Loading...

ପୋଲିସ ସୂଚନା ଦାତା ସନେ୍ଦହରେ ପୁଣି ଜଣଙ୍କୁ ହତ୍ୟାକଲେ ମାଓବାଦୀ

Loading...

କଳାହାଣ୍ଡି,୨୨ ଜୁଲାଇ: କଳାହାଣ୍ଡିରେ ମାଓବାଦୀଙ୍କର ବର୍ବର କାଣ୍ଡ ଦେଖିବାକୁ ମିଳିଛି । ମାତ୍ର ୧୨ ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ସୂଚନା ଦାତା ସନେ୍ଦହରେ ଭୀମ ଦୋରାଇଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି ।

ଏଥିସହ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଚିଠିରେ ଧମକ ଦେଇଛନ୍ତି ।

Related image

ସୂଚନା ଅନୁଯାୟୀ ମାଓବାଦୀମାନେ ରବିବାର ପାହଡପଦର ସାପ୍ତାହିକ ହାଟରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳିକରି ହତ୍ୟା କରିବାର ମାତ୍ର ୬ ଘଣ୍ଟାପରେ ଭୀମ ଦୋରାଇଙ୍କୁ ହତ୍ୟା କରିଛନ୍ତି । ତାଙ୍କ ଘର ବିଶ୍ୱନାଥପୁର ଥାନା ବାବୁ ପଦର ଗାଁରେ ।

ସୋମବାର ଚାରିଜଣ ମାଓବାଦୀ ଭୀମ ଦୋରାଇଙ୍କୁ ଘରୁ ଉଠାଇ ନେଇ ଗାଁର ୧୦୦ ମିଟର ଦୂର ପାହାଡପଦର ସାପ୍ତାହିକ ହାଟରେ ଗୁଳିକରି ହତ୍ୟା କରିଛନ୍ତି । ମାଓବାଦୀମାନେ ମୃତ ଭୀମଙ୍କ ନିକଟରେ ଏକ ପୋଷ୍ଟର ପକାଇଛନ୍ତି ।

ସେଥିରେ ମୃତ ଭୀମ ଜଣେ ପୋଲିସ ସୂଚନା ଦାତା ବୋଲି ଉଲ୍ଲେଖ କରିଛନ୍ତି । ଏଥିସହ ଅନ୍ୟ ପୋଲିସ ଇନଫରର୍ମରମାନଙ୍କୁ ମଧ୍ୟ ପୋଷ୍ଟରରେ ଧମକ ଦେଇଛନ୍ତି । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...