ଆଇସିୟୁ ଭିତରେ ଥିବା କରୋନା ରୋଗୀଙ୍କୁ ଅଶାଳୀନ ଭାବେ ସ୍ପର୍ଶ କଲେ ଡାକ୍ତର, ତା ପରେ ଏପରି କରିବାକୁ ପଛେଇଲେ ନାହିଁ

ଚିନ୍ତା ବଢ଼ାଇଛି କରନା ସୁରକ୍ଷା। କେମିତି ଏହାକୁ ନିହତ କରାଯାଇ ପାରିବ ସେଥିପ୍ରତି ପ୍ରଶାସନ ଯତ୍ନଶୀଳ ହେବା ସହିତ ଲୋକଙ୍କ ସାହାଯ୍ୟ ଲୋଡ଼ିଛନ୍ତି। କାରଣ ଲୋକ ମାନଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ତେବେ ଏହି ଯୁଦ୍ଧ ର ଅସ୍ତ୍ର ଭାବରେ ଲକ୍ ଡାଉନ୍ କୁ ଗ୍ରହଣ କରାଯାଉଥିବା ବେଳେ ସାରଥୀ ସାଜିଛନ୍ତି ରାଷ୍ଟ୍ର ମୁଖ୍ୟ ଓ ରାଜ୍ୟ ମାନଙ୍କର ମୁଖ୍ୟ ଓ ଶାସନ ସଚିବ ଏବଂ ଅର୍ଜୁନ ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ ଓ ସୁରକ୍ଷା କର୍ମୀ ମାନେ।

ସେମାନଙ୍କର ଅନବରତ ପ୍ରୟାସ ଓ ପରିଶ୍ରମ ଯୋଗୁଁ ସେମାନଙ୍କୁ କରନା ମୁକାବିଲା ର ପ୍ରକୃତ ଯୋଦ୍ଧା ବା କରନା ଯୋଦ୍ଧା ବୋଲି କୁହାଯାଉଛି।

ତେବେ ଏହି ଭଳି ମହାମାରୀ ବିରୋଧରେ ଲଢ଼େଇ କରିବା ପାଇଁ ମଙ୍ଗ ଧରିଥିବା ଡାକ୍ତର, ନର୍ସ ଓ ସେବା କର୍ମୀ ମାନଙ୍କୁ ଆସୁଛି ବହୁତ୍ ସାରା ଅଭିନନ୍ଦନ ଓ ସ୍ବାଗତ ସମ୍ବର୍ଦ୍ଧନା। ସେମାନଙ୍କ ଉତ୍ସାହ ବଢେଇବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ନିଆରା ଢଙ୍ଗ କୁ ଆପନାଉ ଛନ୍ତି।

ଏହି କରନା ଯୋଦ୍ଧା ମାନଙ୍କୁ ମିଳୁଥିବା ସମ୍ମାନ  ସେମାନଙ୍କୁ ଏହି କରନା ଭାଇରସ ସହ ମୁକାବିଲା କରିବାକୁ ଉତ୍ସାହ ଓ ପ୍ରେରଣା ଯୋଗାଇବ। ସମସ୍ତ ପ୍ରୋଫାଇଲ୍ ର ଲୋକଙ୍କ ମନରେ ଏବେ ଏହି ସ୍ବାସ୍ଥ୍ୟ କର୍ମୀ ମାନଙ୍କ ପାଇଁ ସୃଷ୍ଟି ହୋଇଛି ଏକ ଉନ୍ନତ ଚିନ୍ତାଧାରା ଏବଂ ବଢ଼ିଛି ଅଧିକ ସମ୍ମାନ।

ଏହାରି ଭିତରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏମିତି ଏକ ଖବର ଯାହା ଅପମାନିତ କରିଛି ସମସ୍ତ ସେବା କର୍ମୀ ମାନଙ୍କୁ ଯେଉଁ ମାନେ ଦିନ ରାତି ପରିଶ୍ରମ କରି ନିଜ ପରିବାରରୁ ନିଜକୁ ଦୂରେଇ ରଖି କରନା ଆକ୍ରାନ୍ତ ଙ୍କ ଚିକିତ୍ସା ଓ ସେବା ରେ ଲାଗିଛନ୍ତି।

ଅଭିଯୋଗ ହୋଇଛି ଯେ ଜଣେ ଡାକ୍ତର ରୋଗୀଙ୍କ ଉପରେ ଅଶାଳୀନ ବ୍ୟବହାର କରିଛନ୍ତି। ଏହି ଘଟଣା ଘଟିଛି ମୁମ୍ବାଇ ର ଏକ ଘରୋଇ ହସ୍ପିଟାଲରେ।ଘଟଣାକ୍ରମ ଏହା ଥିଲା କି ଜଣେ କରନା ଆକ୍ରାନ୍ତ ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ଚିକିତ୍ସା ପାଇଁ।

ତେବେ ତାଙ୍କର ଚିକିତ୍ସା କରୁଥିବା ୩୪ ବର୍ଷୀୟ ଡାକ୍ତର ତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିଥିଲେ ବୋଲି ଅଭିଯୋଗ କରା ଯାଇଛି ଓ ତାଙ୍କ ନାମରେ ମାମଲା ମଧ୍ୟ ରୁଜୁ କରିଛନ୍ତି ଉକ୍ତ ୪୪ ବର୍ଷ ବୟସ୍କ ପୁରୁଷ। ସୂଚନା ଅନୁସାରେ ଏହି ଆକ୍ରାନ୍ତ ଜଣଙ୍କ ଏହି ଘଟଣା ର ଗୋଟିଏ ଦିନ ପୂର୍ବରୁ ହସ୍ପିଟାଲ୍ ରେ ଯୋଗ ଦେଇଥିଲେ।

ମୁମ୍ବାଇର କେନ୍ଦ୍ରୀୟ ଅଞ୍ଚଳରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଏହି ପୁରୁଷ ବ୍ୟକ୍ତି ଜଣଙ୍କ ଭର୍ତ୍ତି ହୋଇଥିବା ବେଳେ ଉକ୍ତ ଡାକ୍ତର ତାଙ୍କ ପ୍ରତି ଖରାପ୍ ଅଶାଳୀନ ବ୍ୟବହାର ଦେଖାଇଥିଲେ।

ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ମୁମ୍ବାଇ ପୋଲିସ ଓ ଅଭିଯୋଗ କୁ ଆଧାର କରି ଡାକ୍ତରଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି। ପୋଲିସ ର କହିବା ଅନୁସାରେ ଏହି ଡାକ୍ତର ଜଣଙ୍କୁ ଏବେ ଗିରଫ କରାଯାଇ ପାରିବ ନାହିଁ, କାରଣ ସେ କରନା ସଂକ୍ରମିତ ରୋଗୀ ଙ୍କ ଚିକିତ୍ସା କରୁଥିଲେ।

ତାଙ୍କୁ ଏବେ ସଂଗରୋଧ କରି ରଖା ଯାଇଛି।୧୪ ଦିନ ସେ ସଂଗାରୋଧ୍ ହୋଇ ରହିବା ପରେ ତାଙ୍କୁ ଗିରଫ କରାଯାଇ ପାରିବ ବୋଲି ମୁମ୍ବାଇ ପୋଲିସ୍ ସୂଚନା ଦେଇଛି। ଏବେ ଡାକ୍ତରଙ୍କୁ ବରଖାସ୍ତ କରା ଯାଇଛି ଓ ୧୪ ଦିନ ପରେ ଗିରଫ କରାଯିବ।

inspair post from sambad.in ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।