Loading...

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବଡ ଧରଣର ଅଗ୍ନିକାଣ୍ଡ : ଜଳିଗଲା ‘ଚକାଡୋଳା’ ବସ୍, କିପରି ହେଲା କଣ ପାଇଁ ହେଲା

Loading...

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସ୍‌ରେ ବୁଧବାର ଅପରାହ୍ନରେ ହଠାତ ନିଆଁ ଲାଗି ଯାଇଛି । ଅଗ୍ନିକାଣ୍ଡରେ ପୂରା ବସଟି ପୋଡ଼ି ଯାଇଛି। ଏହି ବସର ନାମ ଚକାଡୋଳା ବୋଲି ଜଣାପଡ଼ିଛି। ବସ୍‌ରେ ନିଆଁ ଲାଗିବା ଖବର ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗଙ୍କୁ ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗି ପଡ଼ିଥିଲେ । ତେବେଏହି ଅଗ୍ନିକାଣ୍ଡ କିପରି ଘଟିଥିଲା ତାହାର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ତିନିଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।

କାରଣ କଣ

ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ଚକାଡୋଳା ନାମକ ବସ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ କରିବାକୁ ଦମକଳ ବାହିନୀର ଉଦ୍ୟମ ଜାରି ରହିଛି ।

ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନାହିଁ । ତେବେ ବସ୍‌ଟି ଦୀର୍ଘ ଏକ ଘଣ୍ଟା ଧରି ବସ୍‌ଟି ଜଳୁଥିବାବେଳେ ଅଗ୍ନିଶମବାହିନୀ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ବସ୍‌ଷ୍ଟାଣ୍ଡରେ ଉପସ୍ଥିତ ତିବା ଯାତ୍ରୀ ଏବଂ ବ୍ୟବସାୟୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍ ଚଳାଛଲ କରିଥାଏ । ତେବେ ପ୍ରତିଦିନ ଷ୍ଟାଣ୍ଡରେ ଶହ ଶହ ଆସି ରହିଥାନ୍ତି । ଏଠାରୁ ହିଁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ଆରମ୍ଭ କରିଥାନ୍ତି ।

ଚକାଡୋଳା ନାମକ ବସ୍ ମଧ୍ୟ ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିଲା । ତେବେ ହଠାତ୍ ବସ୍‌ଟିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଅଳ୍ପ ସମୟରେ ବସ୍‌ଟି ସଂପୂର୍ଣ୍ଣ ଜଳିଯାଇଥିଲା । ତେବେ ନିଆଁକୁ ଆତୟ କରିଛି ଦମକଳ ବାହିନୀ ।

ଭୁବନେଶ୍ବରରୁ କଳାହାଣ୍ଡି ଜିଲ୍ଲାର ମୁଖୀଗୁଡ଼ାକୁ ଯାଉଥିବା ଏହି ବସ୍‌ରେ ହଠାତ ନିଆଁ ଲାଗି ଯାଇଥିଲା। ତେବେ ନିଆଁ ଲାଗିଥିବା ବେଳେ ବସ୍‌ରେ ଯାତ୍ରୀ ନଥିଲେ। ମାତ୍ର ନିଆଁ ଲାଗିବା ସମୟରେ ଅନ୍ୟ ବସ ଏହି ବସ ପାଖରେ ରହିଥିଲା। କିଛି ସମୟ ଲାଗି ବରମୁଣ୍ଡା ବସଷ୍ଟାଣ୍ଡରେ ଭୟର ବାତାବରଣ ଖେଳି ଯାଇଥିଲା । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...