ଆସୁଛି ବାତ୍ୟା : ୧୨ ଜିଲ୍ଲାକୁ ସତର୍କ ସୂଚନା, 5 ଟି ଜ଼ିଲ୍ଲା କୁ RED ZONE ,ପାଣିପାଗ ବିଶେଷଜ୍ଞ ଶରତ ସାହୁ ଦେଲେ ବଡ ସୂଚନା

ମାଡ଼ି ଆସୁଛି ଭୟଙ୍କର ବାତ୍ୟା ଅମ୍ଫାନ୍। ଏହା ଏବେ ଦାନା ବାନ୍ଧି ସାରିବା ପରେ ଗୁରୁତର ରୂପ ଧାରଣ କରିବା ପାଇଁ ବଳ ଯୋଗାଡ଼ କରିସାରିଛି।ଏବେ ଏହା ଲଘୁଚାପ ରୁ ଅବପାତ ର ରୂପ ଧାରଣ କରିଛି। ସିଭିଆର୍ ସାଇକ୍ଲୋନିକ ଷ୍ଟୋର୍ମ ବା ଗୁରୁତର ସାମୁଦ୍ରିକ ଝଡ଼ ର ରୂପ ନେଇଛି ଏହି ବାତ୍ୟା ଅମ୍ଫାନ।ଏହାର ସୂଚନା ଦେଇଛନ୍ତି ଭାରତୀୟ ପାଣି ପାଗ ବିଭାଗ।ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ର ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଦକ୍ଷିଣ ଆଣ୍ଡାମାନ୍ ସମୁଦ୍ର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି।

ଏହି ଭୟଙ୍କର ସାମୁଦ୍ରିକ ଝଡ଼ ଆଜି ଅବପାତରେ ପରିଣତ ହେବାସହ ଏହା ଆଜି ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇ ଭୟଙ୍କର ସାମୁଦ୍ରିକ ଝଡ ରେ ପରିଣତ ହେବ।ଏହା ନେଇ ସ୍ବତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି।

କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ୧୭ ତାରିଖ ରେ ଅତି ଭୀଷଣ ବାତ୍ୟା ର ରୂପ ନେବ ଓ ୧୭ ତାରିଖ ପର୍ଯ୍ୟନ୍ତ ଏହା ବଙ୍ଗୋପସାଗର ଭିତରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାପରେ ଏହା ଦିଗରେ ପରିବର୍ତ୍ତନ ଆଣି ଏହି ବାତ୍ୟା ୧୮ ଏବଂ ୧୯ତାରିଖରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ।

ଏହି ସମ୍ଭାବ୍ୟ ବାତ୍ୟା ର ରୂପ କଣ ହେବ ତାହାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ।କିନ୍ତୁ ଏହି ବାତ୍ୟା ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ଆସନ୍ତାକାଲି ସୁଦ୍ଧା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜକୁ ଛୁଇଁପାରେ ବୋଲି ଆକଳନ କରା ଯାଉଛି।ଏହା ର ପ୍ରଭାବ ଓଡ଼ିଶା ଉପରେ ବି ପଡ଼ିପାରେ ବୋଲି ଆକଳନ କରାଯାଉଛି, ପାଣିପାଗ ବିଭାଗ ପକ୍ଷରୁ।

ଏଥିପାଇଁ ଓଡ଼ିଶାର ୧୨ ଟି ଜିଲ୍ଲା କୁ ସତର୍କ ସୂଚନା ପାଣିପାଗ ବିଭାଗ ପକ୍ଷରୁ ଦିଆ ଯାଇଛି।ତେବେ ଯେଉଁ ୪ ଟି ଜିଲ୍ଲା ଓଡ଼ିଶାରେ ଅଧିକ ପ୍ରଭାବିତ ହେବାକୁ ଯାଉଛନ୍ତି ଅର୍ଥାତ୍ ଉତ୍ତର ଓଡ଼ିଶା ର ଜିଲ୍ଲା ସମୂହ ଯଥା ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଅଟନ୍ତି। ଏହି ଜିଲ୍ଲା ର ଜିଲ୍ଲାପାଳ ମାନଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡ଼ିକ କରନା ସେଣ୍ଟର୍ ହୋଇ ଥିବାରୁ ଜିଲ୍ଲାପାଳ ମାନଙ୍କୁ ସୁରକ୍ଷିତ ଅବଶିଷ୍ଟ ସ୍ଥାନ ବାଛିବା ପାଇଁ କୁହା ଯାଇଛି ଓ ଲୋକଙ୍କୁ ସ୍ଥାନାନ୍ତର ନିମନ୍ତେ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି।ଏହି ବାତ୍ୟା ର ମୁକାବିଲା ପାଇଁ ସରକାର ଙ୍କ ତରଫ ରୁ ସ୍ବତନ୍ତ୍ର ଟିମ୍ ଗଠନ କରା ଯାଇଛି।ଓଡ୍ରାଫ ଓ ଏନଡିଆରଫକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମତ୍ସ୍ୟ ଜିବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ଆଜି ଠାରୁ ବାରଣ କରାଯାଇଛି ଓ ଚାଷୀ ମାନଙ୍କୁ ସତର୍କ ରହିବାକୁ କୁହଯାଇଛି।୬୦ ରୁ ୭୦ କି ମି ବେଗରେ ପବନ ବହିବ ଓ ବର୍ଷା ମଧ୍ୟ ହୋଇ ପାରେ। ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଛୁଟି ବାତିଲ କରିବା ସହିତ କାର୍ଯ୍ୟ ରେ ଯୋଗ ଦେବାକୁ କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।