Loading...

ଭାରତୀୟ ବ୍ୟାଙ୍କର ସମସ୍ତ ଋଣ ଫେରସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି ମାଲ୍ୟା

Loading...

ନୂଆଦିଲ୍ଲୀ : ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଭାରତୀୟ ବ୍ୟାଙ୍କର ସମସ୍ତ ଋଣ ଫେରସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ ବ୍ୟାଙ୍କ ଗୁଡିକର ୧୦୦ % ମୂଳ ଧନ ଫେରସ୍ତ କରିବେ, କିନ୍ତୁ ସୁଧ ଦେଇ ପାରିବେ ନାହିଁ ବୋଲି ଆଜି ଟ୍ୱିଟ ଯୋଗେ ସୁଚନା ଦେଇଛନ୍ତି । ସେ କହିଛନ୍ତି କି, ଭାରତୀୟ ଗଣମାଧ୍ୟମ ଏବଂ ରାଜନେତା ମାନେ ସବୁବେଳେ ଯୋର ଦେଇ କହୁଛନ୍ତି ଯେ, ମୁଁ ପିଏସ୍ୟୁ ବ୍ୟାଙ୍କ୍ର ଟଙ୍କା ନେଇ ପଳାଇଥିବାରୁ ଖିଲାପକାରୀ ପାଲଟି ଯାଇଛି ।

କିନ୍ତୁ ଏ ସବୁ ମିଛ । କର୍ଣ୍ଣାଟକ ହାଇ କୋର୍ଟରେ ଋଣ ଫେରସ୍ତ କରିବାର ପ୍ରସ୍ତାବ ଦେଇଥିଲେ ମଧ୍ୟ ତାଙ୍କ ଉପରେ ଧ୍ୟାନ ଦିଆଯାଉନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି
ସେ ଆହୁରି କହିଛନ୍ତି ଯେ, ୩ ଦଶନ୍ଧି ଧରି ମଦ ବ୍ୟବସାୟୀ ମାନେ ସରକାରଙ୍କୁ କୋଟି କୋଟି ଟଙ୍କାର ଯୋଗଦାନ କରିଆସୁଛନ୍ତି । କିଙ୍ଗଫିସର ଏୟାରଲାଇନ୍ସ୍ ମଧ୍ୟ ସରକାରଙ୍କୁ ସହେଯାଗ କରୁଛି । ଏହି ଏୟାରଲାଇନ୍ସ୍ ବ୍ୟବସାୟ କ୍ଷତିରେ ଚାଲିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।

Image result for vijay mallya

ସେ ସମସ୍ତ ମୁଳଧନ ଫେରସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ସୁଧ ଦେଇ ପାରିବି ନାହିଁ ବୋଲି କହିଛନ୍ତି ।

ବିଜୟ ମାଲ୍ୟା ମଙ୍ଗଳବାର ୫ ଫର୍ଦ୍ଦର ପ୍ରେସ୍‍ ଇସ୍ତାହାର ଜାରି କରି ଦାବି କରିଛନ୍ତି ଯେ ୨୦୧୬ ଅପ୍ରେଲ ୧୫ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିଲେ। ହେଲେ ତାଙ୍କ ଚିଠିର କୌଣସି ଉତ୍ତର ମିଳିନଥିଲା। ମୁଁ ଋଣ ସୁଝିବାକୁ ଚାହୁଁଥିଲି ଓ ଏଥିପାଇଁ ମଦ କମ୍ପାନୀ ୟୁନାଇଟେଡ ବୃଅରିଜ୍‍ ହୋଲ୍ଡିଂସ୍‍ ଲି (ୟୁବିଏଚ୍‍ଏଲ) ନେଇ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଥିଲେ ଓ ଏହାର ରାସ୍ତା ପ୍ରସ୍ତୁତ କରିବାକୁ କହିଥିଲେ।

ଏନେଇ ସେ କର୍ଣ୍ଣାଟକ ହାଇକୋର୍ଟରେ ୨୦୧୮ ଜୁନ୍‍ ୨୨ରେ ଆବେଦନ କରି ତାଙ୍କ ପାଖରେ ୧୩,୯୦୦ କୋଟି ଟଙ୍କାର ସମ୍ପତ୍ତି ଥିବା କହିଛନ୍ତି। ମାଲ୍ୟା କହିଛନ୍ତି ଯେ ତାଙ୍କ ଉପରେ ୯ ହଜାର କୋଟି ଟଙ୍କାର ଋଣ ଖିଲାପିର ଅଭିଯୋଗ ରହିଛି। ହେଲେ ସେ ମାତ୍ର ୫,୫୦୦ କୋଟି ଟଙ୍କା ଋଣ ନେଇଛନ୍ତି ଓ ସେଥିମଧ୍ୟରୁ ସେ ୧,୩୦୦ କୋଟି ଟଙ୍କା ସୁଝି ସାରିଛନ୍ତି।

Image result for vijay mallya

ଜାଣନ୍ତୁ କ’ଣ ପ୍ରକୃତ କାହାଣୀ
ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବା ଅନୁମତି ଦିଆଯିବା ପରେ ଓ ଏନେଇ ହାଇକୋର୍ଟରେ ଶୁଣାଣି ହେବା ପୂର୍ବରୁ ମାଲ୍ୟା ଏଭଳି ଦାବି କରିଛନ୍ତି। ସେ ବ୍ରିଟେନ୍‍ ଏବଂ ଭାରତୀୟ ଅଦାଲତରେ ନିଜ ପକ୍ଷକୁ ଦୃଢ କରିବା ପାଇଁ ଏଭଳି ଦାବି କରିଥାଇପାରନ୍ତି ବୋଲି କେତେକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି। ମାଲ୍ୟାଙ୍କ ବିରୋଧରେ ଠକେଇ ମାମଲା ରହିଥିବାବେଳେ ସେ ଏହାକୁ ବ୍ୟବସାୟରେ କ୍ଷତି ମାମଲା ଦର୍ଶାଇବାକୁ ଚାହୁଁଛନ୍ତି।

ଚିଠି ମାଧ୍ୟମରେ ସେ ଋଣ ସୁଝିବାକୁ ଚେଷ୍ଟା କରିଥିଲେ ବୋଲି ଦେଖାଇବାକୁ ଚାହୁଁଛନ୍ତି। ବ୍ରିଟେନ୍‍ କୋର୍ଟ ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ପରେ ବି କିଛି ସର୍ତ୍ତ ରଖି ଭାରତୀୟ କର୍ତ୍ତୃପକ୍ଷକଙ୍କ ହାତ ବାନ୍ଧିଦେବା ପ୍ରୟାସରେ ସେ ଏପରି କରିଥାଇପାରନ୍ତି ବୋଲି କେତେକ ଆର୍ଥିକ ଅପରାଧ ମାମଲାର ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି। ଏହାସହ ସେ ନିଜକୁ ବଞ୍ଚାଇବା ପାଇଁ ଏପରି କରିଥାଇପାରନ୍ତି ବୋଲି କୁହାଯାଉଛି।

Image result for vijay mallya

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମାଲ୍ୟାଙ୍କୁ ଭାରତ ଆଣିପାରିଲେ ଏହା ମୋଦୀ ସରକାରଙ୍କ ଏକ ବଡ଼ ସଫଳତା ବୋଲି ଧରାଯିବ। ତେଣୁ ଏହାର ଫାଇଦା ନେଇ ମାଲ୍ୟା ନିଜ ଦେହରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରୁଥାଇପାରନ୍ତି।

ସୂଚନାଯୋଗ୍ୟ ଯେ, ଲଣ୍ଡନ୍ର ଏକ କୋର୍ଟରେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଶୁଣାଣି ଚାଲୁ ରହିଛି। ତାଙ୍କ ଉପରେ ଭାରତର ବିଭିନ୍ନ ବ୍ୟାଙ୍କର ୯ ହଜାର କୋଟି ଟଙ୍କାର ଋଣ ଅନାଦାୟ ହୋଇ ପଡ଼ିରହିଛି।

Loading...
Loading...