୯ଦିନ ଭିତରେ ସୁନା , ରୁପା ଦର ୧୬୩୫ ଟଙ୍କା କମିଲା , ଜଣାନ୍ତୁ କାହିଁକି ଶସ୍ତା ହେଉଛି ?

0

ବର୍ତ୍ତମାନ ସମଗ୍ର ଦେଶ ରେ କୋରୋନା ଭାଇରସ ପାଇଁ ଲକ୍ ଡାଉନ୍ ଜାରି କରାଯାଇଛି ।ଏହି ଲକ୍‌ଡାଉନ୍‌ ସମୟ ରେ ବର୍ତ୍ତମାନ ସୁନା ର ନୂଆ ଦାମ୍‌ ବର୍ତ୍ତମାନ ନୂଆ ରେକର୍ଡ କରିଛି । ତେବେ ଗତ ୧୭ ମେ ତାରିଖ ରେ ସୁନା ର ଦାମ ୪୭,୭୮୧ଟଙ୍କାରେ ପହଞ୍ଚିଥିଲା , ଯାହା ଏକ ନୂତନ ରେକର୍ଡ ପାଲଟି ଯାଇଥିଲା। ଏହାପରେ ସୁନା ର ଦର ଦାମ୍‌ରେ ହ୍ରାସବୃଦ୍ଧି କ୍ରମଶଃ ଜାରି ରହିଛି। କିନ୍ତୁ ଦିଲ୍ଲୀ ର ସର୍‌ଫା ବଜାରରେ ଗତ ସାତ ଦିନ ମଧ୍ୟରେ ହୋଇଥିବା କାରବାର ରେ ସୁନା ର ଦର ୧୯୯ ଟଙ୍କା ପ୍ରତି ୧୦ଗ୍ରାମ କୁ କମିଛି ।

ସେହିପରି ରୂପା ର ଦାମ ୧୬୩୫ ଟଙ୍କା କିଲୋ ପ୍ରତି ହ୍ରାସ ପାଇଛି। ତେବେ ଏହି ନୂତନ ଦାମ୍ ପଛରେ କୌଣସି ପ୍ରକାର କାରଣ ନାହିଁ । ଏହି ବର୍ଷ ସୁନା ର ଦାମ୍ ୧୦ ଗ୍ରାମ ପ୍ରତି ୫୩,୦୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବ ବୋଲି ପୂର୍ବରୁ ବିଶେଷଜ୍ଞ ମାନେ ଅନୁମାନ କରିଥିଲେ। କିନ୍ତୁ ଏବେ ସୁନା ର ଦାମ୍‌ ଖସିବ ବୋଲି ଅନୁମାନ କରି କୁହା ଯାଉଛି । ଏନେଇ କୋୖଣସି ସୂଚନା ସ୍ପଷ୍ଟ ଭାବରେ ମିଳି ନାହିଁ ।

ତେବେ କେଡିଆ କମୋଡିଟି ର ପରିଚାଳନା ର ନିର୍ଦ୍ଦେଶକ ଅଜୟ କେଡିଆ ଙ୍କ ଅନୁଯାୟୀ, ବର୍ତ୍ତମାନ କରୋନା ସଙ୍କଟ ଯୋଗୁ ସାରା ବିଶ୍ୱରେ ଏବେ କେନ୍ଦ୍ରୀୟ ବ୍ୟାଙ୍କ ମାନଙ୍କ ର ନୀତିଗତ ହାର ହ୍ରାସ ହେଉଛି । ଯେଉଁଥିପାଇଁ ଅର୍ଥନୀତିରେ ଘୋର ଅବନତୀ ପରିଲକ୍ଷିତ ହେଉଥିବା ବେଳେ ସୁନା ସୁରକ୍ଷିତ ଭାବରେ ବିନିଯୋଗ ର ଏକ ବିକଳ୍ପ ପାଲଟିଛି।

ଅନେକ ଦେଶ ବର୍ତ୍ତମାନ କରୋନା ଭିରସ୍ ଯୋଗୁ ଲକଡାଉନ ରେ ରହିଛି । ତେଣୁ ଲୋକ ମାନେ ନିବେଶ କରିବା ପାଇଁ ଅନ୍ୟ ବିକଳ୍ପ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ଅଜୟ କେଡ଼ିଆ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସେୟାର ବଜାରରେ କାରବାର ବୃଦ୍ଧି ପାଇବ ର ଲାଗୁଚି ।

ଏହି ସମୟରେ ନିବେଶକ ମାନଙ୍କ ଧାରା ମଧ୍ୟ ସୁନା ଠାରୁ ଇକ୍ୱିଟି ମୂଲ୍ୟବୋଧକୁ ସ୍ଥାନାନ୍ତରିତ ହେବାର ଲାଗିଛି | ଏଥିସହିତ କୌଣସି ବି ସ୍ଥାନରେ ଭୂ-ରାଜନୈତିକ ଉତ୍ତେଜନାର ସ୍ଥିତି ବର୍ତ୍ତମାନ ନାହିଁ । ଆଉ ବର୍ତ୍ତମାନ ସମୟ ରଏ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଲାଗି ରହିଛି ଯାହାକୁ ପ୍ରାୟତଃ ରୋକା ଯାଇ ପାରିବ । ସୁଚନୀ ଅନୁଯାୟୀ ଗତ ଦୁଇ ବର୍ଷ ମଧ୍ୟ ରେ ସୁନା ୫୦% ରୁ ଅଧିକ ରିଟର୍ଣ୍ଣ ମିଳିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଲାଭର ପ୍ରାଧାନ୍ୟ ବିସ୍ତାର କରୁଛି। ଏହା ସହିତ ଲୋକ ମାନେ ମଧ୍ୟ ନିଜର ପୁରୁଣା ସୁନା ବିକ୍ରି କରୁଛନ୍ତି କାରଣ ପୁରୁଣା ସୁନା ବିକ୍ରୟ ବଦଳ ରେ ଅଧିକ ଆକର୍ଷଣୀୟ ମୂଲ୍ୟ ରହି ଅଛି ।

ଜୁନ ୧ ପରେ ସୁନା ର ନୂତନ ଦାମ୍ ଆସୁ ଅଛି । ନୂତନ ଦାମ୍ ର ସମ୍ପୂର୍ଣ ବିବରଣୀ ତଳେ ଦିଆ ଯାଇଛି ।

ଜୁନ୍‌ ୧ ପରେ ସୁନାର ଦାମ୍‌ ଏପରି ରହୁଛି —

ତାରିଖ     ସୁନାର ଦାମ Rs/୧୦ଗ୍ରାମ       ରୂପାର ଦାମ୍‌ Rs/କେଜି

୯ ଜୁନ୍‌ ୨୦୨୦       ୪୬୮୪୪               ୪୭୬୯୫

୮ ଜୁନ୍‌ ୨୦୨୦       ୪୬୪୮୯               ୪୭୮୦୦

୫ ଜୁନ୍‌ ୨୦୨୦       ୪୬୬୯୬               ୪୭୮୦୦

୪ ଜୁନ୍‌ ୨୦୨୦       ୪୬୭୬୭               ୪୭୯୩୦

୩ ଜୁନ୍‌ ୨୦୨୦       ୪୬୮୪୫               ୪୮୨୯୫

୨ ଜୁନ୍‌ ୨୦୨୦       ୪୭୦୭୫               ୪୯୫୪୦

୧ ଜୁନ୍‌ ୨୦୨୦       ୪୭୦୪୩               ୪୯୩୩୦

ବର୍ତ୍ତମାନ ଯଦି ଲକଡାଉନ୍ ସମୟ ରେ ସୁନା ଏବଂ ରୂପା ମୂଲ୍ୟ ବିଷୟରେ ଆଲୋଚନା କରିବା , ତେବେ ପ୍ରଥମ ଥର ଓ ଚତୁର୍ଥ ଥର ଜାରି ହୋଇଥିବା ଲକଡାଉନ୍ ରେ ସୁନା ମୂଲ୍ୟ ହ୍ରାସ ପାଇଥିଲା । ଏବଂ ତୃତୀୟ ଲକ୍‌ଡାଉନ୍‌ ର ତୁଳନା ରେ ସୁନା ର ମୂଲ୍ୟ ୯୩୨ ଟଙ୍କା କୁ ଶସ୍ତା ହୋଇ ଯାଇ ଥିଲା । ଏହି ଲକଡାଉନ୍ ର ଶେଷ ବାଣିଜ୍ୟ ଦିନ ୨୯ ମେ ଶୁକ୍ରବାର ଦିନ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ମୂଲ୍ୟ ୪୬,୯୨୯ ଟଙ୍କାକୁ ଆସିଥିଲା।

ତେବେ ଏହି ସମୟ ମଧ୍ୟରେ ଏହା ତିନି ଥର ସୁନା ଦାମ୍‌ ୪୭ହଜାର ଉପରକୁ ବୃଦ୍ଧି ପାଇ ଥିଲା । ମେ ୧୮ରେ ସୁନା ର ଦାମ୍ ୪୭୮୬୧ ଟଙ୍କ , ମେ ୨୦ ରେ ୪୭୨୬୦ ଟଙ୍କାରେ ଏବଂ ମେ ୨୨ ରେ ୧୦ ଗ୍ରାମରେ ୪୭୧୦୦ ଟଙ୍କାରେ ବିକ୍ରି କରା ଯାଇ ଥିଲା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.