Loading...

ବେବୀ ବମ୍ପ ସହ ଫଟୋସୁଟ କରାଇଲେ ଭାବିଜି

Loading...

ମୁମ୍ବାଇ : ଛୋଟ ପରଦାର ଲୋକପ୍ରିୟ ଟିଭି ଶୋ ‘ଭାବିଜି ଘର ପର ହେ’ ରେ ଅନୀତା ଭାବିର ଚରିତ୍ର ନିଭାଉଥିବା ଅଭିନେତ୍ରୀ ସୌମ୍ୟା ଟଣ୍ଡନ ଖୁବ୍ ଶୀଘ୍ର ମାଁ ହେବାକୁ ଯାଉଛନ୍ତି । ନିକଟରେ ସେ ଏକ ମୈଟରନିଟି ଫଟୋସୁଟ କରାଇଛନ୍ତି, ଯେଉଁଥିରେ ତାଙ୍କ ବେବୀ ବମ୍ପ ନଜର ଆସିଛି ।

ଏହାର ଫଟୋ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

Image result for saumya tandon baby boyତେବେ ଏହା ପୂର୍ବରୁ ସେ ପ୍ରେଗନାଣ୍ଟ ଥିବା ଖବର ଶୋସାଲ ମିଡିଆ ଜରିଆରେ ନିଜ ଫ୍ୟାନ୍ସଙ୍କୁ ଦେଇଥିଲେ ।
୨୦୧୬ ମସିହାରେ ସୌମ୍ୟା ନୁଜ ବୟଫ୍ରେଣ୍ଡ ସୌରଭ ଦେବେନ୍ଦ୍ର ସିଂହଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ୧୦ ବର୍ଷ ପର୍ଯ୍ୟନ୍ତ ଦୁହେଁ ରିଲେସନସିପରେ ଥିବା କୁହାଯାଉଥିଲା ।

Related imageସୁଚନା ଯୋଗ୍ୟ ଯେ, ୨୦୦୬ ରେ ସୌମ୍ୟା ଫେମିନା କଭର ଗାର୍ଲ ର ପ୍ରଥମ ରନର ଅପ ରହିଥିଲେ । ସେ ଶହୀଦ ଏବଂ କରୀନାଙ୍କ ଫିଲ୍ମ ଜବ ୱି ମେଟ ରେ ମଧ୍ୟ ନଜର ଆସିଥିଲେ । ତେବେ ବର୍ତ୍ତମାନ ସେ ‘ଭାବିଜି ଘର ପର ହେ’ ର ଅନୀତା ଭାବି ରୁପରେ ଘରେ ଘରେ ପରିଚିତ ।

Loading...
Loading...