Loading...

ଲମ୍ବା ଏବଂ ସୁନ୍ଦର ନଖ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ.. କିନ୍ତୁ ଅଳ୍ପ ଦିନ ମଧ୍ୟରେ ଦୁର୍ବଳ ଯୋଗୁଁ ଭାଙ୍ଗି ଯାଇଥାଏ ।

Loading...

ପ୍ରାୟତଃ ମହିଳା ମାନେ ଲମ୍ବା ନଖ ରଖିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏପରି ହୋଇପାରି ନଥାଏ । କେତେକ ମହିଳାଙ୍କର ନଖ ଲମ୍ବା ତ ଥାଏ କିନ୍ତୁ ଦେଖିବାକୁ ସୁନ୍ଦର ନଥାଏ । ଆଉ କେତେକ ମହିଳାଙ୍କର ନଖ ବଢି ତ ଥାଏ କିନ୍ତୁ ଅଳ୍ପ ଦିନ ମଧ୍ୟରେ ଦୁର୍ବଳ ଯୋଗୁଁ ଭାଙ୍ଗି ଯାଇଥାଏ । ଏହାର କାରଣ ଶରୀରରେ ଉପସ୍ଥିତ ପୋଷକ ତତ୍ୱ । ଶରୀରରେ ପୋଷକ ତତ୍ୱର ଅଭାବ ଯୋଗୁଁ ଏପରି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ଘରୋଇ ଉପଚାର ଯାହା ଦ୍ୱାରା ନଖ ବଢିବା ସହ ସୁନ୍ଦର ଦେଖାଯିବ ।
କମଳା ରସ- କମଳା ରସରେ ୧୦ ମିନିଟ ପର୍ଯ୍ୟନ୍ତ ନଖକୁ ବୁଡାଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ହାତ ଧୋଇ ଦିଅନ୍ତୁ । କିଛି ଦିନ ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ନଖ ବଢିବା ସହ ସୁନ୍ଦର ଦେଖା ଯାଇଥାଏ ।
ଅଲିଭ ଅଏଲ- ନଖ ଗୁଡିକୁ ଲମ୍ବା କରିବା ପାଇଁ ପ୍ରତିଦିନ ଅଲିଭ ଅଏଲରେ ନଖର ମାଲିସ କରନ୍ତୁ । ଭିଟାମିନ-ଇ ଯୁକ୍ତ ଅଲିଭ ଅଏଲ ନଖକୁ ପୋଷଣ ପ୍ରଦାନ କରିଥାଏ ଏବଂ ରକ୍ତର ପ୍ରବାହ ନଖ ପର୍ଯ୍ୟନ୍ତ ବଢାଇଥାଏ । ଫଳରେ ନଖ ଲମ୍ବା ହେବା ସହ ସୁନ୍ଦର ଦେଖା ଯାଇଥାଏ ।

Image result for ଲମ୍ବା ଏବଂ ସୁନ୍ଦର ନଖ ପାଇଁ ଆପଣାନ୍ତୁରସୁଣ- ନଖ ବଢାଇବା ପାଇଁ ରସୁଣ ଏକ ଭଲ ଉପାୟ ବୋଲୋ କୁହାଯାଇଥାଏ । ରସୁଣକୁ ୨ ଫାଳ କରି କାଟି ୧୦ ମିନିଟ ପର୍ଯ୍ୟନ୍ତ ନଖରେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା କିଛି ଦିନ ମଧ୍ୟରେ ସୁନ୍ଦର ଭାବରେ ନଖ ବଢିଥାଏ ।

ଶରୀରର ଛୋଟିଆ ଅଂଶଟିଏ ନଖ। ସୌନ୍ଦର୍ୟ୍ୟ କ୍ଷେତ୍ରରେ କିନ୍ତୁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଲମ୍ବା ହେଉ କି ଛୋଟ ନଖ ଥାଉ- ଏହାକୁ କଳାତ୍ମକ ଭଙ୍ଗୀରେ ସଜାଇ ସ୍ୱତନ୍ତ୍ର ଆକର୍ଷକ ରୂପ ଦେବା ଏବେ ଯୁବତୀମାନଙ୍କର ବିଶେଷ କାର୍ୟ୍ୟ ପାଲଟିଯାଇଛି। ଏହି ନେଲ୍‍ ଆର୍ଟ ମଧ୍ୟ ସର୍ଜନଶୀଳତାର ପରିଚୟ ହୋଇପାରୁଛି।

ସମସ୍ତେ ଲମ୍ବା ନଖ ରଖିପାରନ୍ତି ନାହିଁ। ତେଣୁ ଲମ୍ବା ହେଉ କି ଛୋଟ କେଉଁଭଳି ନଖରେ କିପରି ଡିଜାଇନ୍‍ କଲେ ତାହା ସୁନ୍ଦର ଦେଖାଯିବ ଜାଣନ୍ତୁ।

Image result for pink and silver glitter acrylic nails

ସନ୍‍-ସେଡ୍‍ ଲୁକ୍‍
ନେଲ୍‍ ଆର୍ଟରେ ଏବେ ସନ୍‍ ଏବଂ ସେଡ୍‍ ଅର୍ଥାତ୍‍- ଖରାଛାଇ ଡିଜାଇନ୍‍ ବେଶୀ ଚାହିଦାରେ ରହିଛି। ଏଥିରେ ଗୋଟିଏ ନଖର ଅଧା ଗାଢ ଏବଂ ଆଉ ଅଧା ହାଲ୍‍କା ରଙ୍ଗର ନେଲ୍‍ପଲିସରେ ସଜାଯାଇଥାଏ। ତିନୋଟି ରଙ୍ଗ ମଧ୍ୟ ବ୍ୟବହାର କରାଯାଇପାରେ। ଏଥିପାଇଁ ମୁଖ୍ୟତଃ ଧଳା, କଳା ଏବଂ ଲାଲ୍‍ ରଙ୍ଗ ସହିତ ନୀଳ, ଗୋଲାପି ଓ ହଳଦିଆ ରଙ୍ଗର ସେଡ୍‍ ବ୍ୟବହାର କରାଯାଉଛି। ନେଲ୍‍ ଆର୍ଟ ପାଇଁ ମ୍ୟାଟ୍‍ ନେଲ୍‍ପଲିସ ବେଶୀ ଦରକାର ହେଉଛି।

ମାର୍ବଲ ନେଲ୍‍ଆର୍ଟ
୩ରୁ ଅଧିକ ରଙ୍ଗର ନେଲ୍‍ପଲିସକୁ ନେଇ ଏହି ଡିଜାଇନ୍‍ କରାଯାଇଥାଏ। ଏହା ଅବିକଳ ମାର୍ବଲ ଉପରେ ହୋଇଥିବା ରଙ୍ଗ ଡିଜାଇନ୍‍ ପରି ଦେଖାଯାଏ। ନିଜ ଇଚ୍ଛାନୁସାରେ ଆଙ୍କିପାରିବେ।

Image result for pink and silver glitter acrylic nails

ଷ୍ଟୋନ୍‍ ନେଲ୍‍ଆର୍ଟ
ଏବେ ଫେସନ୍‍ରେ ଷ୍ଟୋନ୍‍ ଡିଜାଇନ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ତେଣୁ ନଖରୁ ବା ବାଦ୍‍ ପଡିବ କାହିଁକି? ପ୍ରଥମେ ନେଲ୍‍ପଲିସ ଲଗାଇ ତା’ ଉପରେ ବିଭିନ୍ନ କଳାତ୍ମକ ଶୈଳୀରେ ଷ୍ଟୋନ୍‍ ଖଞ୍ଜିଦିଆଯାଏ।

ଫ୍ଲୋରାଲ ନେଲ୍‍ଆର୍ଟ
ସାଧାରଣତଃ ଛୋଟ ନଖରେ ଏହା ଖୁବ୍‍ ସୁନ୍ଦର ଦିଶେ। ଛୋଟଛୋଟ ଫୁଲ ଯେଉଁଠି କଳାନୈପୁଣ୍ୟର ପରିଚୟ ଦିଏ, ଏହାଦ୍ୱାରା ଭିଡ ଭିତରେ ହାତ ବାରି ହୋଇଯାଏ।

Image result for pink and silver glitter acrylic nails

ଥ୍ରୀଡି ନେଲ୍‍ଆର୍ଟ
କମ୍ପ୍ୟୁଟରୀକୃତ ଡିଜାଇନ୍‍ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦୃତ ହେଉଛି। ସେହିପରି ନଖ ପାଇଁ ମଧ୍ୟ ଥ୍ରୀଡି ଡିଜାଇନ୍‍ ରହିଛି। ଅତ୍ୟାଧୁନିକ ମନୋଭାବର ଯୁବତୀମାନେ ଏହାକୁ ବେଶୀ ପସନ୍ଦ କରୁଛନ୍ତ।

ଗ୍ଲିଟର ନେଲ୍‍ଆର୍ଟ
ବଜାରରେ ଜିଙ୍କ୍‍ଯୁକ୍ତ ନେଲ୍‍ପଲିସ ଖୁବ୍‍ ଅଳ୍ପ ଦାମ୍‍ରେ ମିଳିପାରୁଛି। ବିଭିନ୍ନ ରଙ୍ଗରେ ଉପଲବ୍ଧ ଏହି ନେଲ୍‍ପଲିସ୍‍ ନିଜ ପସନ୍ଦ ଅନୁସାରେ ବାଛି ଲଗାଇପାରିବେ।

Loading...
Loading...