11 ଲକ୍ଷ ଟଙ୍କାର ଏଗ୍ରିମେଣ୍ଟ କରି ପଡୋଶୀ ଙ୍କୁ ପତ୍ନୀ କୁ ଦେଇଦେଲେ ସ୍ବାମୀ, ତା ପରେ ଧରା ପଡିଲା ସ୍ବାମୀ ର ଭିତିରି କୀର୍ତ୍ତି ରଙ୍ଗୀନ କାରନାମା…..

0

ଇନ୍ଦୋର ର ଅନୁପମ ନଗର ରେ ଏକ ମହିଳା ଅଭିଯୋଗ କରିଛନ୍ତି ଯେ ତା ସ୍ବାମୀ ତାକୁ ତାର ପଡୋଶୀ ସହିତ ରହିବା ପାଇଁ ବାଧ୍ୟ କରୁଛି । ଯାହା ପରେ ପଡୋଶୀ ତାଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖି ଥିଲେ ଓ ସେ ଗର୍ଭବତୀ ମଧ୍ୟ ହୋଇ ଯାଇ ଥିଲେ । ଏହା ପରେ ମହିଳା ଜଣଙ୍କ ଗୋଟିଏ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ ଓ ନିଜ ସ୍ବାମୀ ପାଖକୁ ଫେରି ଯାଇଥିଲେ ।

କିନ୍ତୁ ତାଙ୍କ ସ୍ବାମୀ ତାଙ୍କୁ ଓ ତାଙ୍କ ଝିଅ କୁ ଗ୍ରହଣ କରି ନଥିଲେ ଓ ପଡୋଶୀ ସହିତ ଏକ ଏଗ୍ରିମେଣ୍ଟ କରି ଥିଲେ ୧୧ ଲକ୍ଷ ଟଙ୍କାର । କିନ୍ତୁ ଏହି ସବୁ ଭିତରେ ତାଙ୍କ ସ୍ବାମୀ ଓ ପଡୋଶୀ ଙ୍କ ଭିତରେ ବିବାଦ ସୃଷ୍ଟି ହୋଇ ଯାଇ ଥିଲା ।

ନିଜ କଥା କୁ ପ୍ରମାଣ କରିବା ପାଇଁ ମହିଳା ଜଣଙ୍କ ପୋଲିସ୍ କୁ ସେହି ଏଗ୍ରିମେଣ୍ଟ ର କପି ଦେଇଥିଲେ । ପୋଲିସ୍ ଏହି ବିଷୟ ରେ ତଦନ୍ତ ଆରମ୍ଭ କରି ଦେଇଚି ଓ ପୋଲିସ୍ ଅନୁସାରେ ଦୋଷୀ କୁ ଉଚିତ୍ ଦଣ୍ଡ ଦିଆଯିବ। ପୋଲିସ୍ ର ରିପୋର୍ଟ୍ ଅନୁସାରେ ମହିଳା ଜଣଙ୍କ ନିଜ ସ୍ବାମୀ ଦ୍ଵାରା ପଡୋଶୀ ନିକଟ କୁ ଯାଇ ଥିଲେ ଓ ପଡୋଶୀ ସହିତ ଶାରିରୀକ ସମ୍ପର୍କ ରଖିବା ପରେ ସେ ଗର୍ଭବତୀ ହୋଇ ଥିଲେ ।

ଏହା ପରେ ମହିଳା ଙ୍କ ସ୍ବାମୀ ଜଣଙ୍କ ପୁଣି ଥରେ ଡିଲ୍ କରି ଥିଲେ ଓ ୧୧ ଲକ୍ଷ ଟଙ୍କା ଦେବା ପାଇଁ ଏଗ୍ରିମେଣ୍ଟ କରି ଥିଲେ । କିନ୍ତୁ ପରେ ପଇସା ନେବା ଦେବା ସମୟ ରେ ବିବାଦ ହୋଇଗଲା ଯେଉଁ କାରଣ ରୁ ମହିଳା ଜଣଙ୍କ ନିଜ ସ୍ବାମୀ ଓ ପରିବାର ବିରୋଧ ରେ ପୋଲିସ୍ ଅଭିଯୋଗ କରି ଏଫୟର ଦେଇଥିଲେ ।

ତେବେ ମହିଳା ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ୍ ଏହି ବିଷୟ ରେ ତଦନ୍ତ କରିବା ଆରମ୍ଭ କରି ଦେଇଚି। କିନ୍ତୁ ପୋଲିସ୍ କୁ ସ୍ବାମୀ ଓ ତାର ପରିବାର ତରଫରୁ କୌଣସି ବୟାନ ଆସି ନାହିଁ ।

ତେବେ ପୋଲିସ୍ ର ରିପୋର୍ଟ୍ ଅନୁସାରେ ପଡୋଶୀ ଜଣକ ଝିଅ ଟିକୁ ଆପଣେଇବା ପାଇଁ ନାରାଜ ହୋଇଥିବାରୁ ମହିଳା ଜଣଙ୍କ ପୋଲିସ୍ ରେ ନିଜ ସ୍ବାମୀ ଓ ଶ୍ବଶୁର ଶାଶୁ ଙ୍କ ବିରୋଧ ରେ ପୋଲିସ୍ ରେ ଅଭିଯୋଗ କରିଛନ୍ତି । ଏହି ମାମଲା ରେ ମହିଳା ଜଣଙ୍କ ଉପର କୁ ସନ୍ଦେହ ମଧ୍ୟ ଯାଉ ଅଛି ଯେ ମହିଳା ଜଣଙ୍କ ସେତେବେଳେ କାହିଁକି ଅଭିଯୋଗ କରିଲେ ନାହିଁ ଯେତେବେଳେ ତାଙ୍କୁ ତାଙ୍କ ସ୍ବାମୀ ପଡୋଶୀ ସହିତ ରହିବା ପାଇଁ ବାଧ୍ୟ କରି ଥିଲା।

ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ କାହିଁକି ଚୁପ୍ ରହିଲେ । ଆଉ ଯେତେବେଳେ ଟଙ୍କା କୁ ନେଇ ବିବାଦ ହେଲା ସେତେବେଳେ ସେ ଥାନା ରେ ପହଞ୍ଚି ଗଲେ । ତେବେ ଏହି ମାମଲା ର ଯାଞ୍ଚ୍ ବର୍ତ୍ତମାନ ଇନ୍ଦୋର ପୋଲିସ୍ କରୁ ଅଛି । ଏବଂ ଇନ୍ଦୋର ର ଡିଆଇଜି ହରି ନାରାୟଣ ଚାରି ମିଶ୍ର ଏହି ମାମଲା କୁ ନେଇ କହିଛନ୍ତି ମାମଲା ଗମ୍ଭୀର ଅଛି ଓ ଏହାର ଠିକ୍ ଭାବେ ଯାଞ୍ଚ୍ କରା ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.