Loading...

ଏହି କାରଣରୁ ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ ହୋଇଛି

Loading...

ନୂଆଦିଲ୍ଲୀ : ୨୦୧୬ ମସିହା ନଭେମ୍ବର ୮ ତାରିଖରେ ନୋଟବନ୍ଦୀ ପରେ ୧୦ ତାରିଖରେ ଭାରତୀୟ ମୁଦ୍ରା ବଜାରକୁ ଆସିଥିବା ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରାଯାଇଛି । ଗୁରୁବାର ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହାର ପୃଷ୍ଟି କରିଛନ୍ତି । ବଜାରରେ ଅତ୍ୟାଧିକ ମାତ୍ରାରେ ୨୦୦୦ ଟଙ୍କିଆ ନୋଟ୍ ଉପଲବ୍ଧ ଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି ।

ଆନୁମାନିକ ଆବଶ୍ୟକତା ଅନୁଯାୟୀ ନୋଟ୍ ଛାପିବାର ଯୋଜନା ପ୍ରସ୍ତୁତ କରାଯାଏ । ତେବେ ୨୦୦୦ ଟଙ୍କିଆ ନୋଟ୍ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି । ମୁଲ୍ୟ ଆଧାରରେ ଯେତିକି ନୋଟ୍ ପ୍ରଚଳିତ ହେବା କଥା ତା ତୂଳନାରେ ବର୍ତ୍ତମାନ ୩୫ ପ୍ରତିଶତ ଅଧିକ ୨୦୦୦ ଟଙ୍କିଆ ନୋଟ୍ ରହିଛି । ତେଣୁ ବର୍ତ୍ତମାନ ପାଇଁ ୨୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରାଯାଇଥିବା ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ସୁଚନା ଦେଇଛନ୍ତି ।

Image result for 10 crore indian rupees

ଭାରତୀୟ ରିଜର୍ଭ ବ୍ୟାଙ୍କ କହିବା ମୁତାବକ ଏଟିଏମରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନଥିବାରୁ ବଜାରରୁ ୨୦୦୦ ଟଙ୍କିଆ ନୋଟ ଗାୟବ ହୋଇଯାଉଛି। ଝାରଖଣ୍ଡରେ ପ୍ରାୟ ୭୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ବଜାରରୁ ଶୂନ୍ୟ ହୋଇ ଯାଇଥିବା ଖବର ମିଳୁଛି । ରାଜ୍ୟରେ ୩.୪୭ ଲକ୍ଷ ଟଙ୍କା ଚାଲୁଥିବା ପରେ ମଧ୍ୟ ୨୦୦୦ ଟଙ୍କିଆ ନୋଟର ଘୋର ଅଭାବ ଦେଖିବାକୁ ମିଳୁଛି।

ଭାରତର ଅନ୍ୟ ସବୁ ରାଜ୍ୟ ଭଳି ଝାଡ଼ଖଣ୍ଡରେ ମଧ୍ୟ ନୋଟବନ୍ଦୀ ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ବ୍ୟାଙ୍କ କର୍ମଚାରୀଙ୍କ କହିବାନୁସାର ନୋଟବନ୍ଦୀ ସମୟରେ ବଜାରକୁ ଯେତେ ପରିଣାମରେ ୨୦୦୦ ଟଙ୍କିଆ ନୋଟ ଆସିଥିଲା ସେଥିରୁ ପ୍ରାୟ ୭୦%ର ପତା ମିଳୁନାହିଁ। ଯାହାକୁ ଗଣିଲେ ୧.୪୭ ଲକ୍ଷ କୋଟି ଟଙ୍କା ହେବ।

Image result for 10 crore indian rupees

ନଭେମ୍ବର ୨୦୧୬ ରେ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ର ବ୍ୟବହାର ଉପରେ ରୋକ ଲଗାଇଥିଲେ । ଏହା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ଜାରୀ କରାଯାଇଥିଲା ।

ଦେଶର ଚାରୋଟି ପ୍ରେସରେ ଦିନରାତି ନୋଟ ଛାପାଯିବା କାର୍ଯ୍ୟକ୍ରମ ଚାଲିଛି। ନାସିକରେ କାଳି ଶେଷ ହୋଇଯିବାରୁ ନୋଟ୍‌ ନଛପିବା ଭଳି ଖବର ଆସିଛି। ନାସିକର ଏକ ପ୍ରେସରେ କାଳି ଶେଷ ହୋଇଯିବା ପରେ ୨୦, ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ଛାପିବା ବନ୍ଦ ହୋଇଯାଇଛି।

Loading...
Loading...