Loading...

ଖଳାନାୟିକା ସାଜିଥିଲେ ହେମା ମାଳିନୀ, ନଷ୍ଟ କରିଦେଇଥିଲେ ଶାହାରୁଖ୍ ଏବଂ ଗୌରୀଙ୍କ ବିବାହର ପ୍ରଥମ ରାତି

Loading...

୨୫ ଅକ୍ଟୋବରରେ ନିଜର ୨୭ ତମ ବିବାହ ବାର୍ଷିିକି ପାଳନ କରିବେ ଶାହାରୁଖ୍ ଏବଂ ଗୌରୀ । ୧୯୯୧ ରେ ଏହି ଦିନ ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ହେଲେ ସବୁଠାରୁ ମଜାକଥା ହେଉଛି ସେମାନଙ୍କ ବିବାହର ପ୍ରଥମ ରାତି କଟିଥିଲା ଫିଲ୍ମର ସେଟରେ । ଆଉ ଏହାର କାରଣ ଥିଲେ ଡ୍ରିମଗର୍ଲ ହେମା ମାଳିନୀ ।

ଘଟଣାଟି ହେଉଛି ସିନେମା ଦିଲ୍ ଆସନା ହୈ ସମୟର । ତେବେ ଗୌରୀଙ୍କୁ ବିବାହ କରି ଘରକୁ ଆଣିବା ପରେ ହେମା ମାଳିନୀ ଶାହାରୁଖଙ୍କୁ ଫୋନ୍ କରି କହିଥିଲେ ତୁମେ ଚାହିଁବ ଯଦି ସୁଟିଂ ପାଇଁ ଆସିପାରିବ । କାରଣ ସିନେମାର ଉଭୟ ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଦାୟିତ୍ୱରେ ଥିଲେ ହେମା ମାଳିନୀ । ଶାହାରୁଖ୍ ମଧ୍ୟ ସଙ୍ଗେ ସଙ୍ଗେ ରାଜି ହୋଇଗଲେ । କାରଣ ସେ ଏକଥା ଭାବି ଖୁସିଥିଲେ ଯେ ହେମା ମାଳିନୀଙ୍କୁ ଦେଖି ଗୌରୀ ବହୁତ ଖୁସି ହେବେ ।

Image result for wedding shahrukh khan wife

ଗୌରୀଙ୍କୁ ସାଥିରେ ଧରି ସୁଟିଂ ସେଟରେ ପହଂଚିଥିଲେ ଶାହାରୁଖ୍ । କିନ୍ତୁ ସେଟରେ ହେମା ମାଳିନୀ ନଥିଲେ , ଥିଲେ କିଛି ଆସିଷ୍ଟାଣ୍ଟ ଡାଇରେକ୍ଟର । ତେବେ ସେମାନେ ଶାହାରୁଖଙ୍କୁ କହିଥିଲେ ଖୁବ୍ ଶୀଘ୍ର ସେଟରେ ହେମା ମାଳିନୀ ଆସି ପହଂଚିବେ । ଆଉ ଷ୍ଟୁଡିଓର ଗୋଟିଏ ରୁମରେ ଗୌରୀଙ୍କୁ ସାଥିରେ ଧରି ହେମା ମାଳିନୀଙ୍କୁ ଅପେକ୍ଷା କଲେ ଶାହାରୁଖ୍ ।

ରାତି ପ୍ରାୟ ୧୧ଟା ସମୟରେ ଗୌରୀଙ୍କୁ ମେକଅପ୍ ରୁମରେ ଛାଡି ସୁଟିଂ ପାଇଁ ଚାଲିଗଲେ ଶାହାରୁଖ । ପ୍ରାୟ ରାତି ୨ଟା ଯାଏଁ ସୁଟିଂ ଚାଲିଲା । ହେଲେ ସେଯାଏଁ ଆସିନଥିଲେ ହେମା ମାଳିନୀ ।

ତେବେ ସୁଟିଂ ସାରି ଫେରି ଶାହାରୁଖ୍ ଦେଖିଲେ ଭାରି ଶାଢୀ ଏବଂ ଗହଣାରେ ଲଦି ହୋଇ ଗୋଟିଏ ଲୁହା ଚୌକିରେ ବସିଛନ୍ତି ଗୌରୀ । ଗୌରୀଙ୍କ ଏପରି ଅବସ୍ଥା ଦେଖି ଶାହାରୁଖଙ୍କୁ ଖୁବ୍ ଖରାପ ଲାଗିଥିଲା । ହେଲେ କରିବେ କଣ ? ନାଚାର ଥିଲେ କିଙ୍ଗ୍ ଖାନ୍ । ତାହା ତାଙ୍କ ଷ୍ଟ୍ରଗଲ୍ ସମୟ ଥିଲା ନା ।

Loading...
Loading...