Loading...

ଶିକାର ଅଭିଯୋଗରେ ଗିରଫ ହେଲେ ଅନ୍ତର୍ଜାତୀୟ ଗଲ୍ଫ ଖେଳାଳୀ ଜ୍ୟୋତି ରନ୍ଧାୱା

Loading...

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଗଲ୍ଫ ଖେଳାଳୀ ତଥା ରାଷ୍ଟ୍ରିୟ ସୁଟର ଜ୍ୟୋତି ରନ୍ଧାୱାଙ୍କୁ ଶିକାର ଅଭିଯୋଗରେ ଉତ୍ତର ପ୍ରଦେଶ ବନ ବିଭାଗ ଟିମ୍ ପକ୍ଷରୁ ଗିରଫ କରାଯାଇଛି । ରନ୍ଧାୱାଙ୍କୁ ଉତ୍ତର ପ୍ରଦେଶର ମୋତିପୁର ରେଞ୍ଜ୍ ଅନ୍ତର୍ଗତ କତର୍ନିଆଘାଟ ଅଞ୍ଚଳରୁ ଗିରଫ କରାଯାଇଛି ।

ରନ୍ଧାୱାଙ୍କ ସହ ତାଙ୍କର ଜଣେ ସାଥୀଙ୍କୁ ମଧ୍ୟ ଗିରଫ କରାଯାଇ ପଚାରା ଉଚାରା କରାଯାଉଛି ।

Image result for golfer jyoti randhawa arrest

ରନ୍ଧାୱାଙ୍କ ସହ ରନ୍ଧାୱାଙ୍କଠାରୁ ଏକ ୨.୨ ରାଇଫଲ ଜବତ କରାଯାଇଛି। ତା’ସହିତ ଏକ ଗାଡ଼ି ଓ ସେଥିରେ ଥିବା ଅନ୍ୟାନ୍ୟ ଉପକରଣ ସହିତ ବନ୍ୟଜନ୍ତୁଙ୍କ କିଛି ଅବଶେଷ ଜବତ କରାଯାଇଛି। ଜଙ୍ଗଲୀ ବାର୍ହାର ଚମଡ଼ା ତାଙ୍କ ଗାଡ଼ିରୁ ମିଳିଛି। ମଙ୍ଗଳବାର ରନ୍ଧାୱା ଏକ ଜଙ୍ଗଲୀ କୁକୁଡ଼ାର ମଧ୍ୟ ଶିକାର କରିଥିଲେ।

ରାନ୍ଧ୍ଓ୍ଵା ହେଉଛନ୍ତି ପୂର୍ବତନ ବଲିଉଡ୍ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହଙ୍କ ପୂର୍ବତନ ସ୍ୱାମୀ । ସୁଚନା ଯୋଗ୍ୟ ଯେ, ମହାରାଷ୍ଟ୍ରର ମଣିଷଖିଆ ବାଘୁଣିକୁ ଖୋଜିବା ସମୟରେ ରନ୍ଧାୱାଙ୍କୁ ଟିମରେ ଭର୍ତ୍ତି କରାଯାଇଥିଲା ।

Loading...
Loading...