ଆଜିଠାରୁ ଚାଲିଲା ଟ୍ରେନ୍ ? ଏହି ଟ୍ରେନରେ କେଉଁ ମାନେ ଯାତ୍ରା କରିପାରିବେ ଜାଣନ୍ତୁ….

ମାର୍ଚ୍ଚ ୨୨ ରେ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ସମ୍ବନ୍ଧିତ ଜନତା କର୍ଫ୍ୟୁ ପରେ ସାରା ଦେଶରେ ଲାଗୁ ହୋଇଥିବା ଏହି ଲକ୍ ଡାଉନ୍ ଏବେ ଫଳପ୍ରଦ ହେବା ପରେ ତୃତୀୟ ପର୍ଯ୍ୟାୟ ରେ ଏଥିରେ କିଛି ପରିବର୍ତ୍ତନ ଅଣା ଯାଇଛି। ତେବେ ଏହା ଲକ୍ ଡାଉନ୍ ର ତୃତୀୟ ପର୍ଯ୍ୟାୟ ରେ କିଛି ନିୟମ କୁ କହୋଳ କରାଯାଇଛି। ଆସନ୍ତୁ ଜାଣିବା।ତେବେ ଏହାରି ଭିତରେ କିଛି ରାଜ୍ୟ ଓ ଜିଲ୍ଲା ମାନଙ୍କର ସ୍ଥିତି ଭଲ ରହିଥିବାରୁ ଏଥିନିମନ୍ତେ ସରକାର କିଛି ପଦକ୍ଷେପ ଓ ସୁଚିନ୍ତିତ ଯୋଜନା କରିଛନ୍ତି।

ଯେଉଁ ସ୍ଥାନ ମାନଙ୍କରେ କୌଣସି ସଂକ୍ରମଣ ର ଭୟ ନାହିଁ। ଏହି ରାଜ୍ୟ ଗୁଡ଼ିକୁ ଗ୍ରୀନ ଜୋନ୍ ଘୋଷଣା କରା ଯାଇଛି। ଏହି ଜୋନ୍ ରେ କିଛି ନିୟମ କୁ କହୋଲ କରାଯାଇଛି। ଯଦିଓ ୨ ସପ୍ତାହ ର ଲକ୍ ଡାଉନ୍ ଅବଧି ବୃଦ୍ଧି ହୋଇ ମେ୧୭ ଯାଏଁ ବଢ଼ିଛି।

ତେବେ ଗ୍ରୀନ ଜୋନ୍ ରେ ରେଳ ଚଳାଚଳ ପାଇଁ ସର୍ତମୂଳକ ଅନୁମତି ପରେ ଏବେ ନିଜ ରାଜ୍ୟର ଲୋକଙ୍କୁ ଘରକୁ ଫେରାଇ ଆଣିବାକୁ ଟ୍ରେନ୍ ଚଳାଚଳ ପାଇଁ ନିର୍ଦେଶ ଦିଆ ଯାଇଛି। ଅନ୍ୟ ରାଜ୍ୟରେ ଫସି ରହିଥିବା ଛାତ୍ର ଓ ଶ୍ରମିକ ମାନଙ୍କ ପାଇଁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ମିଳିଛି।

ଏଥି ନିମନ୍ତେ ପ୍ରଥମ ଟ୍ରେନ୍ ତେଲେଙ୍ଗାନା ରୁ ଝାରଖଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ବୋଲି ସୂଚନା ମିଳିଛି।ଯେଉଁ ମାନଙ୍କର କାଶ, ଥଣ୍ଡା କିମ୍ବା ଜ୍ଵର କିଛି ନଥିବ ସେହି ମାନେ କେବଳ ଏଥିରେ ଯାତ୍ରା କରି ପାରିବେ। ମୁଖ୍ୟ କଥା ହେଲା ଯେଉଁ ରାଜ୍ୟରୁ ଏମାନେ ଯାତ୍ରା କରିବେ ସେଇ ରାଜ୍ୟର ସରକାର ଏହାର ଦାୟିତ୍ୱ ନେବେ ।

ସନିତାଇଜ୍ ବସ୍ ମାଧ୍ୟମରେ ଷ୍ଟେସନ କୁ ଆଣିବେ ଓ ସାମାଜିକ ଦୂରତା ରକ୍ଷା କରି ଏହି ସବୁ କାର୍ଯ୍ୟ କରିବେ। ନିଜ ରାଜ୍ୟରେ ପହଂଚିଲା ପରେ ତାଙ୍କ ସରକାର୍ ଏହି ଛାତ୍ର ଓ ଶ୍ରମିକ ମାନଙ୍କର ଯତ୍ନ ନେବେ ଓ ତାଙ୍କର ପହଞ୍ଚିବା ବ୍ୟବସ୍ଥା କରିବେ।

ସରକାରଙ୍କ ପ୍ରଦତ୍ତ ନିୟମ ଆଧାରରେ ମେ ୧ ତାରିଖ ରୁ ଲିଙ୍ଗମପଲ୍ଲୀରୁ ହଟିଆ ଅଭିମୁଖେ ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନ ଟି ଅର୍ଥାତ୍ ଉପଲବ୍ଧ ଏହି ଶ୍ରମିକ ସ୍ପେଶାଲ ଟ୍ରେନ୍ ତେଲେଙ୍ଗାନାର ରାଜ୍ୟର ହାଇଦ୍ରାବାଦର ଲିଙ୍ଗମପଲ୍ଲୀରୁ ଝାଡଖଣ୍ଡର ହଟିଆ ରେଳ ଷ୍ଟେଶନ ପର୍ଯ୍ୟନ୍ତ ଯାତ୍ରା କରିବ  ।

ଅଲୁବାରୁ ଭୁବେନେଶ୍ୱର- କେରଳର କୋଚ୍ଚି ନିକଟସ୍ଥ ଅଲୁବା ଷ୍ଟେଶନରୁ ଆଜି ଓଡ଼ିଶା ଅଭିମୁଖେ ଏକ ଟ୍ରେନ୍ ଯାତ୍ରା ଆରମ୍ଭ କରିବ। ଉକ୍ତ ଟ୍ରେନ୍ ଟି କେରଳ ରୁ ନିଜ ରାଜ୍ୟର ଶ୍ରମିକ ମାନଙ୍କୁ ନେଇ ଆସିବ। ନାସିକରୁ ଭୋପାଳ ଓ ନାସିକରୁ ଲକ୍ଷ୍ନୌ,ଜୟପୁରରୁ ପାଟନା ଓ କୋଟାରୁ ହଟିଆ ମଧ୍ୟରେ ସ୍ପେଶାଲ ଟ୍ରେନ୍ ଚାଲିବ ।

ଏହି ସମସ୍ତ ସ୍ପେଶଲ୍ ଟ୍ରେନ୍ ଆଜିଠାରୁ ଚଳାଚଳ ଆରମ୍ଭ କରିଛି ଯାହା ବାହାର ରାଜ୍ୟରୁ ଶ୍ରମିକ ଓ ଛାତ୍ର ମାନଙ୍କୁ ଆଣି ଗନ୍ତବ୍ୟସ୍ଥଳ ରେ ପହଞ୍ଚାଇବା କାର୍ଯ୍ୟ କରୁଛି।

inspair post from nandighoshatv ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।