Loading...

ମାଓ ସଂଗଠନରେ ଝଗଡା , ଗୁଇନ୍ଦା ସୂଚନାନୁଯାୟୀ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଇଲାକାରେ ମାଓ କ୍ୟାଡରମାନଙ୍କ ମଧ୍ୟରେ ଜୋରଦାର୍‍ ଝଗଡ଼ା ଚାଲିଛି

0

ଓଡ଼ିଆ, ତେଲଗୁ ଓ ଛତିଶଗଡ଼ୀ ମାଓବାଦୀଙ୍କ ମଧ୍ୟରେ କଳି ଏବେ ଚରମସୀମାରେ ପହଞ୍ଚିଛି । ଏଥିରେ ଅତିଷ୍ଠ ହୋଇ ମାଓ କମାଣ୍ଡରମାନେ ଓଡ଼ିଶା ଛାଡ଼ି ପଳାଉଛନ୍ତି । ଓଡ଼ିଆ ଯୁବକମାନଙ୍କୁ ମନାଇବା ମାଓବାଦୀଙ୍କ ପାଇଁ ଏବେ କାଠିକର ପାଠ ହୋଇଥିବା ବେଳେ ଏଭଳି କଳି ଯୋଗୁ ସେମାନେ ପଡ଼ୋଶୀ ରାଜ୍ୟର ଗରିଲାମାନଙ୍କ ଅଧିନରେ କାମ କରିବାକୁ ବି ରାଜି ହେଉନାହାନ୍ତି । ଗୁଇନ୍ଦା ସୂଚନାନୁଯାୟୀ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଇଲାକାରେ ମାଓ କ୍ୟାଡରମାନଙ୍କ ମଧ୍ୟରେ ଜୋରଦାର୍‍ ଝଗଡ଼ା ଚାଲିଛି । ଏଥିଯୋଗୁ ମାଓବାଦୀମାନେ ସେମାନଙ୍କର କାର୍ଯ୍ୟକ୍ରମରେ ଆଗେଇ ପାରୁନାହାନ୍ତି ।

ମାଓବାଦୀମାନେ ଛତିଶଗଡ଼ରୁ ତଳିଆ କ୍ୟାଡରମାନଙ୍କୁ ନିଯୁକ୍ତି ଦେଉଥିବାରୁ ସେମାନେ ଆନ୍ଧ୍ରର ବରିଷ୍ଠ କ୍ୟାଡର ଓ ଓଡ଼ିଶାର ମଧ୍ୟମ ଧରଣର କ୍ୟାଡର ମାଓବାଦୀମାନଙ୍କୁ ସାମ୍‍ନା କରିପାରୁନାହାନ୍ତି । ତେଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ କିଭଳି ସମ୍ଭାଳିବେ ତାହା ଏବେ ମାଓବାଦୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଓଡ଼ିଆ କ୍ୟାଡର ମାଓବାଦୀମାନେ ଏବେ ଅଧିକରୁ ଅଧିକ ସଂଖ୍ୟାରେ ଆତ୍ମସମର୍ପଣ କରୁଥିବା ଯୋଗୁ ବାମପନ୍ଥୀ ମାଓବାଦୀମାନଙ୍କ ଗଡ଼ ବିପର୍ଯ୍ୟସ୍ତ ହେବାରେ ଲାଗୁଥିବା ସେହି ଇଲାକାରେ କାର୍ଯ୍ୟରତ ବରିଷ୍ଠ ପୋଲିସ ଅଧିକାରୀମାନେ କହୁଛନ୍ତି ।

Image result for communist rebels in india

ଛତିଶଗଡ଼ର ଦୁର୍ଦ୍ଦାନ୍ତ ମାଓବାଦୀମାନଙ୍କ ଆକ୍ରମଣାତ୍ମକ ମନୋଭାବ ଓଡ଼ିଶା ଓ ତେଲଗୁ କ୍ୟାଡରମାନଙ୍କ ସହିତ ମେଳ ଖାଉନଥିବାରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଲାକାରେ ସେମାନଙ୍କର ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ସୂଚନାନୁଯାୟୀ ଏହି ଇଲାକାରେ ମାଓବାଦୀମାନେ ଏବେ ବି ସକ୍ରିୟ ରହିଥିବା ବେଳେ ବିଚ୍ଛିନ୍ନାଞ୍ଚଳରେ ଏମାନଙ୍କ ବିରୋଧରେ ଅଧିକ ସଂଖ୍ୟକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ପଡ଼ୁଛି । ଗୁରୁପ୍ରିିୟା ନଦୀ ଉପରେ ପୋଲ ନିର୍ମାଣ ପରେ ଏହି ଅଞ୍ଚଳଟି ଏବେ ଗମନାଗମନ ପାଇଁ ସୁବିଧା ହୋଇଛି । ଆନ୍ଧ୍ର-ଓଡ଼ିଶା ସୀମାରେ ମାଓବାଦୀମାନେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନେ ଏବେ କେନ୍ଦ୍ରୀୟ ଓଡ଼ିଶାରେ ସକ୍ରିୟ ହେଉଛନ୍ତି ଯେଉଁଠାରେ କି କେବଳ ଛତିଶଗଡ଼ୀ ମାଓବାଦୀମାନେ ବିଭିନ୍ନ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ।

ରାଜ୍ୟର ବିଭିନ୍ନ ଅଞ୍ଚଳ ଯଥା କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଏବଂ ଛତିଶଗଡ଼କୁ ଲାଗିଥିବା ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ହେବା ସହିତ ସେମାନଙ୍କ କାର୍ଯ୍ୟ ଚଳାଇବା ଲାଗି ଯୋଜନା କରୁଛନ୍ତି । କଳାହାଣ୍ଡି ଜିଲ୍ଲାର ନିୟମଗିରି ଇଲାକାରେ ମାଓବାଦୀମାନେ ସକ୍ରିୟ ହେବା ସହିତ ଶିଳ୍ପ ଏବଂ ଖଣି କାର୍ଯ୍ୟକୁ ବନ୍ଦ ଲାଗି ଉଦ୍ୟମ କରୁଛନ୍ତି ।

Image result for communist rebels in india

ମାଓବାଦୀମାନଙ୍କ ଛାମୁଆ ସଙ୍ଗଠନଗୁଡ଼ିକ ଲୋକଙ୍କୁ ଶିଳ୍ପ ଓ ଖଣି ବିରୋଧରେ ମତାଇବା ଲାଗି ଉଦ୍ୟମ କରୁଥିବା ବେଳେ ଏହା ପ୍ରଭାବିତ ହେବାରେ ଲାଗିଛି । ଜମି ଜବରଦଖଲକାରୀ, ଖଣି ମାଫିଆ ଏବଂ ଅନ୍ୟ କେତେକ ଛାମୁଆ ମାଓ ସଙ୍ଗଠନଗୁଡ଼ିକୁ ସମର୍ଥନ ଲାଗି ଉଦ୍ୟମ କରୁଥିବା ସୂଚନା ମିଳିଛି । ଏଭଳି ସ୍ଥିତିକୁ ଦେଖି କଳାହାଣ୍ଡିକୁ ସର୍ବାଧିକ ମାଓ ପ୍ରଭାବିତ ଜିଲ୍ଲା ତାଲିକାରେ ସାମିଲ ଲାଗି ରାଜ୍ୟ ସରକାର ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଏହା ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ଯବାନମାନେ ଏହି ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।

କିନ୍ତୁ ରାଜ୍ୟ ସରକାରଙ୍କ ଏଭଳି ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି । ଅନୁରୂପ ଭାବେ ମାଓ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‍) ମୁତୟନ ଲାଗି ରାଜ୍ୟ ସରକାର କରୁଥିବା ଅନୁରୋଧକୁ ମଧ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଗ୍ରହଣ କରୁନାହାନ୍ତି । ରାଜ୍ୟ ପୋଲିସ ମୁଖ୍ୟ ଭାବେ ବିଜୟ କୁମାର ଶର୍ମା ଦାୟିତ୍ୱ ଗ୍ରହଣ କରିବା ପରେ ମାଓବାଦୀମାନଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ରଣନୀତି ପ୍ରସ୍ତୁତ ହେଉଥିବା ଜଣାଯାଇଛି ।

Loading...