Loading...

ସଚିନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ଏହି ନାୟିକାଙ୍କ ସହ ଅଛି ପ୍ରେମସମ୍ପର୍କ

0

କ୍ରିକେଟ୍ କିମ୍ବଦନ୍ତୀଙ୍କ ବିରୋଧରେ ଅତ୍ଯନ୍ତ ଲଜ୍ଜାଜନକ ଅଭିଯୋଗ । ସାଉଥର ନବାଗତା ନାୟିକା ଶ୍ରୀ ରେଡୀଙ୍କ ସହ ଥିଲା ସଚିନ୍ ତେନ୍ଦୁଲକରଙ୍କ ପ୍ରେମ ସମ୍ପର୍କ । ଏକଥା ନିଜେ ଶ୍ରୀ ରେଡୀ ନିଜ ଫେସବୁକ୍ ପୋଷ୍ଟରେ କହିଛନ୍ତି । ପୋଷ୍ଟ କରି ଅଭିନେତ୍ରୀ ଲେଖିଛନ୍ତି , “ଜଣେ ରୋମାଟିଂକ୍ ମଣିଷ ଯାହାକୁ ସଚିନ୍ ତେନ୍ଦୁଲକର କୁହାଯାଏ

ଯେତେବେଳେ ହାଇଦ୍ରାବାଦ ଆସିଥିଲେ ସେତେବେଳେ ଚାର୍ମିଙ୍ଗ୍ ଗର୍ଲଙ୍କ ସହ ରୋମାନ୍ସ କରିଥିଲେ । ହାଇ ପ୍ରୋଫାଇଲ୍ ଚାମୁଣ୍ଡେଶ୍ବର ସ୍ବାମୀ ଏଥିରେ ମଧ୍ୟସ୍ଥତା କରିଥିଲେ । ମହାନ୍ ବ୍ଯକ୍ତି ଭଲ ଖେଳିପାରିବେ , ଅର୍ଥାତ୍ ଭଲ ଭାବରେ ରୋମାନ୍ସ କରିପାରିବେ” ।

Image result for sachin sri reddy

ଅନ୍ଯପଟେ ଶ୍ରୀ ରେଡୀଙ୍କ ଏହି ଆରୋପ ପରେ ସଚିନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । କିନ୍ତୁ ମାଷ୍ଟର ବ୍ଲାଷ୍ଟରଙ୍କ ଫ୍ଯାନ୍ ସୋସିଆଲ୍ ମିଡିଆରେ ଶ୍ରୀ ରେଡୀଙ୍କ କ୍ଲାସ୍ ନେଇସାରିଲେଣି । ଜଣେ ୟୁଜୟ ଲେଖିଛନ୍ତି ତୁମେ ଯାହା ବିଷୟରେ ଯାହା ଲେଖ ଆମର କିଛି ସମସ୍ଯା ନାହିଁ  ।

କିନ୍ତୁ ଆମ ପ୍ରିୟ ସଚିନଙ୍କ ବିରୋଧରେ ଗୋଟିଏ ବି ଶବ୍ଦ ସହିପାରିବୁନୁ । ସଚିନ୍ ଆମ ହୃଦୟରେ ରୁହନ୍ତି, ତୁମେ କଣ ଜାଣିବା ତାଙ୍କ ମୂଲ୍ଯ । ଅନେକ ଲୋକ ଗଭବାନଙ୍କ ପରି ସଚିନଙ୍କ ଫଟୋ ଘରେ ଲଗାଇ ପୂଜା କରୁଛନ୍ତି । ଦୟାକରି ଏହି ପୋଷ୍ଟକୁ ଡିଲିଟ୍ କର ।

Image result for sachin sri reddy

ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି ଶ୍ରୀ ରେଡୀ ମାନସିକ ସ୍ତରରେ ବେମାର ଅଛନ୍ତି । ଫେସବୁକ୍ ଆଡମିନ୍ ଶ୍ରୀ ରେଡୀଙ୍କ ଆଇଡି ବ୍ଲକ୍ କରିଦେବା ଉଚିତ୍ । ଆମେ ସଚିନଙ୍କୁ ଭଲ ଭାବରେ ଜାଣୁ , ସେ ଖେଳଠାରୁ ଅଧିକ ନିଜ ବ୍ଯବହାର ପାଇଁ ଫ୍ଯାନଙ୍କ ହୃଦୟ ଜିତିଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ  । ଏହା ପୂର୍ବରୁ ଶ୍ରୀ ରେଡୀ ସାଉଥର ଅନେକ ଷ୍ଟାରଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ସାରିଛନ୍ତି । ଏପରିକି କାଷ୍ଟିଂ କାଉଚ୍ କଥା କହି ଟପ୍ ଲେସ୍ ହୋଇଯାଇଥିଲେ । ସେବେଠାରୁ ଚର୍ଚ୍ଚାରେ ଅଛନ୍ତି ଶ୍ରୀ ରେଡୀ ।

Loading...