ଆଖିର ଜ୍ୟୋତି ସବୁଦିନ ପାଇଁ ବଜାୟ ରଖିବାକୁ ଚାହୁଁଥିଲେ କରନ୍ତୁ ଏହି କାମ, ନଚେତ

ଆଖି ବା ଚକ୍ଷୁ ମଣିଷ ଶରୀରର ଏକ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ମାନଙ୍କ ଭିତରୁ ଅନ୍ୟତମ।ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ମଣିଷ ବହୁତ୍ କମ୍ ବୟସରୁ ଅନେକ ପ୍ରକାର ର ରୋଗ ରେ ଆକ୍ରାନ୍ତ ହେବାରେ ଲାଗିଛି। ଭାବରେ ପରିବର୍ତ୍ତନ ହେବାରେ ଲାଗିଛି ଆଜିର ମଣିଷର ଦୈନନ୍ଦିନ ଜୀବନ ଶୈଳୀ। ବ୍ୟକ୍ତି ନିଜକୁ ଏତେ ବ୍ୟସ୍ତ ରଖୁଛି ଯେ ସମସ୍ତଙ୍କର ଯତ୍ନ ନେବାରେ , ନିଜର ଯତ୍ନ ପାଇଁ ସମୟ ବାହାର କରି ପାରୁ ନାହିଁ। ବ୍ୟକ୍ତି ନିଜକୁ ସ୍ଵସ୍ଥ ରଖିବା ପାଇଁଁ ଓ ମଜବୁତ୍ କରି ରଖିବା ପାଇଁଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛି।

ବ୍ୟାୟାମ କରିବା ପାଖରୁ ଆରମ୍ଭ କରି ଯିମ୍ ଯିବା, ଯୋଗ ଧ୍ୟାନ କରିବା, ଉପଯୁକ୍ତ ଖାଦ୍ୟ ର ଆହରଣ କରିବା, ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ନେବା, ଖାଦ୍ୟ ରେ ସବୁଜ ପନିପରିବା କୁ ଯୋଗ କରିବା ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଛନ୍ତି ନିଜକୁ ସୁସ୍ଥ ରଖିବା ପାଇଁ।

ଆଜିକାଲି ଛୋଟ ପିଲା ମାନେ ହୁଅନ୍ତୁ କୁ ବଡ଼ ଲୋକ, ସବୁବେଳେ ଅଧିକାଂଶ ସମୟ ମୋବାଇଲ, ଲାପଟପ୍, ଟିଭି ସମ୍ମୁଖରେ ସେମାନେ ଅଧିକ ସମୟ ଅତବାହିତ କରିଥାନ୍ତି।ତେଣୁ ସାନ ପିଲା ମାନେ ମଧ୍ୟ ଅଳ୍ପ ବୟସରୁ ଆଖି ସମସ୍ୟା ରୁ ଚଷମା ବ୍ୟବହାର କରୁଛନ୍ତି। ଏହିଭଳି ଭାବରେ ଆଜି କାଲି ଦୁନିଆର ସବୁଠାରୁ ବଡ଼ ସମସ୍ୟା ହେଉଛି, ଆଖି ର ଦୃଷ୍ଟି ଶକ୍ତି କମିଯିବା ବା ଜ୍ୟୋତି ହ୍ରାସ ପାଇବା।

ତେବେ ଆସନ୍ତୁ ଜାଣିବା କଣ ସବୁ କରିବା ଦ୍ୱାରା ଆମେ ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବା।

ଆହାର ଉପରେ ଧ୍ୟାନ ଦିଅନ୍ତୁ- ସନ୍ତୁଳିତ ଖାଦ୍ୟ ଉପରେ ଅଧିକ ଗୁରୁତ୍ବ ଦିଅନ୍ତୁ। ଆଖି ର ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଭିଟାମିନ A ଥିବା ଖାଦ୍ୟ କୁ ଅଧିକ ମାତ୍ରା ରେ ଖାଆନ୍ତୁ।ଏହା ସହିତ ମାଛ ମଧ୍ୟ ଖାଆନ୍ତୁ। ଅଧିକ ପୋଷକ ତତ୍ତ୍ଵ ଭରି ରହିଥିବା ଖାଦ୍ୟ ଖାଇବା ଦରକାର ଏବଂ ଆଖିର ସମସ୍ୟା ଥିବା ବ୍ୟକ୍ତି ଗାଜର ଯୁଶ ଖାଇବା ଦ୍ବାରା ଆଖି ଜନିତ ସମସ୍ୟା ଦୂର ହୋଇଥାଏ।

ପୁରା ନିଦ ନିଅନ୍ତୁ– ଅଳ୍ପ ଶୋଇବା, ବା ନିଦ୍ରା ହୀନତା କାରଣରୁ ଆପଣଙ୍କ ଆଖି ସଂପୂର୍ଣ୍ଣ ଭାବରେ ବିଶ୍ରାମ ପାଇ ନଥାଏ।ତେଣୁ ଅଧିକ ସମୟ ଯାହା ଆପଣଙ୍କ ବୟସ ପାଇଁ ଜରୁରୀ, ସେତିକି ସମୟ ନିଶ୍ଚିତ ଭାବରେ ଗଭୀର ନିଦ୍ରା ରେ ଶୋଇବାକୁ ଚେଷ୍ଟା କରନ୍ତୁ,ନହେଲେ ଆଖି ର କିରଣ ଧୀରେ କମି ଯାଇଥାଏ।

ବ୍ରାଇଟନେଶ୍ କମ୍ କରନ୍ତୁ- ମୋବାଇଲ, ଲାପଟପ୍ ଆଦି ଦେଖିବା ସମୟରେ ଏଗୁଡ଼ିକର ଲାଇଟ୍ କୁ କମ୍ କରି ଦେଖନ୍ତୁ। ଯେମିତି ଆଖି ଉପରେ ଚାପ ନପଡେ।

ନିୟମିତ ଭାବରେ ଆଖି ପରୀକ୍ଷା କରନ୍ତୁ ଓ ଆଖିର ବ୍ୟାୟାମ କରନ୍ତୁ– ଆଖି କୁ ସୁସ୍ଥ ରଖିବା ପାଇଁ ଧୀରେ ଧୀରେ ଆଙ୍ଗୁଳି ଦ୍ବାରା ଆଖି ପତା କୁ ମାଲିସ୍ କରନ୍ତୁ ଓ ବୁଲାନ୍ତୁ। ଏମିତି କରିବା ଦ୍ୱାରା ଆଖି କୁ ବିଶ୍ରାମ ମିଳିଥାଏ ଓ ଦୃଷ୍ଟି ଶକ୍ତି ଠିକ୍ ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।