Loading...

ବିବାହର ତିନି ଦିନ ପୂର୍ବରୁ ଦୁଷ୍କର୍ମ ଅଭିଯୋଗରେ ଫସିଲେ ମିଥୁନଙ୍କ ପୁଅ

0

ବିବାହର ତିନି ଦିନ ପୂର୍ବରୁ ଦୁଷ୍କର୍ମ ଅଭିଯୋଗରେ ଫସିଲେ ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କ ପୁଅ । ମିଥୁନଙ୍କ ପତ୍ନୀ ଯୋଗିତା ବାଲୀ ଏବଂ ପୁଅ ମହାଅକ୍ଷୟଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଭୋଜପୁରୀ ଅଭିନେତ୍ରୀ । ଏହା ସହ ଉଭୟଙ୍କ ବିରୋଧରେ ଠକାମୀ ଏବଂ ଗର୍ଭପାତ ଭଳି ସାଂଘାତିକ ଅଭିଯୋଗ ମଧ ଆଣିଛନ୍ତି ଅଭିନେତ୍ରୀ ଜଣକ ।

ମହାକ୍ଷୟ ୨୦୦୮ରେ ସିନେମା ‘ଜିମି’ରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ଏହା ପରେ ସେ ଦ ମର୍ଡରର, ଲୁଟ୍, ହଟେଂଡ୍ ଏବଂ ରକି ଭଳି ସିନେମାରେ ଅଭିନୟ କରିଥିଲେ । ତେବେ ମହାକ୍ଷୟଙ୍କ ବିରୋଧରେ ଏହି ଅଭିଯୋଗ କେତେ ଦୂର ସତ ତାହା ସ୍ପଷ୍ଟ ହୋଇନାହିଁ ।

Image result for mithun chakraborty's son mahaakshay chakraborty

ସୂଚନା ଅନୁସାରେ, ମହାକ୍ଷୟ ଚକ୍ରବର୍ତ୍ତୀଙ୍କ ବିବାହ ମଦଲାସା ଶର୍ମାଙ୍କ ସହ କିଛି ପୂର୍ବରୁ ଠିକ୍ ହୋଇଯାଇଛି । ମଦଲାସାଙ୍କ ବାପା ଜଣେ ସିନେମା ପ୍ରଯୋଜକ ଏବଂ ମା’ ଶୀଲା ଶର୍ମା ଜଣେ ଅଭିନେତ୍ରୀ । ୧୯୮୮ରେ ଆସିଥିବା ସିନେମା ‘ମହାଭାରତ’ରେ ଶୀଲା ଦେବକୀଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହା ସହ ସେ ରାଜଶ୍ରୀ ପ୍ରଡକ୍ସନର ସୁପରହିଟ୍ ସିନେମା ‘ନଦିଆ କେ ପାର୍’ ଏବଂ ‘ୟସ୍ ବସ୍’ ଭଳି ସିନେମାରେ ଅଭିନୟ କରିଛନ୍ତି ।

ମଦଲାସା ନିଜେ ମଧ୍ୟ ଅନେକ ସିନେମାରେ ଅଭିନୟ କରିସାରିଛନ୍ତି । ତେବେ ସିନେମା ବ୍ୟତୀତ ନିଜର ବୋଲ୍ଡ ଫଟୋ ପାଇଁ ବେଶ୍ ଜଣାଶୁଣା । ଅଧିକାଂଶ ସମୟ ଇନଷ୍ଟାଗ୍ରାମରେ ନିଜ ବୋଲ୍ଡ ଫଟୋ ଅପଲୋଡ୍ କରି ଚର୍ଚ୍ଚିତ ହୋଇଥାନ୍ତି ।

Loading...