Loading...

ପିପିଲି ଟ୍ରିପିଲ୍ ମର୍ଡର ମାମଲା: ମାଷ୍ଟର ମାଇଣ୍ଡ ସହ ୬ ଜଣଙ୍କୁ ଗିରଫ କଲା ପୋଲିସ

Loading...

ପିପିଲି, ୧୬ ଜୁଲାଇ: ପିପିଲି ପଟ୍ଟନାଇକିଆ ଛକ ଟ୍ରିପିଲ୍ ମର୍ଡର ଘଟଣାରେ ମାଷ୍ଟର ମାଇଣ୍ଡ ସହ ଅନ୍ୟ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ସୋମବାର ପୋଲିସ ୪ ଜଣଙ୍କୁ ଅଟକ ରଖି ମାରାଥନ ଜେରା କରିବା ପରେ ମଙ୍ଗଳବାର ୭ ଜଣଙ୍କୁ ଗିରଫ କରିଛି । ଏଥିସହ ହତ୍ୟାବେଳେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ରକୁ ମଧ୍ୟ ପୋଲିସ ଜବତ କରିଛି । ଏନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।

ଗତ ରବିବାର ଅର୍ଥାତ ଜୁଲାଇ ୧୪ ତାରିଖ ଦିନ ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ପଟ୍ଟନାଇକିଆ ଛକରେ ଗୋଟିଏ ପରିବାରର ୩ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଟାଙ୍ଗିଆ ଓ ଫାର୍ସାରେ ମଝି ରାସ୍ତାରେ ଗୋଡାଇ ଗୋଡାଇ ହତ୍ୟା କରି ଥିଲେ ଦୁର୍ବୁତ୍ତ । ତେବେ ଏହି ହତ୍ୟାକାଣ୍ଡ ପୋଲିସ୍ ଚେକ ପୋଷ୍ଟ ନିକଟରେ ହୋଇଥିଲେ ବି ପୋଲିସ୍ ଏହାର ଟେର୍ ପାଇ ନ ଥିଲା ।

ହତ୍ୟା ପରେ ଦୁର୍ବୁତ୍ତମାନେ ଫେରାର୍ ହୋଇ ଯାଇଥିଲେ । ଉତ୍ତ୍ୟକ୍ତ ଲୋକେ ପଟ୍ଟନାଇକିଆ ଛକ ନିକଟରେ କିଛି ଦୋକାନ ପୋଡି ଦେବା ସହ ହରତାଳ କରିଥିଲେ । ଏହା ପରେ ପୋଲିସ ଆଜି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ଗିରଫ କରିିଛି ।

Loading...
Loading...