Take a fresh look at your lifestyle.

10 ଜୁଲାଇ 2019, ବୁଧବାର – ଏହି ୬ଟି ରାଶିର ଭାଗ୍ୟରେ ହେବ ପରିବର୍ତ୍ତନ, ପ୍ରତି କ୍ଷେତ୍ରରେ ସକାରାତ୍ମକ ବିଜୟ ଲାଭ କରିବେ….

0 260

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆନନ୍ଦମୟ ରହିବ । ଆଜିର ସପ୍ତମ ଚନ୍ଦ୍ର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ କରାଇବା ସଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତରୁ ଖୁସୀ ରହିବେ । ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର ଆଶଙ୍କା ରହିଛି । ଆଧ୍ୟାତ୍ମିକଗ୍ରହ ଶନିଙ୍କ ଆଶୀର୍ବାଦରୁ ଧାର୍ମିକ ପରିବେଶରେ ଦେବଦର୍ଶନ ସଙ୍ଗକୁ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିପାରନ୍ତି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବାର ସମ୍ଭାବନା ଅଛି । ଚାକିରୀରେ ସମ୍ମାନ ମିଳିବା ହେତୁ ସନ୍ତୁଷ୍ଟ ରହିବେ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ସ୍ୱାସ୍ଥ୍ୟ କିମ୍ବା ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଦୁର୍ଗା ।

ବୃଷ: ଅତୀତର ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପାଦନା କରିବେ । କର୍ମାଧିପତିଙ୍କ ଚନ୍ଦ୍ରଙ୍କ ସହ ସମ୍ପର୍କ ଅଭାବରୁ ବହୁତ ସ୍ଥଗିତକାମ ରହିଥିଲେ ମଧ୍ୟ ଆଜି କିଛି କରି ନ ପାରନ୍ତି । ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ଖର୍ଚ୍ଚ ପରିମାଣ ବୃଦ୍ଧି ମନସ୍ତାପର କାରଣ ହୋଇପାରେ । ଦୀର୍ଘ ଦିନରୁ ଭଲ ପାଉଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇ ଯିବା କାରଣରୁ ମନ କେବଳ ଅତୀତକୁ ଖୋଜି ବୁଲିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ । ଚାକିରି ସମ୍ବନ୍ଧିତ କୌଣସି ମନୋକାମନା ପୂରା ହେବ । ପରିବାର ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ମିଥୁନ: ଦିନଟି ଆନନ୍ଦମୟ ରହିବ । କ୍ୟାରିୟରରେ କିଛି ପରିବର୍ତ୍ତନ ହେବ । ବ୍ୟବସାୟୀମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ । ଧନାଧିପତି କୋଣଭାବସ୍ଥ ଯୋଗୁଁ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ । ସେବା ମନୋବୃତ୍ତି କାରଣରୁ ସାଙ୍ଗ ସାଥୀ ମେଳରେ ବେଶୀ ସମୟ କାଟିପାରନ୍ତି । ବନ୍ଧୁ ଗହଣରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ । ପାରିବାରିକ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କର୍କଟ: ପାରିବାରିକ ଜୀବନରେ ଅଶାନ୍ତିର ବାତାବରଣ ଦୂରେଇ ଯିବ । ଚତୁର୍ଥଚନ୍ଦ୍ର ଆପଣଙ୍କ ଲୋକପ୍ରିୟତାକୁ ବୃଦ୍ଧି କରିବା ସହ ସାମାଜିକ ସମ୍ମାନ ଆଣିବାରେ ସହାୟକ ହେବ । ସପ୍ତମଭାବ ଗ୍ରହଶୂନ୍ୟ କାରଣରୁ ଆପଣ ପ୍ରତ୍ୟେକ କାମରେ, ବିବାଦରେ, ପ୍ରତିଯୋଗିତାରେ ତଥା କଚେରି ମାମଲାରେ ସଫଳତା ପାଇବେ । ସଭାସମିତି, ପରିବହନ, ସାହିତ୍ୟ, ସଙ୍ଗୀତ, ଆଧ୍ୟାତ୍ମିକ କାର୍ଯ୍ୟ କ୍ଷେତ୍ରରୁ ସୁଫଳ ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ଓ ନୂତନ ବନ୍ଧୁତ୍ୱ ଲାଭ କରିବେ । ବ୍ୟବସାୟରେ ସଫଳତା ପାଇବେ । ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ । ବାଦ-ବିବାଦ, ପରୀକ୍ଷା, ପ୍ରତିଯୋଗୀତା ଓ ସାକ୍ଷାତକାରରେ ପ୍ରତିଟି କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ବ୍ୟୟ ଅପେକ୍ଷା ଆୟ ଅଧିକହେବ, ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ସିଂହ: ବ୍ୟୟଭାବର ଗ୍ରହମାନେ ଚତୁର୍ଥ ଭାଗ୍ୟାଧିପ ହେତୁ ଆନୁଷ୍ଠାନିକ କିମ୍ବା ଧାର୍ମିକ କାର୍ଯ୍ୟ ସକାଶେ ଖର୍ଚ୍ଚ କରିବାକୁ ମନସ୍ଥ କରିପାରନ୍ତି । ଆଜିର ଯାତ୍ରାରେ ଅଭିଳଷିତ ଫଳ ସଙ୍ଗକୁ ବସ୍ତ୍ରଭୂଷଣ, ଯାନବାହନ, ବନ୍ଧୁମିଳନ ପ୍ରାପ୍ତି ଘଟିପାରେ । ପାରଷ୍ପରିକ ଆଲୋଚନା ମାଧ୍ୟମରେ ପାରିବାରିକ ସମସ୍ୟାର ସମାଧାନ ଘଟିବ । ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକମାନଙ୍କର ବିଶେଷ ଉନ୍ନତିହେବ । ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ । ବିଦ୍ୟାର୍ଥୀମାନେ ପାଠ ପଢ଼ାରେ ଅବହେଳା କରିବେ । ମହିଳାମାନେ ସନ୍ତୁଷ୍ଟ ରହିଲେ ମଧ୍ୟ ଆର୍ଥିକ, ପାରିବାରିକ ଓ ବ୍ୟବସାୟିକ କ୍ଷେତ୍ରରେ ସମସ୍ୟା ଦେଖାଦେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରା ତାରିଣୀ ।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ । ଲାଭାଧିପ ଧନଭାବରେ ରହି ଆପଣଙ୍କୁ ଧନ ସମ୍ମାନ ସଙ୍ଗକୁ ବନ୍ଧୁ ଗହଣରେ ମିଷ୍ଠାନ ଲାଭର ଯୋଗ ପ୍ରାପ୍ତ ହେବ । ଶନିଙ୍କ କୁପ୍ରଭାବରୁ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ଲାଗି ରହିପାରେ । ଅଚାନକ ଧନପ୍ରାପ୍ତି ହେବ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଅଫିସ ହେଉ ଅବା କର୍ମକ୍ଷେତ୍ରରେ ଆପଣଙ୍କ ସହଯୋଗୀ ଆପଣଙ୍କୁ ସହଯୋଗ କରିବେ । ସ୍ନାୟବିକ ଦୁର୍ବଳତା ଦେଖା ଦେଇପାରେ । ମହିଳାମାନେ ଅଳ୍ପରେ ସନ୍ତୁଷ୍ଟ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

ତୁଳା: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ସମସ୍ତ ଗ୍ରହଙ୍କ ଅନୁକୂଳ ସ୍ଥିତି ପ୍ରଭାବରେ ସାମଗ୍ରୀକ କ୍ଷେତ୍ରରେ ଉନ୍ନତି କରିବେ । ଏକାଧାରରେ ଅର୍ଥ ସଙ୍ଗକୁ ବିଶିଷ୍ଟ ବ୍ୟକ୍ତିିଙ୍କ ଦ୍ୱାରା ସମ୍ମାନ ପାଇପାରନ୍ତି । ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେ ନାହିଁ । ଉନ୍ନତିର ନୂଆ ଦ୍ୱାରା ଖୋଲିବ । ବ୍ୟବସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ । ଅଚାନକ ଧନପ୍ରାପ୍ତି ହେବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧିହେବ । କିନ୍ତୁ ତୃତୀୟସ୍ଥ ପାପଗ୍ରହ ପ୍ରଭାବରେ ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାମତ୍କ କଥା କହିପାରନ୍ତି । ସ୍ଵାର୍ଥ ହାସଲ ନ ହୋଇ ପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ବିଛା: ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ, ଦିନଟି ଭଲରେ କାଟିବ । ବୃହସ୍ପତି ପ୍ରଭାବରେ ଭଲ ମନ ନେଇ କାମ କଲେ ମଧ୍ୟ ଅର୍ଥସଂକଟ, ବ୍ୟବହାରରେ ବ୍ୟତିକ୍ରମ ସମସ୍ୟା ସୃଷ୍ଟିର କାରଣ ହୋଇପାରେ । କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡ଼ି କ’ଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡିପାରନ୍ତି । ବ୍ୟବସାୟରେ ପ୍ରଚାର ଓ ପ୍ରସାର ଫଳରେ ଆଶାତୀତ ଲାଭବାନ ହେବେ । ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗ ଲାଭରୁ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ । ନୂତନ କର୍ମ ନିଯୁକ୍ତି ପାଇବେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ଧନୁ: ଦିନଟି ବେଶ୍ ସୁଖପ୍ରଦ ରହିବ । ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରୁ କାର୍ଯ୍ୟସିଦ୍ଧି, ସଫଳ ଆଲୋଚନା ସଙ୍ଗକୁ ବନ୍ଧୁଦର୍ଶନରେ ଖୁସୀ ରହିବେ । ଦୀର୍ଘ ଦିନର କୌଣସି ଆଶା ପୂରା ହେବ । ବ୍ୟବସାୟୀମାନେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ହୋଟେଲ, ବ୍ୟବାସାୟ, ବାଣିଜ୍ୟ ପ୍ରଭୃତି ଆଶା କରୁଥିବା ଫଳ ଅବଶ୍ୟ ମିଳିବ । ମାଲି ମୋକଦ୍ଦମାରେ ଅନାଗ୍ରହ ସୃଷ୍ଟି ହେବ । ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ଲାଭ କରିବେ । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଦୀର୍ଘଦିନର ପରିକଳ୍ପିତ ନୂତନ କାମଟିଏ କରି ଆମତ୍ତୃପ୍ତି ଲାଭ କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ମକର: ନିଜ ଗୁପ୍ତ କଥା ଅନ୍ୟକୁ କୁହନ୍ତୁ ନାହିଁ । ଆପଣଙ୍କ ସରଳତାର ସୁଯୋଗ ନେବା ପାଇଁ ସମସ୍ତେ ଜଗି ବସିଛନ୍ତି । ସପ୍ତମାଧିପତି କର୍ମଭାବସ୍ଥ ଯୋଗୁ ବହୁତ ଦିନରୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଈର୍ଷାପରାୟଣ ବ୍ୟକ୍ତି ବିଶେଷ ଶତ୍ରୁତା କରି କାର୍ଯ୍ୟରେ ପ୍ରତିରୋଧ ଘଟାଇ ପାରନ୍ତି । କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । ଶ୍ରବଣା ନକ୍ଷତ୍ର ସକାଶେ ଅର୍ଥ ସମ୍ପର୍କ, ବନ୍ଧୁଙ୍କୁ ଭଲ ପାଇବା, ଅତିଥି ଚର୍ଚ୍ଚା, ଯାତ୍ରା, ଆଇନ ଅଦାଲତ ପ୍ରଭୃତି କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ କୌଣସି କାମ ପ୍ରତି ମନ ଲାଗିବ ନାହିଁ । ନିର୍ମାଣାଧୀନ କାମ ଅଟକି ରହିଥିବା କାରଣରୁ ସାମୟିକ ଭାବେ ମାନସିକ ବିବ୍ରତ ହୋଇପାରନ୍ତି । ବ୍ୟବସାୟକ୍ଷେତ୍ରରେ ଆଶାନୁରୂପକ ସଫଳତା ମିଳିବ । ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ହରଗୌରୀ ।

କୁମ୍ଭ: ନିଜ ଇଚ୍ଛା ମୁତାବକ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିପାରିବେ । ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ ପ୍ରଭାବରୁ ଉଦ୍ୟମ ସଫଳରେ କିଛିଟା ପ୍ରତିବନ୍ଧକ ଆସିବ । ସ୍ଵଗୃହାଭିମୁଖୀ ଆଧ୍ୟାତ୍ମିକ ଗ୍ରହ ଶନି ଆପଣଙ୍କୁ ସତ୍‌ସଙ୍ଗର ସାନ୍ନିଧ୍ୟ ଓ ଧାର୍ମିକ ଅନୁଷ୍ଠାନରେ ସକ୍ରିୟ ଭୂମିକାର ସୁଯୋଗ ଦେଇପାରେ । ଗୃହ ନିର୍ମାଣ, ଗାଡି କିଣାରେ ମନ ଦେଇ ପାରନ୍ତି । ପରିବହନ, ପ୍ରଶାସନ ସ୍ତରରେ କାଯ୍ୟ ସାଧନ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଆୟ ବଢିବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରିୟବନ୍ଧୁଙ୍କୁ କୌଣସି ଉପହାର ଦେଇ ପାରନ୍ତି । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଲକ୍ଷ୍ମୀ

ମୀନ: ପୂଜାପାଠରେ ଆପଣଙ୍କ ମନ ଯଥେଷ୍ଟ ଲାଗି ରହିବ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଅଷ୍ଟମ ଚନ୍ଦ୍ର ସଙ୍ଗକୁ ଚତୁର୍ଥସ୍ଥ ପାପଗ୍ରହ ଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ । କିନ୍ତୁ ବୁଧଙ୍କ ଶୁଭସଂସ୍ଥାନ ଜନିତ ଯାତ୍ରା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ । ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ଅକ୍ଷୁର୍ଣ୍ଣ ରହିବ । ହଠାତ୍‌ ହଜି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ମହିଳାମାନେ ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନା କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଗୁପ୍ତେଶ୍ୱର ।

Leave A Reply

Your email address will not be published.