Loading...

ଏବେ ଟାୟାର ନିଜେ ଆପଣଙ୍କୁ କହିବ କେବେ କରିବାକୁ ହେବ ପରିବର୍ତ୍ତନ, ସ୍ମାର୍ଟଫୋନ ଜରିଆରେ ଜାଣିପାରିବେ ସମସ୍ତ ସୂଚନା

Loading...

ଆଜିକାଲିର ଡିଜିଟାଲ ଦୁନିଆରେ ସବୁ ଜିନିଷ ସ୍ମାର୍ଟ ହେବାରେ ଲାଗିଛି। ସ୍ମାର୍ଟଫୋନ, ସ୍ମାର୍ଟୱାଚ୍, ସ୍ମାଟ ଲାଇଟସ୍, ସ୍ମାର୍ଟ ହୋମ କାର ଏବଂ ସ୍ମାର୍ଟ ଟାୟାର୍ସ ମଧ୍ୟ ଆସିଛି। ଆଜ୍ଞା ହଁ ଟାୟାର ନିର୍ମାଣକାରୀ କମ୍ପାନୀ JK ଟାୟାର୍ସ ଏକ ସେନସର ନେଇ ଆସିଛି ଯାହା ଆପଣଙ୍କ ଗାଡିର ସମସ୍ତ ଟାୟାର ଉପରେ ନଜର ରଖିବ ଏବଂ ତାହାର ଧ୍ୟାନ ମଧ୍ୟ ରଖିବ। ତେବେ ଆସନ୍ତୁ ଜାଣିବା ଏହି ଟାୟାର୍ସ ବିଷୟରେ ଅଧିକ କିଛି।

କୌଣସି ବି ଗାଡି ପାଇଁ ତାହାର ଟାୟାର ଠିକ ରହିବା ବହୁତ ଜରୁରୀ ଅଟେ। କାରଣ ଯଦି ଟାୟାର୍ସରେ କୌଣସି ଗଡବଡ ରହିଥାଏ ତେବେ ତାହାର ପ୍ରଭାବ କାରର ପରଫରମାନ୍ସ ଉପରେ ପଡିଥାଏ। ପ୍ରାୟ ସମସ୍ତେ ଟାୟାର ଉପରେ ଧ୍ୟାନ ଦିଅନ୍ତି ନାହିଁ।

Related image

ଏଥିପାଇଁ JK  ଟାୟାର ଏଣ୍ଡ ଇଣ୍ଡଷ୍ଟ୍ରୀଜ ଏକ ଏମିତି ସେନସର ନେଇ ଆସିଛି ଯାହା ଟାୟାରର ଯତ୍ନ ନେବାରେ ସାହାଯ୍ୟ କରିବ। ଏହି ସେନସର ନାକେବଳ ଟାୟାର୍ସର ରକ୍ଷଣାବେକ୍ଷଣା କରିବ ବରଂ ତାହା ଉପରେ ନଜର ମଧ୍ୟ ରଖିବ।

ଜେକେ ଟାୟାର ଟ୍ରୀଲ ଜରିଅଆରେ ଟାୟାରର ପ୍ରେସର ଉପରେ ନଜର ରଖିବା ପ୍ରଣାଳୀ (TPMS) ଉପସ୍ଥାପନା କରିଛି। ଯାହା ସାହାଯ୍ୟରେ ଆପଣ ନିଜର ଟାୟାର୍ସର ରିୟଲ ଟାଇମ ସୂଚନା ପାଇପାରିବେ। କେବଳ ଏତିକି ନୁହେଁ ଏହି ସେନସର ସାହାଯ୍ୟରେ ଆପଣ ଟାୟାର୍ସର ତାପମାନକୁ ମଧ୍ୟ ଜାଣିପାରିବେ।

ଏହି ସେନସର ଟାୟାର ସହିତ ଜଡିତ ସମସ୍ୟାକୁ ପୂର୍ବରୁ ହିଁ ଜାଣିହେବ। ଏହାଦ୍ବାରା ପୂର୍ବରୁ ଆବଶ୍ୟକତାକୁ ପୂରଣ କରାଯାଇପାରିବ। ଟାୟାରରେ କେତେ ପ୍ରେସର ରହିଛି ଏହାର ମଧ୍ୟ ସୂଚନା ପାଇପାରିବେ। ଏହି ସେନସର ଦ୍ବାରା କମ୍ପାନୀ ଘରୋଇ ବଜାରରେ ସ୍ଥିତି ମଜବୁତ ହେବ। କମ୍ପାନୀ ଅନୁସାରେ ଟ୍ରୀଲ ସେନସର ଦେଶରେ ୭୦୦ ଡିଲରଙ୍କ ପାଖରେ ଉପଲବ୍ଧ ରହିଛି।

Loading...
Loading...