ଜଣାନ୍ତୁ କଣ କହିଲେ ଶରତ ସାହୁ । ‘ଅମ୍ଫାନ’ ସ୍ଥଳଭାଗ ଛୁଇଁବା ବେଳେ ମାଡ଼ି ଆସିବ ଦୁଇ ମହଲା କୋଠା ଉଚ୍ଚର ଜୁଆର, ୧୯୫ ସ୍ପିଡ଼ ରେ ବୋହିବ ପବନ

ଭୟଙ୍କର ରୂପ ନେଇ ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ଏଥିପାଇଁ ଭାରତୀୟ ପାଣି ପାଗ ବିଭାଗ ତରଫରୁ ଏକ ଜରୁରୀ ସୂଚନା ଜାରି କରା ଯାଇଛି।ଓଡ଼ିଶାର ନିକଟତର ହେଉଛି ଆମ୍ପନ୍। ମହାବାତ୍ୟାର ରୂପ ନେବା ପରେ ଘଣ୍ଟା ପ୍ରତି ୧୪ କି.ମି. ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ‘ଅମ୍ଫାନ’। ଏହା ଏବେ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘା ଠାରୁ ୭୨୦ କିଲୋ ମିଟର ଦୂରରେ ରହିଛି।

ମହାବାତ୍ୟା ସମୟରେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟାପ୍ରତି ୨୩୦ରୁ ୨୪୦ କିଲୋମିଟର ଥିବା ବେଳେ ଲ୍ୟାଣ୍ଡଫଲ୍ ସମୟରେ ବେଗ ୧୬୫ରୁ ୧୭୫ କିଲୋମିଟର ଏବଂ ସ୍ଥଳବିଶେଷରେ ଘଣ୍ଟାକୁ ୧୯୫ କିମି ରହିବ।

ତେଣୁ ଏହାର ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ଥିବା ବେଳେ ଓଡ଼ିଶାରେ ମଧ୍ୟ ପ୍ରଭାବ ରହିବ।ଭାରତୀୟ ପାଣି ପାଗ ବିଭାଗ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି,ସମୁଦ୍ରରେ ହିଁ ମହାବାତ୍ୟାର ଶକ୍ତି ହ୍ରାସ ପାଇବ ଏବଂ ଭେରି ସିଭିୟର ସାଇକ୍ଲୋନ୍ ରୂପରେ ସ୍ଥଳଭାଗ ଛୁଇଁବ।

ଏହି ବାତ୍ୟା ଓଡ଼ିଶାରେ ମାଡ଼ ହେବନାହିଁ, ବରଂ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ଥିବା ସୁନ୍ଦରବନ ପାଖାପାଖି ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ।ତେଣୁ ପଶ୍ଚିମବଙ୍ଗ ରେ ଭୟଙ୍କର କ୍ଷୟ କ୍ଷତି ହୋଇପାରେ। ‘ଅମ୍ଫାନ’ ପାଇଁ ଭଦ୍ରକ ଜିଲ୍ଲା ର ବାସୁଦେବପୁର ,ଚାନ୍ଦବାଲି ,ଧାମରା ଅଞ୍ଚଳ ରେ ହାଇ ଅଲର୍ଟ । ତା ସହିତ ବାଲେଶ୍ୱର ର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ହାଇ ଅଲର୍ଟ ଜାରି କରାଯାଇଛି

ଭାରତୀୟ ପାଣିପାଗ ର ସୂଚନା ଅନୁସାରେ ଏହି ଭୟଙ୍କର ‘ଅମ୍ଫାନ’ ବହୁ ଉଚ୍ଚ ଦେଇ ଗତି କରିବ।ଲ୍ୟାଣ୍ଡଫଲ୍‌ କରିବା ବେଳେ ସମୁଦ୍ରରୁ ଦୁଇ ମହଲା କୋଠା ଉଚ୍ଚରେ ଜୁଆର ମାଡ଼ି ଆସିବ। ବିଶେଷ କରି ପଶ୍ଚିମବଙ୍ଗର ସାଉଥ ପ୍ରଗଣା ଓ ନର୍ଥ ପ୍ରଗଣା ଅଞ୍ଚଳରେ ଦୁଇ ମହଲା କୋଠା ଉଚ୍ଚର ଜୁଆର ଆସିବ।

ସେହିପରି ମେଦିନାପୁର ଅଞ୍ଚଳରେ ୩ରୁ ୪ ମିଟର ଉଚ୍ଚର ଜୁଆର ଆସିବ। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ଆଶଙ୍କା ରହିଛି। ଲୁଣାପାଣି ଯୋଗୁ ସ୍ଥାନୀୟ ଅଞ୍ଚଳର ପିଇବା ପାଣି ନଷ୍ଟ ହୋଇଯିବ। ଚାଷ ଜମି କ୍ଷତିଗ୍ରସ୍ତ ହେବ ଓ ଦୁର୍ବଳ ଘର ଭାଙ୍ଗିଯିବ ବୋଲି ଆଶଙ୍କା କରାଯାଉଛି।

ପଶ୍ଚିମ ବଙ୍ଗ ରେ ଏହା ଲାଣ୍ଡ ଫଲ୍ କରିବାକୁ ଯାଉ ଥିବାରୁ ଏହା ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରଭାବ ପକାଇବ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ, ‘ଅମ୍ଫାନ’ ସିଧାସଳଖ ଓଡ଼ିଶାରେ ମାଡ଼ ହେଉ ନଥିଲେ ବି ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ।

ସବୁଠୁ ଅଧିକ ପ୍ରଭାବ ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ଉପରେ ରହିବ। ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ସର୍ବାଧିକ ୧୩୫ କିଲୋମିଟର ଯାଏ ରହିବା ବୋଲି ଆକଳନ କରାଯାଉଛି। ତେଣୁ ଲୋକଙ୍କୁ ସ୍ଥାନାନ୍ତର ସହିତ ଏବେ ସରକାର ଦୃଢତାର ସହିତ କାର୍ଯ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।