Loading...

ଜିତୁ ମିତ୍ରଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ , ଶ୍ରୀ ମିତ୍ରଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା

0

ମୁମ୍ବାଇ ଠାରେ ଚିକିତ୍ସିତ ହେଉଥିବା ଖୋରଧା ବିଧାୟକ ଜିତୁ ମିତ୍ରଙ୍କୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି । ଏଥି ସହିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଏବଂ ମୁମ୍ବାଇର ପୂର୍ବତନ ପୁଲିସ୍‍ କମିଶନର ତଥା ବରିଷ୍ଠ ବିଜେଡି ସଦସ୍ୟ ଅରୁପ ପଟ୍ଟନାୟକ ମଧ୍ୟ ଶ୍ରୀ ମିତ୍ରଙ୍କୁ ସାକ୍ଷାତ କରିଛନ୍ତି ।

ବିଧାୟକ ଶ୍ରୀ ମିତ୍ର ଗତ କିଛି ଦିନ ହେଲା ମୁମ୍ବାଇର କୋକିଳାବେନ୍‍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଆଜି ହସ୍ପିଟାଲକୁ ଯାଇ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିଧାୟକ   ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

ସେହିଭଳି ଶ୍ରୀ ପଟ୍ଟନାୟକ ଡାକ୍ତରଖାନାରେ ଶ୍ରୀ ମିତ୍ରଙ୍କୁ ସାକ୍ଷାତ କରିବା ସହିତ କୋଣାର୍କ ଟ୍ରଷ୍ଟ ପକ୍ଷରୁ ମୁମ୍ବାଇ ଠାରେ ଶ୍ରୀ ମିତ୍ର ଓ ତାଙ୍କ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ଦାସ ଚିକିତ୍ସାଧିନ ବିଧାୟକ ଶ୍ରୀ ମିତ୍ରଙ୍କୁ ସାକ୍ଷାତ କରିବା ସହିତ ଓଡିଶାର ଗରିବ ରୋଗୀମାନେ ଯେଭଳି ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ସେଥିପାଇଁ ଲୀଳାବତୀ, କୋକିଳାବେନ ଓ ଟାଟା ମେମୋରିଆଲ ଭଳି ଡାକ୍ତରଖାନା ଗୁଡିକୁ ଅନୁଧ୍ୟାନ କରୁଥିବା ଜଣାଯାଇଛି । ଗତକାଲି ମନ୍ତ୍ରୀ ଶ୍ରୀ ଦାସ ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଭେଟି ମଧ୍ୟ ଆଲୋଚନା କରିଥିଲେ ।

Loading...