Take a fresh look at your lifestyle.

୧୫ ମେ ୨୦୧୯ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଗଣେଷଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

0 557

ମେଷ

ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ ।  ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ ।ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଆପଣଙ୍କୁ କ୍ଷତି ହୋଇପାରେ।

ବୃଷ

ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ । ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।ପରିବାରର ଲୋକମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। ମଧ୍ୟାହ୍ନ ପରେ କୌଣସି କାର୍ଯ୍ୟରେ ବିନା ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ ନାହିଁ। ନିଜ ସମ୍ପର୍କୀୟମାନଙ୍କଠାରୁ ଲାଭ ହେବ। ମିତ୍ର ତଥା ସ୍ଵଜନମାନଙ୍କୁ ସାକ୍ଷାତ କରିବେ।

ମିଥୁନି

ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ । ଆପଣ ହଠାତ୍ ଏମିତି ଜଣେ ବ୍ୟକ୍ତି ସହ ଦେଖାହୋଇପାରନ୍ତି ଯିଏ ଆପଣଙ୍କୁ ବ୍ୟବସାୟିକ କିମ୍ବା ଆପଣଙ୍କର ଜୀବନ ସମ୍ବନ୍ଧୀୟ ଉପଦେଶ ଦେବେ । ନିଜର ଗୁରୁଜନମାନଙ୍କ ପାଖରୁ ଉପଦେଶ ନିଅନ୍ତୁ କାରଣ ସେମାନଙ୍କ ଅନୁଭବ ଆପଣଙ୍କୁ ବହୁତ ଲାଭବାନ କରାଇବ

କର୍କଟ

ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ । ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି । ଭ୍ରମଣ ପାଇଁ ଆଜି ଦିନଟି ଶୁଭ ।ବନ୍ଧୁ ସମ୍ପର୍କିୟ କିମ୍ବା ଅଫିସକାମରେ ବାହାରକୁ ଯାଇପାରନ୍ତି । ଭ୍ରମଣ ବେଳେ ନୂଆ ଦର୍ଶନ ସ୍ଥାନ ପରିଦର୍ଶନ କରିବେ ଏବଂ ବାର୍ତ୍ତାଳାପ ଉପଭୋଗ କରିବେ

ସିଂହ

ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।  ଆଜି ଆପଣଙ୍କର ପ୍ରସିଦ୍ଧିରେ ଯାହା ଜାରୀରହିବ , ଆଗାମୀ ଦିନରେ ଆପଣଙ୍କୁ ମଉଜ ମସ୍ତି କରିବାର ସୁଯୋଗ ମିଳିବ । ସବୁ କିଛି ଆପଣଙ୍କର ଆପ୍ରାଣ ଉଦ୍ୟମର ଫଳ ।

କନ୍ୟା

ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ ।  ଆଜି ଆପଣ ନିଜ ଘରୋଇ ଜୀବନ ପ୍ରତି ସନ୍ତୁଷ୍ଟ ରହିବେ । ବହୁତ ସମୟରୁ ଆପଣ ନିଜର ଘରୋଇ ଜୀବନ ବିଷୟରେ ଭାବୁ ନଥିଲେ । କେତେ ସମୟ ବିତିଗଲା ଯୋଉଁଥିପାଇଁ ଆପଣ ଏହା ଅନୁଭବ କରିପାରିବେ ନାହିଁ

ତୁଳା

ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।  ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କ ଦ୍ୱାରା ସୃଷ୍ଟି କରାଯାଇଛି ।

ବିଛା

ଆଜି ଆପଣ ଉଭୟ ଶାରିରୀକ ଓ ମାନସିକ ରୂପେ ସୁସ୍ଥ ରହିବେ । ଘର ହେଉ ବା କାର୍ଯ୍ୟକ୍ଷେତ୍ର , ଆପଣଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଖୁସି କରିଦେବ । ଶାରିରୀକ ଓ ମାନସିକ ସୁସ୍ଥତା ହେତୁ ଉଭୟ ଆପଣଙ୍କ ଉତ୍ପାଦନ ଓ ଗୁଣବତ୍ତା ବଢ଼ିଯ଼ିବ । । କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ ।

ଧନୁ

ଆଜି ଆପଣ ନିଜକୁ ଠିକ ଭାବେ ବୁଝି ପାରିବେ । ଆଜି ଆପଣ ନିଜର ବ୍ୟକ୍ତିତ୍ତ୍ୱକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବେ । ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ । ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।

ମକର

ଆଜି ଆପଣଙ୍କ ଘରେ କୌଣସି ସାମାଜିକ ଅନୁଷ୍ଠାନ ହୋଇପାରେ । ଏହା ଆପଣଙ୍କୁ ଏକ ଅବଶର ମିଳିବ । ସବୁ ଦୁଃଖ, ଚ଼ିନ୍ତା ଭୂଲି ନିଜ ପରିବାରର ଲୋକଙ୍କ ସହିତ ସମୟ କାଟିବା ପାଇଁ ଆପଣ ଏଥି ପାଇଁ ନିଜକୁ ସତେଜ ଅନୁଭବ କରିବେ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ । ମନେ ଅଛି କି ଆପଣ ନିଜର ଘରର ଆଖପାଖରେ କିଛି ପରିବର୍ତ୍ତନ କରିବା ପାଇଁ ଭାବିଥିଲେ ।

କୁମ୍ଭ

ଆଜି ଆପଣଙ୍କ ଘରେ ସୁଖ ଶାନ୍ତିର ବାତାବରଣ ହୋଇପାରିଛି ।ନିଜ ପରିବାର ସାଂଗରେ କଟାଉଥିବା ସମୟର ପରିପୂର୍ଣ୍ଣ ଆନନ୍ଦ ନିଅ । ଆପଣ ବିଦେଶୀ କଥା ହେବେ ଏବଂ ପରସ୍ପର ଭିତରେ ମଜା କରିବେ ।ଆପଣ ଛୋଟ ଛୋଟ ଖୁସି ନିଜ ପରିବାରର ଲୋକଙ୍କ ସହିତ ବାଣ୍ଟିବେ । ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।

ମୀନ

ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।  ଆପଣଙ୍କ ମଧ୍ୟରୁ ଯେଉଁ ଲୋକମାନେ ଖରାପ ପରିସ୍ଥିତିର ସାମ୍ନାକରୁଛନ୍ତି, ସେମାନେ ନିଜର ରଣନୀତିରେ ପରିବର୍ତ୍ତନ ଆଣିବା ଉଚ଼ିତ୍ । ଏହା ଦ୍ୱାରା ଆପଣ ସହଜରେ ଲକ୍ଷ ପ୍ରାପ୍ତି କରିପାରିବେ ।

Leave A Reply

Your email address will not be published.