Take a fresh look at your lifestyle.

୧୩ ମେ ୨୦୧୯ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଶିବଙ୍କ କୃପା ରହିବ ଏହି ୩ଟି ରାଶି ଉପରେ

0 489

ମେଷ

ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ । ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି । ଆଜି ଧାର୍ମିକ ଯାତ୍ରା ହୋଇପାରେ।

ବୃଷ

ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ । ଶାରୀରିକ ରୂପରେ ଅସୁସ୍ଥ ରହିବାରୁ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବାରେ ବିଳମ୍ବ ହେବାରୁ ଆପଣ ନିରାଶ ହୋଇପାରନ୍ତି।

Image result for rashiphala

ମିଥୁନି

ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ । ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ। ମାନସିକ ରୂପରେ ଅଣନିଶ୍ୱାସୀ ହେବାର କାରଣରୁ କୌଣସି କାର୍ଯ୍ୟରେ ଆପଣଙ୍କ ମନ ନ ଲାଗିପାରେ। ସ୍ଵାସ୍ଥ୍ୟ ମଧ୍ୟ କିଛିମାତ୍ରାରେ ଭଲ-ଖରାପ ରହିବ |

କର୍କଟ

ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ । ଆଜି ଆପଣ ନିଜ କାର୍ଯ୍ୟସ୍ଥଳରେ ବହୁତ ପରିଶ୍ରମ କରିବେ ଏବଂ ଆପଣଙ୍କୁ ନିଜ ଉପଲବ୍ଧି ଉପରେ ଗର୍ବ ହେବ । କିନ୍ତୁ ଆଜି ଆପଣ ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବା ଜରୁରୀ ।

ସିଂହ

ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ । ଆଜିର ଦିନ ଆମୋଦ-ପ୍ରମୋଦରେ ବିତିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଖୁସି ଅନୁଭବ କରିବେ।

Related image

କନ୍ୟା

ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ ।  ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟଗୁଡ଼ିକରେ ରୁଚି ରହିବାରୁ ସେହି କାର୍ଯ୍ୟଗୁଡ଼ିକ ପଛରେ ବ୍ୟସ୍ତତା ରହିବ ତଥା ତାଙ୍କ ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। କୋର୍ଟ-କଚେରୀ ସମ୍ବନ୍ଧିତ କାର୍ଯ୍ୟ ଉପସ୍ଥିତ ହେବ।

ତୁଳା

ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ । ଆଜିର ଦିନଟି ବନ୍ଧୁମାନଙ୍କ ସହିତ ମଜା କଟାଇବାର ଦିନ ଅଟେ ଆପଣ ନିଜର ସବୁ ଅସୁବିଧା ଭୁଲି ଖୁସିରେ ଦିନଟି କଟାନ୍ତୁ । ଆଜି ଆପଣଙ୍କ ନିଜର ସବୁ ବିଚାରକୁ ଖୋଲି କରି ପ୍ରକାସ କରିପାରନ୍ତି ।

ବିଛା

ଆଜି ଆପଣ ଉଭୟ ଶାରିରୀକ ଓ ମାନସିକ ରୂପେ ସୁସ୍ଥ ରହିବେ । ଘର ହେଉ ବା କାର୍ଯ୍ୟକ୍ଷେତ୍ର , ଆପଣଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଖୁସି କରିଦେବ । ଶାରିରୀକ ଓ ମାନସିକ ସୁସ୍ଥତା ହେତୁ ଉଭୟ ଆପଣଙ୍କ ଉତ୍ପାଦନ ଓ ଗୁଣବତ୍ତା ବଢ଼ିଯ଼ିବ । ଆପଣ ଛୋଟ ଛୋଟ ଖୁସି ନିଜ ପରିବାରର ଲୋକଙ୍କ ସହିତ ବାଣ୍ଟିବେ । ଛାତ୍ରମାନେ ଅଧ୍ୟୟନରେ ଅଧିକ ଭାରାକ୍ରାନ୍ତ ହୋଇ କ୍ଳାନ୍ତି ଅନୁଭବ କରିବେ ଏବଂ ବିଶ୍ରାମ କରିବେ । ଆଜି ଦିନରେ ସାଂଗ ସାଥିମାନଙ୍କ ସହ ଭ୍ରମଣ କିମ୍ବା ଚାପାନ କରି ମାନସିକ କ୍ଳାନ୍ତି ମେଣ୍ଟାଇବେ ।

Related image

ମକର

ଆଜି ଆପଣଙ୍କ ଘରେ ସୁଖ ଶାନ୍ତିର ବାତାବରଣ ହୋଇପାରିଛି ।ନିଜ ପରିବାର ସାଂଗରେ କଟାଉଥିବା ସମୟର ପରିପୂର୍ଣ୍ଣ ଆନନ୍ଦ ନିଅ । ଆପଣ ବିଦେଶୀ କଥା ହେବେ ଏବଂ ପରସ୍ପର ଭିତରେ ମଜା କରିବେ ।ଆପଣ ଛୋଟ ଛୋଟ ଖୁସି ନିଜ ପରିବାରର ଲୋକଙ୍କ ସହିତ ବାଣ୍ଟିବେ । ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ । ଆଜିର ଦିନ ପ୍ରତିକୂଳତାରେ ଭରା ରହିବ। ଶାରୀରିକ ଫୁର୍ତ୍ତିର ଆଜି ଅଭାବ ହୋଇପାରେ ଏବଂ ମାନସିକ ରୂପରେ ମଧ୍ୟ ଚିନ୍ତା ରହିପାରେ।

କୁମ୍ଭ

ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ । ଆଜିର ଦିନ ଆନନ୍ଦରେ ବିତିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନାରେ ବିଜୟର ସ୍ଵାଦ ପ୍ରାପ୍ତି କରି ପାରିବେ।

ମୀନ

ଆଜି ଆପଣଙ୍କ ଘରେ କୌଣସି ସାମାଜିକ ଅନୁଷ୍ଠାନ ହୋଇପାରେ । ଏହା ଆପଣଙ୍କୁ ଏକ ଅବଶର ମିଳିବ । ସବୁ ଦୁଃଖ, ଚ଼ିନ୍ତା ଭୂଲି ନିଜ ପରିବାରର ଲୋକଙ୍କ ସହିତ ସମୟ କାଟିବା ପାଇଁ ଆପଣ ଏଥି ପାଇଁ ନିଜକୁ ସତେଜ ଅନୁଭବ କରିବେ । ଆଜି ଆପଣ ସମାଜସେବା କରିବାକୁ ମନବଳାଇବେ । ଆଜି ଆପଣ ପଇସା ପତ୍ର କିମ୍ବା ସମୟ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ କରିବାକୁ ଚ଼େଷ୍ଟା କରିବେ । ଦିନ ସରିଲେ ଆପଣ କାମ ପାଇଁ ବହୁତ ଖୁସି ହେବେ ।

Leave A Reply

Your email address will not be published.