଏସ୍ଆଇଏସ୍ ସଂଗଠନ ସଂକ୍ରାନ୍ତରେ ସୂଚନା ପାଇବା ପରେ ଚଢ଼ାଉ କରାଯାଇ ଥିଲା।

Related imageଉତ୍ତର ପ୍ରଦେଶ ଏଟିଏସ୍ର ଇନ୍‌ସପେକ୍ଟର୍‌ ଜେନେରାଲ୍ ଅସିମ ଅରୁଣ କହିଛନ୍ତି କି, ଆତଙ୍କ ଦଳ ସହ ସମ୍ପୃକ୍ତ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜଣେ ବ୍ୟକ୍ତିଙ୍କୁ ଆମରୋହାର ଏକ ମଦ୍ରାସାରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଚାରି ଜଣଙ୍କୁ ଅନ୍ୟ ସ୍ଥାନଗୁଡ଼କରୁ ଗିରଫ କରାଯାଇଛି।

Related imageଏହି ଶାଖାର ମୁଖ୍ୟ ସୁହେଲକୁ ଅମରୋହଠାରେ ଗିରଫ କରାଯାଇଥିଲା । ତା ନିକଟରୁ ଗୋଟିଏ ପିସ୍ତଲ ଏବଂ କେତେକ ବିସ୍ଫୋଟକ ସାମଗ୍ରୀ ଜବତ କରାଯାଇଛି ।

Loading...
Loading...