Loading...

ଏସବିଆଇ ଗ୍ରାହକଙ୍କୁ ଝଟକା: ଏଟିଏମରୁ ଗୋଟିଏ ଦିନରେ ଉଠାଇ ପାରିବେ କେବଳ ୨୦ ହଜାର ଟଙ୍କା

0

ନୁଆଦିଲ୍ଲୀ: ପର୍ବ-ପର୍ବଣିର ଋତୁ ଆରମ୍ଭ ହେବା ପୁର୍ବର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ଝଟକା ଦେଇଛି । ଏଟିଏମରୁ ଟଙ୍କା ଉଠଉାଣକୁ ନେଇ ଆଜି ଏସବିଆଇ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି । ଏସବିଆଇ ଖାତାଧାରକ ଏଣିକି ଏଟିଏମରୁ ଗୋଟିଏ ଦିନରେ କେବଳ ୨୦,୦୦୦ ଟଙ୍କା ଉଠାଇ ପାରିବେ । ବର୍ତ୍ତମାନ ଏହି ସୀମା ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ ନୁଆ ନିୟମ ଆସନ୍ତା ଅକ୍ଟୋବର ୩୧ ଠାରୁ ଲାଗୁ କରାଯିବ ।

ସୂଚନା ମୁତାବକ ଏଟିଏମ ଟ୍ରାନଜାକ୍ସନ ସମୟରେ ଘଟୁଥିବା ବିଭିନ୍ନ ଧୋକାଧାଡି କୁ ରୋକିବା ପାଇଁ ଏବଂ ଡିଜିଟାଲ କ୍ୟ।।ସଲେସ ଟ୍ରାନଜାକ୍ସନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଏସବିଆଇ ପକ୍ଷରୁ ଏଭଳି ନିଶ୍ପତି ନିଆଯାଇଛି । କ୍ଲାସିକ ଓ ମେଟ୍ରୋ ପ୍ଲାଟଫର୍ମ ଉପରେ ଜାରୀ କରାଯାଇଥିବା ଡେବିଟ ର୍କାର୍ଡରେ ମଧ୍ୟ ଟଙ୍କା କାଢିବାର ସୀମା ପରିବର୍ତନ କରାଯାଇଛି ।

Related image

ବର୍ତ୍ତମାନ ଏଟିଏମରୁ ଦୈନିକ ଟଙ୍କା ଉଠାଣ ସୀମା 40 ହଜାର ଟଙ୍କା ରହିଛି । ଏସବିଆଇ ପକ୍ଷରୁ ଶାଖାଗୁଡ଼ିକୁ ପଠାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ଏଟିଏମ ଟ୍ରାନଜାକ୍ସନକୁ ନେଇ ଘଟୁଥିବା ବିଭିନ୍ନ ମାମଲାକୁ ଭିତ୍ତି କରି ଏବଂ ଡିଜିଟାଲ-କ୍ୟାସଲେସ ଟ୍ରାନଜାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଟଙ୍କା ଉଠାଇବାର ସୀମାକୁ ହ୍ରାସ କରିବାକୁ ବ୍ୟାଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Related image

ଉଭୟ କ୍ଲାସିକ୍ ଏବଂ ମେଟ୍ରୋ ପ୍ଲାର୍ଟଫର୍ମରେ ଜାରି କରାଯାଇଥିବା ଡେବିଟ କାର୍ଡରୁ ବି ଟଙ୍କା ଉଠାଣ ସୀମାକୁ ହ୍ରାସ କରାଯାଇଛି । ତେବେ ବ୍ୟାଙ୍କର ଏହି ନିଷ୍ପତ୍ତି ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଲାଗୁ କରିଦିଆଯିବ ।  ଏହି ପଦକ୍ଷେପ ଫଳରେ ପାର୍ବଣ ଋୁତୁରେ ଲୋକେ ଟଙ୍କା ଉଠାଣ ବଦଳରେ ଡିଜିଟାଲ୍ କାରବାର ଉପରେ ଗୁରୁତ୍ବ ଦେବେ। କେବଳ ସେତିକି ନୁହେଁ, ଏଟିଏମ୍ ଟଙ୍କା ଉଠାଣ କମିଲେ ଡେବିଟ୍ କାର୍ଡ ନେଇ ହେଉଥିବା ଜାଲିଆତି ମଧ୍ୟ କମିବ ବୋଲି ବ୍ୟାଙ୍କ ପକ୍ଷରୁ ଆକଳନ

ଏସବିଆଇର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଯେଉଁ ଗ୍ରାହକ ମାନଙ୍କୁ ଅଧିକ ଟଙ୍କା ଉଠାଇବାକୁ ପଡିଥାଏ ସେମାନେ ବ୍ୟାଙ୍କର ଅନ୍ୟ କାର୍ଡ ବ୍ୟବହାର କରିପାରିବେ ।

Loading...