ଆସିଲା ମହିଳା ମାନଙ୍କ ସୁରକ୍ଷା ପାଇଁ ଏକ ନୂଆ ଗେଜେଟ। ଏବେ ସବୁ ମହିଳା ଏହା ସାହାଯ୍ୟ ରେ କରି ପାରିବେ ନିଜ କୁ ସୁରକ୍ଷିତ

0

ବର୍ତମାନ ର ଯୁଗ ଗେଜେଟ ର ଯୁଗ। ଏବେ ବିଭିନ୍ନ ପ୍ରକାର ର ଗେଜେଟ ବାହାରିଛି ଯାହା କି ଆମର ବହୁତ ପ୍ରକାର ସାହାଯ୍ୟ ରେ ଲାଗି ପାରୁଛି। ତେବେ ଆପଣ ମାନେ ଆଗରୁ ଏକ ATM ବିଷୟରେ ଶୁଣିଥିବେ ଯାହାକି ମହିଳା ମାନଙ୍କ ର ସୁରକ୍ଷା ପାଇଁ ବାହାର କରା ଯାଇ ଥିଲା। ତେବେ ଏହି ATM ରେ ପ୍ରକୃତ ରେ ଏକ ଛୋଟ ଛୁରୀ ଲୁଚି ରହି ଥାଏ ଯାହାକି ବିପଦ ସମୟ ରେ ନିଜକୁ ସୁରକ୍ଷା କରିବା ରେ କିଛି ମାତ୍ରା ରେ ସାହାଯ୍ୟ କରି ଥାଏ।

ତେବେ ଏବେ ମହିଳା ମାନଙ୍କ ର ସୁରକ୍ଷା ପାଇଁ ଆଉ ଏକ ସୁନ୍ଦର ଗେଜେଟ ପ୍ରସ୍ତତ କରି ଛନ୍ତି ଆମ ଓଡ଼ିଶା ର ଜଣେ କଲେଜ ଛାତ୍ର। ସେ ଏକ ବିଜ୍ଞାନ ଛାତ୍ର ଅଟନ୍ତି। ଗେଜେଟ ବନାଇବା ତାଙ୍କର ଏକ ସଉକ ବୋଲି ସେ କହିଛନ୍ତି।ତେବେ ତାଙ୍କର ନାମ ହେଉଛି ଲକ୍ଷ୍ମଣ ମୁଣ୍ଡି। ଓଡ଼ିଶା ର ନୂଆ ପଡା ଜିଲ୍ଲା ର ଲୋକ ଦୁଷ୍ଟି କଲେଜ ଅଫ ଏଡଭାନ୍ସ ଟେକ୍ନୋଲୋଜି ର ଛାତ୍ର ଅଟନ୍ତି। ମହିଳା ମାନଙ୍କ ପାଇଁ ସେ ଏପରି ଏକ ସୁନ୍ଦର ଗେଜେଟ ପ୍ରସ୍ତୁତ କରି ଛନ୍ତି ଯାହା ଦ୍ୱାରା ମହିଳା ମାନେ ନିଜକୁ ସହଜ ରେ ସୁରକ୍ଷା ଦେଇ ପାରିବେ।

ତେବେ ଗେଜେଟ ଟି ହେଉଛି ଏକ ପଟି। ସେ ଏପରି ଏକ ପଟି ତିଆରି କରିଛନ୍ତି ଯେ ଯାହାକୁ ମହିଳା ମାନେ ନିଜ ହାତରେ କିମ୍ବା ଶରୀର ରେ ଲଗାଇ ବାହାରକୁ ଗଲେ ଯଦି କେହି ତାଙ୍କୁ ଛୁଇଁବାକୁ ଚେଷ୍ଟା କରନ୍ତି କିମ୍ବା ତାଙ୍କ ସହ ଖରାପ କର୍ମ କରିବାକୁ ଚେଷ୍ଟା କରନ୍ତି ତେବେ ଏଥିରୁ 220 ଭୋଲ୍ଟେ ର ଚାର୍ଜ ଲାଗିବ। ଯାହା ପାଇଁ ମହିଳା ମାନେ ନିଜକୁ ସୁରକ୍ଷିତ କରି ପାରିବେ।
ତେବେ ଏହି ଗେଜେଟ ଟିକୁ ଯିଏ ପିନ୍ଧିବ ଏହା ସେଇ ଲୋକ ଅନୁସାରେ ଚାଲିବ। ଏଥିରେ ଏକ ରିମୋଟ ସୁଇଚ ଅଛି ଯାହା ସାହାଯ୍ୟ ରେ ମହିଳା ମାନେ ଏହି ଗେଜେଟ କୁ ପରି ଚାଳନ କରି ପାରିବେ। ତେବେ ଏହା କେବେଳ ପିନ୍ଧିଥିବା ଲୋକ ର ଇଛା ଅନୁସାରେ ଅନ୍ୟକୁ ଚାର୍ଜ ଲାଗିବ। ତେଣୁ ସାଙ୍ଗ ସାଥି କିମ୍ବା ପରିବାର ଲୋକେ ଏହି ଗେଜେଟ କୁ ନେଇ ଭୟ ଭିତ ହେବାର କିଛି ନାହିଁ।
ଲକ୍ଷ୍ମଣ ଭାରତ ରେ ବଢୁଥିବା ଧର୍ଷଣ ଓ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାନ୍ୟ ଅତ୍ୟାଚାର ରୁ ରକ୍ଷା କରିବା ପାଇଁ ଏହି ପରି ଗେଜେଟ ପ୍ରସ୍ତୁତ କରି ଥିବା କହି ଛନ୍ତି। ଏହା ବ୍ୟତୀତ ଏହି ଗେଜେଟ କିପରି ଶୀଘ୍ର ରୁ ଅତି ଶୀଘ୍ର ଭାରତ ର ସବୁ ମହିଳା ମାନଙ୍କ ପାଖରେ ପହଂଚି ପାରିବ ସେ ସେଥି ପାଇଁ ସେ ପ୍ରୟାସ ଚଳାଇ ଥିବା କହିଛନ୍ତି। ତେବେ ପ୍ରକୃତ ରେ ଲକ୍ଷ୍ମଣ ଙ୍କ ର ଏହି ଗେଜେଟ ଟି ବହୁତ ପ୍ରସଂସ ନିୟ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.