Loading...

ଦୀପିକା ପାଦୁକନ ହେଲେ ଦୁନିଆର ସବୁଠାରୁ ସୁନ୍ଦରୀ ମହିଳା, ଫୋବର୍ସ ୧୦୦ ଲିଷ୍ଟରେ ନାମ ସାମିଲ

0

ନିଜ ଷ୍ଟାଇଲ ଏବଂ ଡ୍ରେସ ପାଇଁ ହେଉ କିମ୍ବା ନିଜ ବୈବାହିକ ଜୀବନ ହେଉ ସବୁବେଳେ ଚର୍ଚ୍ଚାରେ ଦୀପିକା ପାଦୁକନଙ୍କ ନାମ ବଲିଉଡର ହାଇଏଷ୍ଟ ପେଡ ଅଭିନେତ୍ରୀଙ୍କ ଲିଷ୍ଟରେ ନମ୍ବର ୧ ସ୍ଥାନରେ ରହିଛି । ଏବେ ଦୀପିକା ‘ୱାର୍ଲଡ ମୋଷ୍ଟ ଗର୍ଜିୟସ ଓମେନ ୨୦୧୯’ ର ମୁକୁଟ ନିଜ ନାମରେ କରିନେଇଛନ୍ତି ।

‘ଫୋବର୍ସ ଇଣ୍ଡିଆ’ ନିକଟରେ ୧୦୦ ଏମିତି ସେଲେବ୍ରିଟୀଙ୍କ ଲିଷ୍ଟ ଜାରି କରିଥିଲା ଯେଉଁମାନେ ଗ୍ଲାମର୍ସ,ବିଉଟିଫୁଲ ଅଛନ୍ତି । ଏହାସହିତ ସେମାନେ ନିଜ ଫିଲ୍ମ ଜରିଆରେ ସମାଜ ପାଇଁ ବିଶେଷ କାମ କରିଥିବେ ।

ଏହି ଲିଷ୍ଟରେ ଦୀପିକାଙ୍କ ନାମ ଟପ ଫାଇବରେ ସାମିଲ ଅଛି । ଆପଣଙ୍କୁ ଜଣାଇବାକୁ ଚାହିଁବୁଯେ ଦୀପିକା କିଛି ଦିନ ପୂର୍ବରୁ ଫିଲ୍ମ ‘ଛପାକ’ର ସୁଟିଂ ସାରିଛନ୍ତି । ଏହି ଫିଲ୍ମ ଏସିଡ ଆଟକ ପୀଡିତା ଲଷ୍ମୀଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମରେ ଦୀପିକାଙ୍କ ସହିତ ବିକ୍ରାନ୍ତ ମେସି ମଧ୍ୟ ଲିଡ଼ ରୋଲରେ ଅଛନ୍ତି ।

ଏହାବ୍ୟତୀତ ଦୀପିକା ସ୍ୱାମୀ ରଣବୀରଙ୍କ ସହିତ ପୁଣି ସ୍କ୍ରିନ ସେୟାର କରିବେ । ନିର୍ଦେଶକ କବିର ଖାନ ଦୀପିକା ଏବଂ ରଣବୀରଙ୍କୁ ଫିଲ୍ମ ‘୮୩’ ପାଇଁ କାଷ୍ଟ କରିଛନ୍ତି । ଏହି ଫିଲ୍ମରେ ରଣବୀର, କପିଳ ଦେବଙ୍କ ଚରିତ୍ରରେ ନଜର ଆସିବେ ।

ସେହିଭଳି ଏହି ଫିଲ୍ମରେ ଦୀପିକା ତାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିବେ । ରଣବୀର ସିଂ ନିଜ ଜନ୍ମଦିନରେ ଏହି ଫିଲ୍ମର ଫାଷ୍ଟ ଲୁକ ସେୟାର କରିଥିଲେ । ଦୀପିକା ନିଜର ବୈବାହିକ ଜୀବନ ଏବଂ କାମକୁ ବହୁତ ଭଲ ଭାବରେ ଫୋକସ କରୁଛନ୍ତି ।

Loading...