Loading...

ବିବାହ ପରେ ପୂର୍ବ ପ୍ରେମିକଙ୍କ ସହ ରୋମାଂସ କରିବେ ଦୀପିକା

Loading...

ମୁମ୍ବାଇ : ବିବାହ ପରେ ପ୍ରଥମ ଥର ପାଇଁ ରଣବିର କପୁରଙ୍କ ସହ ସ୍କ୍ରିନ ସେୟାର କରିବେ ଅଭିନେତ୍ରୀ ଦୀପିକା ପାଦୁକୋନ । ଏହା ପୂର୍ବରୁ ଦୁହିଁଙ୍କୁ ଅନେକ ଫିଲ୍ମରେ ଏକତ୍ର ଦେଖିବାକୁ ମିଳିଥିଲା । ପରଦାରେ ଦୁହିଁଙ୍କ କ୍ୟାମେଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ବର୍ତ୍ତମାନ ଏହି ଯୋଡି ‘ସୋନୁ କେ ଟିଟୁ କି ସ୍ୱିଟି’ର ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ।

Related imageସୁଚନା ଅନୁଯାୟୀ ଫିଲ୍ମର ସୁଟିଙ୍ଗ ୨୦୧୯ ରେ ଆରମ୍ଭ ହେବ ଏବଂ ୨୦୨୦, ଡିସେମ୍ବରରେ ରିଲିଜ ହେବ । ଫିଲ୍ମରେ ରଣବିରଙ୍କ ବ୍ୟତିତ ଅଜୟ ଦେବଗନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମରର ଟାଇଟଲ ଏବେ ସୁଦ୍ଧା ସାମ୍ନାକୁ ଆସିନଥିଲେ ମଧ୍ୟ ଫିଲ୍ମଟି ପ୍ରେମ କାହାଣୀ ଉପରେ ଆଧାରିତ ବୋଲି ଜାଣିବାକୁ ମିଳିଛି ।

Image result for ranbir kapoor y deepikaସୁଚନା ଯୋଗ୍ୟ ଯେ, ରଣବିର କାପୁର ଏବଂ ଦିପୀକାଙ୍କର ଏହା ଚତୁର୍ଥ ଫିଲ୍ମ ହେବ । ଏହା ପୂର୍ବରୁ ଦୁହେଁ ‘ବଚନା ଏ ହସିନୋ’, ‘ୟେ ଯବାନୀ ହେ ଦିବାନୀ’ ଏବଂ ‘ତମାଶା’ ରେ ନଜର ଆସିଥିଲେ ।

Loading...
Loading...