Loading...

ଜାଣନ୍ତୁ କାହିଁକି କାରରେ ଲାଗେ ନିଆଁ ? ନିଜକୁ ରକ୍ଷା କରିବା ପାଇଁ ଧ୍ୟାନରେ ରଖନ୍ତୁ ଏହି ଜରୁରୀ କଥା

Loading...

ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କାରରେ ନିଆଁ ଲାଗିବା ଘଟଣା । ଯାହାକୁ ନେଇ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି । ଆଉ ଯାହାର ଉତ୍ତର ବୋଧେ କାହା ପାଖରେ ନାହିଁ । ପ୍ରକୃତରେ କାହିଁକି ହଠାତ୍ ଚଳନ୍ତା କାରରେ ଲାଗିଯାଉଛି ନାହିଁ । ଏଭଳି ଘଟଣା କାହିଁକି ଦିନକୁ ଦିନ ବଢିବାରେ ଲାଗିଛି । କଣ ଏସବୁର ଦାୟୀ କାର୍ ଚାଳକ ନିଜେ ନା ଆଉ କିଛି । ଯଦି ଆପଣଙ୍କ ଜଣାଇବୁ । ଯେମତି ଆପଣଙ୍କ ବି ହୋଇ ନଯାଆନ୍ତୁ ଏହି ଦୁର୍ଘଟଣାର ଶିକାର ।

କେଉଁ କାର୍ ହୋଇଥାଏ ସବୁଠାରୁ ଅଧିକ ଦୁର୍ଘଟଣାର ଶିକାର :

କାରକୁ ଶସ୍ତାରେ ଚଲାଇବା ପାଇଁ ଲୋକମାନେ ଏଥିରେ ସିଏନଜି କିମ୍ବା ଏଲପିଜି ଲଗାଇ ବ୍ୟବହାର କରନ୍ତି । ଯାହା ଦ୍ୱାରା କାରରେ ନିଆଁ ଲାଗିବା ବିପଦ ଅନେକ ଗୁଣ ବଢିଯାଇଥାଏ ।

Related image

ଏହା ଆମେ ଏଥିପାଇଁ କହୁଛି କାରଣ ନିଆଁ ଲାଗିଥିବା କାରମାନଙ୍କ ମଧ୍ୟରେ ଏହିି କାରର ସଂଖ୍ୟା ଅଧିକ । ଯଦି ଆପଣ ବି ସିଏନଜି କାର୍ ଚଲାଇବା ସଉକ୍ ରଖୁଛନ୍ତି ତେବେ ରେକ୍ଟୋଫିଟେଡ୍ ସ୍ଥାନରେ କମ୍ପାନୀ ଫିଟେଡ୍ ସିଏନଜି କାରକୁ ଅଧିକ ପ୍ରାଥମିକତା ଦିଅନ୍ତୁ । କିଛି ଟଙ୍କା ବଂଚାଇବା ଚକ୍କରରେ ନିଜ ଜୀବନ ସହ ଖେଳନ୍ତୁ ନାହିଁ ।

କଣ ହୋଇଥାଏ କାରଣ :

ଅନେକ ସମୟରେ ଦେଖିଥିବେ କାର୍ ଚଲାଇବା ସମୟରେ ଚାଳକ ହାତରେ ସିଗାରେଟ୍ ଥାଏ । ଷ୍ଟିୟରିଂରେ ସର୍ବଦା ଦୁଇ ହାତ ରହିବା ଉଚିତ୍ । ଏମିତିରେ ଯଦି ହାତରେ ସିଗାରେଟ୍ ଅଛି ଆଉ ସେହି ହାତରେ ଷ୍ଟିୟରିଂ ସମ୍ଭାଳୁଛନ୍ତି ଆଉ ଭୁଲରେ ସିଗାରେଟ୍ କାରରେ ପଡିଗଲେ ନିଆଁ ଲାଗିଯାଇପାରେ । କାରଣ ଗାଡି ଭିତରେ ଏମିତି ଅନେକ ଜିନିଷ ଅଛି ଯେଉଁଥିରେ ତୁରନ୍ତ ନିଆଁ ଧରିବାର ସମ୍ଭାବନା ଅଧିକ ଥାଏ ।

Related image

ସେହିପରି ଅଧିକାଂଶ ଲୋକ ସିଗାରେଟ୍ ଅଧା ଟାଣି ବାକି ଅଂଶ ରାସ୍ତା ଉପରେ ଫିଙ୍ଗି ଦିଅନ୍ତି , ଯେଉଁଥିରେ ନିଆଁ ଥିବାର ଦେଖାଯାଏ ମଧ୍ୟ । ଏହି ସିଗାରେଟ୍ ଯୋଗୁଁ ପଛରେ ଆସୁଥିବା ଗାଡିରେ ନିଆଁ ଲାଗିପାରେ । ଏହା ଏଥିପାଇଁ ଜରୁରୀ ନାହିଁ ଯେ ଗାଡିରେ ପେଟ୍ରୋଲ୍ ଟ୍ୟାଙ୍କ୍ ଠିକ୍ ଥିବ । ଅନେକ ସମୟରେ ଅନେକ ଗାଡିରୁ ପେଟ୍ରୋଲ୍ ଲିକ୍ କରୁଥାଏ । ଆଉ ଏମିତିରେ ସିଗାଟେଟ୍ କାଫି ହୋଇଥାଏ ନିଆଁ ଲଗାଇବା ପାଇଁ ।

Related image

ସେହିପରି ନିଆଁର ଆଉ ଏକ କାରଣ ହୋଇଥାଏ ତାର । ତେଣୁ ସମୟ ସମୟରେ କାରର ୱାୟରିଙ୍ଗ୍ ନିଶ୍ଚିତ ବଦଳାନ୍ତୁ । ଯଦି ଗାଡି ଭିତରେ କେବେ କିଛି ପୋଡିବାର ଗନ୍ଧ ଆସେ ତେବେ ତୁରନ୍ତ ଗାଡିକୁ ସାଇଡ୍ କରି ଚେକ୍ କରନ୍ତୁ । କେବେ ବି ଡ୍ରାଇଭିଙ୍ଗ୍ ସମୟରେ ଗାଡିରେ ପେଟ୍ରୋଲ୍ କିମ୍ବା ଗ୍ୟାସ୍ ସିଲିଣ୍ଡର ଭଳି ଜଳନଶୀଳ ବସ୍ତୁ ରଖନ୍ତୁ ନାହିଁ ।

ଗାଡିରେ ନିଆଁ ଲାଗିଲେ ସେଣ୍ଟ୍ରାଲ୍ ଲକ୍ ଆପେ ଆପେ ଜାମ୍ ହୋଇଯାଏ । ତେଣୁ ଏମର୍ଜେନ୍ସି କାଚ ଭାଙ୍ଗିବା ପାଇଁ ନିଜ କାରରେ ସର୍ବଦା ଏକ ହତିଆର୍ ରଖନ୍ତୁ । ଯାହା ଫଳରେ କୌଣସି ଦୁର୍ଘଟଣା ସମୟରେ ନିଜକୁ ଏବଂ କାରରେ ଥିବା ଲୋକଙ୍କୁ ରକ୍ଷା କରିପାରିବେ ।

Loading...
Loading...