Loading...

ଗ୍ରାହକଙ୍କ ପାଇଁ ଖୁସି ଖବର! ବଦଳିବ ବ୍ୟାଙ୍କ ଖୋଲିବାର ସମୟ, ୧୦ଟାରେ ନୁହେଁ, ଏଣିକି ଏହି ସମୟରେ ଖୋଲିବ ସମସ୍ତ ସରକାରୀ ବ୍ୟାଙ୍କ

0

ପ୍ରଶାସନ ତରଫରୁ ଜାରି ହେଲା ଗୋଟିଏ ନୂଆ ନିର୍ଦେଶ । ଯେଉଁ ସରକାରୀ ବ୍ୟାଙ୍କ ଗୁଡିକ ନିର୍ଦ୍ଧାରିତ ସମୟ ଅର୍ଥାତ୍ 10 ଟା ଖୋଲା ଯାଉଥିଲା ତାହା ଏବେ ଏଣିକି 10 ଟା ନୁହେଁ ଦିନ 9 ଟାରେ ଖୋଲାଯିବ । ବ୍ୟାଙ୍କ ଗୁଡିକର କାର୍ଯ୍ୟକମ ଗୁଡିକ ଦଶଟା ସମୟରେ ହେଉଥିଲା ଯାହା ଫଳରେ ଗ୍ରାହକ ମାନେ ବହୁତ ସମସ୍ଯା ସହିତ ଗତି କରୁଥିଲେ ।ତେବେ ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ପ୍ରଶାସନ ଏହି ସମୟର ମୁହତ୍ତୂ ସହିତ ବିଚାର କରି ଏବେ ଗ୍ରାହକ ମାନଙ୍କ ପାଇିଁ ଉପଯୁକ୍ତ ସମୟ ବାହାର କରିଛନ୍ତି ।

ଗ୍ରାହକ ମାନଙ୍କ ପାଇିଁ ଏହା ଗୋଟିଏ ବଡ ଖୁସିଖବର କାରଣ ଆପଣ ମାନେ ସକାଳୁ ପର ଠାରୁ ଯାଇ ବ୍ୟାଙ୍କ କେଉଁ ସମୟ ରେ ଖୋଲା ହେବା ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ ଏବେ ତାହା ହେବ ନାହିଁ କାରଣ ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ଏହି ନିୟମ କୁ ହଟାଇଦେଇଛି । ବ୍ୟାଙ୍କ 10 ଟା ଖୋଲା ହେଉଥିଲା ଏବେ ତାହା 9 ଟା ସମୟ ରେ ଖୋଲା ହେବ ବୋଲି ନିର୍ଦେଶନାମା ଜାରି ହୋଇଛି । ଏହି ନିୟମ ବର୍ତ୍ତମାନ ସୋସିଆଲ ମିଡିଆରେ ଭିବିନ୍ନ ନ୍ୟୁଜ ଚେଲାନ ଏବଂ ଖବର କାଗଜ ମାଧ୍ୟମରେ ପ୍ରକାଶ କରାଯାଇଛି । ଆପଣ ମାନେ ଜଣନ୍ତି ଏହି ନିୟମ ଦ୍ବାରା ଖାଲି ମେନବ୍ରାଞ୍ଚ ନିର୍ଦ୍ଧାରିତ ସମୟରେ ଖୋଲା ହେବା ସହିତ ସାଖା ବ୍ୟାଙ୍କ ମଧ୍ୟ ଏହି ସମୟରେ ଖୋଲା ହେବ ବୋଲି ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ପକ୍ଷୁ ହୋଇଥିବା ଏକ ବୈଠକ ରୁ ପାସ ହୋଇଥିଲା ।

ଗ୍ରାହକ ମାନଙ୍କ ପାଇିଁ ଏହି ସୁଚନା 24 ଜୁନ୍ କୁ ସାରା ଭାରତ ବର୍ଷରେ ଘୋଷିତ ହୋଇଥିଲା । ବ୍ୟାଙ୍କ ମାନେ ଏହି ଟାଇମ ରେ ଖୋଲା ହେବା ସହିତ ତିନୋଟି ବିକଳ୍ପ ମଧ୍ୟ ରହିଥିଲା । ଯଦି 9 ଟା ରେ ବ୍ୟାଙ୍କ ଖୋଲାଯାଏ ତେବେ ଦିନ 3 ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହି ପରି 10 ଟା ରେ କୋଲା ଗଲେ ତାହା ଅପରାହ୍ଣ 4 ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଯଦି 11 ଟା ଖୋଲା ଯାଏ ତେବେ ତାହା ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଖୋଲା ରହିବ ।

ସରକାର ଚାହୁଛନ୍ତି ଗୋଟିଏ ସ୍ଥାନରେ ବ୍ୟାଙ୍କ ଶାଖାଗୁଡ଼ିକ ଭିନ୍ନ ଭିନ୍ନ ସମୟରେ ନଖୋଲୁ। ଅର୍ଥାତ ଗୋଟିଏ ଶାଖା ସକାଳ ୮ଟାରେ ଓ ଆଉ ଏକ ଶାଖା ୧୦ଟାରେ ଖୋଲୁ। ଅଧିକ ଲୋକ ବସବାସ କରୁଥିବା ଅଞ୍ଚଳଗୁଡ଼ିକର ଶାଖା ସକାଳ ୮ଟାରୁ ଖୋଲିପାରିବ। ସେହିପରି କେତେକ ସ୍ଥାନରେ ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ବ୍ୟାଙ୍କ ଖୋଲାରହିପାରିବ।

ଭାରତୀୟ ବ୍ୟାଙ୍କ ସଂଘର ସିଇଓ ଭି ଜି କାନନ କହିଛନ୍ତି ଯେ, ଗୋଟିଏ ସ୍ଥାନରେ ଗୋଟିଏ ସମୟରେ ଯେଭଳି ସବୁ ବ୍ୟାଙ୍କ ଶାଖା ଖୋଲାଯାଇପାରିବ ସେ ନେଇ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିରେ ବ୍ୟାଙ୍କଗୁଡ଼ିକ ଆଲୋଚନା କରି ନିଷ୍ପତ୍ତି ନେବେ।

ଆଇବିଏ ପକ୍ଷରୁ ଜୁନ ୨୪ ତାରିଖରେ ଗ୍ରାହକଙ୍କ ସୁବିଧା ଉପରେ ଗଠିତ ଉପସମିତିର ବୈଠକରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ତିନୋଟି ବିକଳ୍ପ ଦିଆଯାଇଥିଲା । ପ୍ରଥମଟି ହେଲା- ସକାଳ ୯ଟାରୁ ଅପରାହ୍ମ ୩ଟା ପର୍ଯ୍ୟନ୍ତ , ଦ୍ୱିତୀୟଟି ହେଲା-ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଏବଂ ତୃତୀୟଟି ହେଲା ଦିନ ୧୧ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ । ତେବେ ଆଇବିଏ ପକ୍ଷରୁ ବ୍ୟାଙ୍କମାନଙ୍କୁ କୁହାଯାଇଛି କି, ୩୧ ଅଗଷ୍ଟ ସୁଦ୍ଧା ଜିଲ୍ଲା ସ୍ତରୀୟ ଗ୍ରାହକ ସମନ୍ୱୟ କମିଟିର ବୈଠକ କରି ସମୟ ସ୍ଥିର କରିନିଅନ୍ତୁ ଏବଂ ତାର ସୂଚନା ସ୍ଥାନୀୟ ନ୍ୟୁଜପେପରରେ ମଧ୍ୟ ଦିଅନ୍ତୁ ।

ତେବେ ଯେଉଁଠି ଗ୍ରାହକମାନେ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାଙ୍କିଂ ସେବା ଚାହାନ୍ତି । ସେଠାରେ ପୂର୍ବ ଭଳି ଅର୍ଥାତ୍ ୧୦ଟା କିମ୍ବା ୧୧ଟାରୁ ମଧ୍ୟ ବ୍ୟାଙ୍କ ଖୋଲିବାର ବିକଳ୍ପ ରହିବ । ଏହି ନିଷ୍ପତ୍ତି ସମସ୍ତ ସରକାରୀ ବ୍ୟାଙ୍କ ଗୁଡିକ ଏବଂ ରିଜିଓନାଲ ରୁରାଲ୍ ବ୍ୟାଙ୍କ ଉପରେ ଲାଗୁ କରାଯିବ  । ଏହି ମାମଲା ସହ ସଂପୃକ୍ତ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ବ୍ୟାଙ୍କ ଖୋଲାଯିବାର ଏହି ନୂଆ ସମୟ ଆସନ୍ତା ମାସ ତଥା ସେପ୍ଟେମ୍ବରରୁ ଲାଗୁ କରାଯାଇପାରେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...