Loading...

ଏବେ Royal Enfield ବାଇକ ଆପଣଙ୍କ ପକେଟ ଉପରେ ପଡିବ ନାହିଁ ଭାରୀ, ବହୁତ ଶସ୍ତାରେ କରିବେ ସର୍ଭିସିଂ

Loading...

୩୫୦ସିସିରୁ ଊର୍ଦ୍ଧ ବାଇକ୍ ବନାଇବା ପାଇଁ ଲୋକପ୍ରିୟ କମ୍ପାନୀ ରୋୟାଲ ଏନଫିଲ୍ଡ ବାଇକର ସର୍ଭିସିଂ ଉପରେ ଏବେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ। କମ୍ପାନୀର ନୂଆ ଯୋଜନା ଅନୁଯାୟୀ ସର୍ଭିସିଂ ଖର୍ଚ୍ଚରେ ୪୦ ପ୍ରତିଶତ କମ୍ ଆସିବ। କମ୍ପାନୀ ନିକଟରେ ୩୫୦ସିସି ଏଣ୍ଟ୍ରି ସେଗମେଣ୍ଟରେ କମ୍ ଦାମରେ ନୂଆ ବାଇକକୁ ଲଞ୍ଚ କରିଛି।

ଅଧିକ ଖର୍ଚ୍ଚ ପଡୁଥିଲା ସଭିସିଂରେ

କମ୍ପାନୀ ରୋୟାଲ ଏନପିଲ୍ଡ ମୋଟରସାଇକେଲର ନୂଆ ଗ୍ରାହକଙ୍କୁ ସେବା ଦେବା ପାଇଁ ଏବଂ ସର୍ଭିସିଂ ଖର୍ଚ୍ଚକୁ କମ୍ କରିବା ପାଇଁ ନୂଆ ନିୟମ କରିଛନ୍ତି। ଏହାପରେ ରୋୟାଲ ଏନଫିଲ୍ଡର ବାଇକୁ ସିର୍ଭସ କରିବା ବହୁତ ଶସ୍ତା ହୋଇଯିବ। ଏବେ ପର୍ଯ୍ୟନ୍ତ ରୋୟାଲ ଏନଫିଲ୍ଡ ବାଇକ ମହଙ୍ଗା ହୋଇଥିବା ଏବଂ ସର୍ଭିସିଂ ଖର୍ଚ୍ଚ ଅଧିକ ହେବା କାରଣରୁ ଏହାକୁ କିଣିବାକୁ ଲୋକେ ଡରୁଥିଲେ।

Image result for royal enfield classic 500 2016

ସର୍ଭିସ ଉପରେ ହେବାକୁ ଥିବା ଖର୍ଚ୍ଚରେ ୪୦ ପ୍ରତିଶତ ହ୍ରାସ

କମ୍ପାନୀ ନିଜର ସମସ୍ତ ଅଥରାଇଜଡ୍ ସର୍ଭିସ ସେଣ୍ଟରରେ ନୂଆ ଟେକ୍ନୋଲୋଜୀ ମୁତାବକ ସର୍ଭିସ କରିବା ଆରମ୍ଭ କରିଦେଲେଣି। ଏବେ ସର୍ଭିସିଂ ସମୟରେ ନୂଆ ପ୍ରକାରର ସେମି-ସେନ୍ଥେଟିକ ତେଲର ବ୍ୟବହାର କରାଯିବ। ଏହାଦ୍ବାରା ନା କେବଳ ଅଏଲ ଚେଞ୍ଜ କରିବାର ଅନ୍ତରାଳ ବଢ଼ିବ ବରଂ ସର୍ଭିସ ମଧ୍ୟ ଜଲଦି କରିବାକୁ ହେବନାହିଁ। ବୁଲେଟ,କ୍ଲାସିକ ଏବଂ ଥଣ୍ଠବର୍ଡରେ ୩ ମାସ କିମ୍ବା ୩୦୦୦ କିମିରେ ସର୍ଭିସ କରିବାକୁ ହୋଇଥାଏ।

ଏହି ଟେକ୍ନୋଲୋଜୀ ପରେ ବର୍ତ୍ତମାନ ୬ମାସରେ ୫୦୦୦ କିମି ଉପରେ ସର୍ଭିସ କରିବାକୁ ହେବ। ଏହାଦ୍ବାରା ସର୍ଭିସ ସମୟରେ ହେଉଥିବା ଖର୍ଚ୍ଚରେ ୪୦ ପ୍ରତିଶତ କମ୍ ଆସିବ।

Related image

୧୨ ମାସ କିମ୍ବା ୧୦,୦୦୦ କିମିରେ ବଦଳାଇବେ ଅଏଲ

ସେହିଭଳି ଅଏଲ ମଧ୍ୟ ୬ ମାସ/୫୦୦୦ କିମି ବଦଳରେ ୧୨ ମାସ/୧୦,୦୦୦ କିମି ପରେ ବଦଳାଇବାକୁ ହେବ। ଯାହାଦ୍ବାରା ତିନି ବର୍ଷରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ସର୍ଭିସିଂ କଷ୍ଟ କମ୍ ଆସିବ। ନୂଆ ସର୍ଭିସିଂ ଇମପ୍ରୁଭମେଣ୍ଟ ପ୍ରାଗ୍ରାମ ବୁଲେଟ, କ୍ଲାସିକ ଏବଂ ଥଣ୍ଡରବର୍ଡ ଉପରେ ଲାଗୁ ହେବ। ଏହାସହିତ କମ୍ପାନୀ ୨୫୦ ନୂଆ ରୋୟାଲ ଏନଫିଲ୍ଡ ଷ୍ଟୁଡିଓ ଷ୍ଟୋର ଖୋଲିବାର ଘୋଷଣା ମଧ୍ୟ କରଛନ୍ତି।

Image result for royal enfield classic 500 2016

କମ୍ପାନୀ ଲଞ୍ଚ କରିଛି ନୂଆ ବାଇକସ୍

ସେହିଭଳି କମ୍ପାନୀ ନିକଟରେ ଏଣ୍ଟ୍ରି ଲେବଲ ବୁଲେଟ ପ୍ଲାଟଫର୍ମରେ ନୂଆ ମଡେଲ ଲଞ୍ଚ କରିଥିଲା ଏବଂ ବୁକିଂ ମଧ୍ୟ ଆରମ୍ଭ କରିସାରିଲାଣି। ରୋୟାଲ ଏନଫିଲ୍ଡ 350X ଏବଂ ରୋୟାଲଏନଫିଲ୍ଡ ES 350Xର ଦାମ ରେଗୁଲାର ଭେରିୟଣ୍ଟସରୁ ୧୦ହଜାର ଟଙ୍କା କମ୍ ରଖାଯାଇଛି। Bullet 350X ଦିଲ୍ଲୀର ଏକ୍ସ-ଶୋରୁମର ଦାମ ୧.୧୨ ଲକ୍ଷ ଟଙ୍କା ଏବଂ Bullet ES 350Xର ଦାମ ୧.୩୫ ଲକ୍ଷ ଟଙ୍କା ରଖାଯାଇଛି।

Loading...
Loading...