ମାଡି ଆସୁଛି ଭୟଙ୍କର କାଳବୈଶାଖୀ, ଜଲଦୀ ଦେଖନ୍ତୁ ଆପଣଙ୍କ ଜିଲ୍ଲା ବି ଥାଇପାରେ

0 6,918

ଆସନ୍ତୁ ଜାଣିବା ଆସୁଥିବା କାଳବୈଶାଖୀ ବିଷୟରେ। ଯାହା ଏକ ଭୟଙ୍କର ରୂପ ନେଇ ମାଡ଼ି ଆସୁଛି। ଆପଣଙ୍କର ଜିଲ୍ଲା ରେ ବି ଏହା ହେଇ ପାରେ। ଏହି କାଳ ବୈଶାଖୀ ରେ ରାଜ୍ୟର ବହୁତ୍ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ୪୦ ରୁ ୫୦ କି ମୀ ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ଏହା ସହିତ କିଛି ଜିଲ୍ଲା କୁ ମଧ୍ୟ ୟେଲୋ ୱାର୍ଣଂ ଜାରି କରାଯାଇଛି। ଆସନ୍ତୁ ଜାଣିବା ଏହି କାଳ ବୈଶାଖୀ ବିଷୟରେ। ଏହା ଏକ ଭୟଙ୍କର ରୂପ ନେବାକୁ ଯାଉଛି କିଛି ସ୍ଥାନ ରେ ଏବଂ କାଳ ବୈଶାଖୀ ର ରୂପ ନେବାକୁ ଯାଉଛି।

ପାଣି ପାଗ ବିଭାଗ ପକ୍ଷରୁ ପ୍ରକାଶିତ ଖବର ଅନୁସାରେ ଏହି ମାସ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କାଳ ବୈଶାଖୀ ହେବାକୁ ଯାଉଛି।

ଏଥିପାଇଁ ପାଣିପାଗ ବିଭାଗ ତରଫ ରୁ ସୂଚନା ଜାରି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ଜିଲ୍ଲାକୁ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ୟେଲ ୱର୍ଣିଂ ଜାରି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ସମୟରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ଥିବା ବେଳେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି।

ତାପମାତ୍ରା ବିଷୟରେ କହିବାକୁ ଗଲେ କିଛି ମଧ୍ୟ ଅନ୍ତରୀଣ ଜିଲ୍ଲା କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାର ତାପମାତ୍ରା ସ୍ୱାଭାବିକ ଭାବରେ କମ୍ ରହିବ। ସୂଚନା ଅନୁସାରେ ରାଜ୍ୟ ର ଏହି ଜିଲ୍ଲା ମାନଙ୍କରେ କାଳ ବୈଶାଖୀ ର ସମ୍ଭାବନା ରହିଛି।

ଏହି ଜିଲ୍ଲା ଗୁଡ଼ିକ ହେଲା ବଲାଙ୍ଗୀର, ନବରଙ୍ଗପୁର, ବାଲେଶ୍ଵର, ଅନୁଗୁଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ବାରିପଦା, ନୂଆପଡ଼ା, କୋରାପୁଟ, ଢେଙ୍କାନାଳ। ଏହି ଜିଲ୍ଲା ଗୁଡ଼ିକରେ କାଳ ବୈଶାଖୀ ରେ ପବନ ବହିବାର ସମ୍ଭାବନା ଥିବାରୁ ପ୍ରଶାସନ ତରଫରୁ ଦରକାରୀ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ଗଜପତି, ମୟୂରଭଞ୍ଜ ରେ ଗୋଟେ ଦୁଇଟି ସ୍ଥାନରେ ବିଜୁଳି ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ଓ ବାକି ସ୍ଥାନ ଶୁଖିଲା ରହିବ।

ସୋମବାର ଠାରୁ ୨୩ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ରାୟଗଡା ଗଜପତି, କୋରାପୁଟ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.