Loading...

ଜାଣିଛନ୍ତି କି କୌଣସି ଷ୍ଟାରଙ୍କ ବିବାହକୁ ଗଲେ ସେଲିବ୍ରିଟିମାନେ କେତେ ଟଙ୍କା ଉପହାରରେ ଦିଅନ୍ତି ? ଆପଣ ବି ଲାଜ କରିବେ ଏତେ କମ୍ ଦେବାକୁ

0

ଆପଣ ଲୋକଙ୍କ ବିବାହ ଉତ୍ସବକୁ ତ ଯାଉଥିବେ ନିଶ୍ଚୟ । ଏହା ମଧ୍ୟ ନିଶ୍ଚିତ ଯେ ଆପଣ ଖାଲି ହାତରେ କେବେ ଯାଉନଥିବେ । ନୂଆ କରି ସଂସାର ଗଢିବାକୁ ଯାଉଥିବା ବର-କନ୍ୟାଙ୍କ ପାଇଁ ନିଶ୍ଚୟ ଭାବେ କିଛି ଉପହାର କିମ୍ବା ବନ୍ଦ ଲଫାଫାରେ କିଛି ଟଙ୍କା ଦେଇଆସୁଥିବେ । ତେବେ ଆପଣ କେବେ ଭାବିଛନ୍ତି କି ଷ୍ଟାରମାନେ ଯେତେବେଳେ ବିବାହ କରନ୍ତି ଏବଂ ଅନ୍ୟ ଷ୍ଟାର୍ ତଥା ସେଲିବ୍ରିଟିମାନେ ତାଙ୍କ ବିବାହ ଉତ୍ସବରେ କ’ଣ ଉପହାର ଦେଉଥିବେ ?

ଯଦି ସେମାନେ ମଧ୍ୟ ବନ୍ଦ ଲଫାଫାରେ ଟଙ୍କା ଦେଇଆସୁଥିବେ ତେବେ ସେମାନେ କେତେ ଟଙ୍କା ଦେଉଥିବେ ?

Image result for amitabh bachchan virat kohli

ତେବେ ସମସ୍ତେ ଭାବନ୍ତି ସେଲିବ୍ରିଟିମାନେ ନିଶ୍ଚୟ ଅଧିକ ଟଙ୍କା ଦେଉଥିବେ । କିନ୍ତୁ ଏହି ସମ୍ବନ୍ଧରେ ବଲିଉଡର ମହାନାୟକ ତଥା ବିଗ୍ ବି ଯେତେବେଳେ ଖୁଲାସା କଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଆସନ୍ତୁ ଜାଣିବା ସେ କ’ଣ କହିଲେ .  .

KBC ୧୦ର ଗ୍ରାଣ୍ଡ ଫିନାଲେ ସମୟରେ ବିଗ୍ ବି ଏମିତି ଏକ ରାଜ୍ ଖୋଲିଲେ ଯେ ସମସ୍ତେ କାବା ହୋଇଗଲେ । ଆପଣଙ୍କୁ କହିରଖୁଛୁ କି ଯେତେବେଳେ କୌଣସି ଷ୍ଟାରଙ୍କ ବିବାହ ହୋଇଥାଏ ସେତେବେଳେ ଜୁନିୟର କଳାକାର କିମ୍ବା ମେକଅପ ମ୍ୟାନଙ୍କ ସାମ୍ନାରେ ସମସ୍ୟା ଦେଖାଦିଏ ଯେ ଲଫାଫାରେ କେତେ ଟଙ୍କା ଦିଆଯିବ ?

Image result for amitabh bachchan virat kohli

ଏହା ସମ୍ପର୍କରେ ବିଗ୍ ବି କୁହନ୍ତି ଯେ ଏହା ଉପରେ ବିଚାର କରି ଏକ ନିୟମ ହେଲା ଯେ ଯେତେବେଳେ ବି କୌଣସି ଷ୍ଟାରଙ୍କ ବିବାହ ହେବ ତେବେ ଫିଲ୍ମ ଜଗତର କୌଣସି ବି କଳାକାର ଯିବ ତେବେ ସେ ୧୦୧ ଟଙ୍କା ଲଫାଫାରେ ଦେବ ।

ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ । ନିଜ ପର୍ସନାଲ ଇଛା ନେଇ ବିଗ୍ ବି କୁହନ୍ତି ତାଙ୍କୁ ଫୁଲତୋଡା ନେଇ ଯିବାକୁ ପସନ୍ଦ । ମାତ୍ର ପତ୍ନୀ ଜୟାଙ୍କୁ ଫୁଲ ତୋଡା ନେଇ ଯିବାକୁ ପସନ୍ଦ ଆସେନି କାରଣ ସେ କୁହନ୍ତି ଯେ ପରେ ସମସ୍ତେ ଫୁଲତୋଡାକୁ ଫୋପାଡି ଦିଅନ୍ତି ।

Loading...