ଏଟିଏମ୍ ନଛୁଇଁ କାଢ଼ିହବ ଟଙ୍କା, ଜିତେନ୍ଦ୍ର ଙ୍କ ନୂଆ ଉଦ୍ଭାବନ : ଆଶ୍ଚର୍ଯ୍ୟ ଲାଗିଲେ ବି ସତ

0 202

ଆଜିର ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ଉନ୍ନତି ଘଟିଛି।ସମସ୍ତେ ଏବେ ନୂତନ ଉଦ୍ଭାବନ କୁ ନେଇ ଚିନ୍ତିତ। ଉଦ୍ଭାବନ ମନରେ ସୃଷ୍ଟି କରେ ଏକ ନୂତନତ୍ବ ର ବିଶେଷ ଆକର୍ଷଣ। ଯାହା ଆସିଥାଏ ବ୍ୟକ୍ତି ର ଦୃଢ଼ ମନବଳ ଓ ଅଭିଜ୍ଞତା ରୁ।ଏବେ ସେମିତି ଏକ ନୂତନ ଉଦ୍ଭାବନ ଘଟିଛି ଏଟିଏମ୍ ମେସିନ୍ ର ସେନ୍ସର୍ ଷ୍ଟିକ୍। ଏହା ଯୁବ ବୈଜ୍ଞାନିକଙ୍କ ନୂତନ ଉଦ୍ଭାବନ ଅଟେ !! ଏଥିପାଇଁ ତାଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ବିଭିନ୍ନ ବର୍ଗର ଲୋକେ ଓ ପରିବାର ବର୍ଗ।

କରନା ଭାଇରସ ସଂକ୍ରମଣ ରେ ସାମାଜିକ ଦୂରତା କୁ ଗୁରୁତ୍ଵ ଦିଆ ଯାଉଥିବା ବେଳେ, ଟଙ୍କା ର ଦେବା ନେବା, କିଛି ଜିନିଷକୁ ସ୍ପର୍ଶ କରିବା ଆଦି କୁ ନେଇ ଭୟ ଲାଗି ରହିଛି ଓ କଟକଣା ମଧ୍ୟ ଲାଗିଛି।ତେବେ ଏହି ସମୟରେ ଲୋକେ ଏଟିଏମ୍ ମେସିନ୍ ର ବହୁଳ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ଏହା ଦ୍ବାରା ସଂକ୍ରମଣ ର ଭୟ ରହିଛି।ତେଣୁ ମେସିନ୍ କୁ ନଛୁଇଁଁ କେମିତି ମେସିନ୍ ରୁ ଟଙ୍କା ବାହାର କରି ହେବ ସେଥିପାଇଁ ଚିନ୍ତା କରିଛନ୍ତି ଏହି ଯୁବକ।ସେ ଉଦ୍ଭାବନ କରିଛନ୍ତି ସେନସର ଷ୍ଟିକ।ଯାହା ସାହାଯ୍ୟରେ ଆପଣ ବିନା ଡରରେ ସୁଇଚ୍ କୁ ନ ଚିପି ମେସିନ୍ ରୁ ପଇସା ବାହାର କରି ପାରିବେ।

ଏହି ଯନ୍ତ୍ର କୁ ଉଦ୍ଭାବନ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ର ବଳରାମପ୍ରସାଦ ଗ୍ରାମର ଜିତେନ୍ଦ୍ର ସାହୁ। ଯାହାଙ୍କ ବୟସ ୩୮ ବର୍ଷ। ଶିକ୍ଷା ତାଙ୍କର ଯୁକ୍ତ ଦୁଇ କଳା ପର୍ଯ୍ୟନ୍ତ। ଠିକା ସଂସ୍ଥା ଅଧୀନରେ ନାଲକୋ ପାଉଁଶ ପୋଖରୀ ରେ ସେ ଶ୍ରମିକ କାର୍ଯ୍ୟ କରିଥାନ୍ତି। ମନ କିନ୍ତୁ ତାଙ୍କର କିଛି ନୂଆ ଉଦ୍ଭାବନ କରିବାକୁ ନେଇ ବିଚଳିତ ହେଉଥାଏ।

ଯାହାର ଫଳ ସ୍ୱରୂପ ତାଙ୍କର ଗବେଷକ ମନ ତିଆରି କରିଚି ଏହି ନୂତନ ପ୍ରଭାବ କାରୀ ଯନ୍ତ୍ର। ଲୋକ ମାନଙ୍କୁ ଏଟିଏମ୍ ମେସିନ୍ ସ୍ପର୍ଶ ଦ୍ବାରା ଭୂତାଣୁ ସଂକ୍ରମଣ ର ଭୟ ରହି ଥିବାରୁ ସେ ଚିନ୍ତା କରିଥିଲେ କିଭଳି ମେସିନ୍ କୁ ସ୍ପର୍ଶ ନକରି ଟଙ୍କା ବାହାର କରି ହେବ। ସେଥିପାଇଁ ସେ କେବଳ ୫ ଦିନରେ ଉଦ୍ଭାବନ କଲେ ଏହି ସେନସର୍ ଷ୍ଟିକ୍।

ଯାହାର ତିଆରି ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୫୦ ଟଙ୍କା।ଏହା କଲମ ଭଳି ଆଧାରରେ ରଖା ଯାଇଛି ଯେଉଁଥିରେ ଅଳ୍ପ ସାନିଟାଇଯର ଥାଏ ଓ ସେନସର ଷ୍ଟିକ୍ ର ମୁହଁ ଏଥିରେ ବୁଡି ରହିଥାଏ।ଏଥିରେ ଲାଗିଥିବା ସେଂସର୍ ଆଙ୍ଗୁଳି ର କାମ କରୁଛି।ଯାହା ଆପଣଙ୍କୁ କୁହାଯିବ ସେଇ ଉପାୟରେ ଷ୍ଟିକ୍ ଦ୍ବାରା ଟଚ୍ କରି ପଇସା ଉଠାଇ ପାରିବେ।

ଏହାକୁ NIF (National Innovation Foundation) ପସନ୍ଦ କରିଛି ଏବଂ ଏହାକୁ କିଭଳି ବହୁଳ ମାତ୍ରାରେ ବ୍ୟବହାର ଉପଯୋଗୀ କରା ଯାଇ ପାରିବ ତାହା ପାଇଁ ଅନୁଧ୍ୟାନ ମଧ୍ୟ କରା ଯାଉଅଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.