ଏବେ ଏବେ ଆସିଲା ବଡ ଦୁଃଖ ଖବର । ଓଡ଼ିଆ ଆଲୁବମ କୁଇନ ଦୀପା ସାହୁ ଙ୍କ ପରଲୋକ । ଚାରିଆଡେ ଶୋକର ଛାୟା ତାଙ୍କର ଆତ୍ମା ର ଶାନ୍ତି ପାଇଁ ପ୍ରାଥନା କରନ୍ତୁ

0

ପୁଣି ଓଡ଼ିଆ ମନୋରଞ୍ଜନ ଜଗତରୁ ଆସିଲା ଦୁଃଖଦ ଖବର। ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି ଓଡ଼ିଶାର ଆଲବମ୍ କୁଇନ ଦୀପା ସାହୁ।ଗୋଟିଏ ସମୟରେ ଓଡିଆ ଆଲବମ ଜଗତରେ ଚହଳ ସୃଷ୍ଟି କରିଥିଲେ ଅଭିନେତ୍ରୀ ଦୀପା ସାହୁ। ତାଙ୍କ ଡ୍ୟାନ୍ସ ଏବଂ ଅଭିନୟର ଜାଦୁରେ ସମସ୍ତଙ୍କୁ ମତୁଆଲା କରୁଥିଲେ ଦୀପା। କିନ୍ତୁ ଆଜି ଅପରାହ୍ଣ ଲିଭି ଯାଇଛି ଦୀପାଙ୍କ ଜୀବନ ଦୀପ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୧୯୮୫ ମସିହାରେ ଢ଼େଙ୍କାନାଳର ଏକ ଗାଁରେ ଦୀପା ସାହୁ ଜନ୍ମ ହୋଇଥିଲେ। ମାତ୍ର ୩୫ ବର୍ଷ ବୟସରେ ସେ ଆରପାରିକୁ ଚାଲି ଯାଇଛନ୍ତି।ଏହିଭଳି ଏକ ଦୁଃଖଦ ଖବର ସମସ୍ତ ଦର୍ଶକ ଏବଂ ଲୋକମାନଙ୍କୁ ମର୍ମାହତ କରିଛି।

କେହି ବିଶ୍ବାସ କରି ପାରୁ ନାହାଁନ୍ତି ଯେ ଆମ ଗହଣରେ ଆଉ ନାହାନ୍ତି ଏହି ଆଲବମ୍ କୁଇନ।ଲୋକପ୍ରିୟ ଆଲ୍‌ବମ୍‌ ଅଭିନେତ୍ରୀ ଦୀପା ସାହୁଙ୍କ ସୋମବାର ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଦୀପାଙ୍କ ମୃତ୍ୟୁ ଘଟିଛି। ଦୀର୍ଘ ଦିନ କ୍ୟାନ୍‌ସରରେ ପୀଡ଼ିତ ହୋଇ ସେ ଚିକିତ୍ସାଧୀନ ଥିଲେ । ଦୀପାଙ୍କ ଦେହାନ୍ତ ନେଇ ସ୍ବାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ଶତାଧିକ ଆଲ୍‌ବମ୍‌ରେ ଅଭିନୟ କରିବା ସହ ଓଡ଼ିଆ ସିନେମା, ଧାରାବାହିକରେ ମଧ୍ୟ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଥିଲେ।

ଦୀର୍ଘ ୬ ବର୍ଷ ହେବ ସେ କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଆଜି ଅଚାନକ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଦୀପା ଓଭାରି କ୍ୟାନସରରେ ପୀଡିତ ଥିବା ବେଳେ ଅତ୍ୟଧିକ ରକ୍ତ ସ୍ରାବ ହେଉଥିଲା ବୋଲି ସୂଚନା ରହିଥିଲା।

ଦୀପା ତାଙ୍କ ଆଲବମ୍ ଓ ଅଭିନୟ ଜଗତରେ ତୋର କୃଷ୍ଣଚୂଡ଼ା ରଂଗର ନାଲି ଓଢ଼ଣୀ,‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା,ଏକରା ଏକରା ରା, ଭଳି ସୁପରହିଟ୍ ଆଲ୍ବମ୍ରେ ଦେଖିବାକୁ ମିଳିଥିଲା ଦୀପାଙ୍କ ଜଲଓ୍ୱା। ଆଲବମ୍ ବ୍ୟତୀତ ତାଙ୍କୁ କିଛି ଟେଲି ଧାରାବାହିକ ଓ ଓଡ଼ିଆ ସିନେମାରେ ବି ଦେଖିବାକୁ ମିଳିଥିଲା।

ଓଡିଆ ଆଲବମ ଜଗତରେ ଚହଳ ସୃଷ୍ଟି କରିଥିଲେ ଅଭିନେତ୍ରୀ ଦୀପା ସାହୁ। ତାଙ୍କ ଡ୍ୟାନ୍ସ ଏବଂ ଅଭିନୟର ଜାଦୁରେ ସମସ୍ତଙ୍କୁ ମତୁଆଲା କରୁଥିଲେ ଦୀପା। କିନ୍ତୁ ଆଜି ଅପରାହ୍ଣ ଲିଭି ଯାଇଛି ଦୀପାଙ୍କ ଜୀବନ ଦୀପ। କିଛି ଦିନ ତଳେ ତାଙ୍କ ର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲ୍ ରେ ଭର୍ତି କରା ଯାଇଥିଲା। ସୂଚନା ଥାଉ କି ସେ ଜରାୟୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ।

ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ରେ ସାମାନ୍ୟ ସୁଧାର ଆସିଥିଲା। କିନ୍ତୁ ପୁଣି ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା ଏବଂ ପରେ ସେ ମୃତ ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆା ଯାଇଛି। ତାଙ୍କୁ ହରାଇ ଓଡ଼ିଆ ମନୋରଞ୍ଜନ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।

ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।

Leave A Reply

Your email address will not be published.