ଭାରତ ପାଇଁ ଖୁସି ଖବର :ଏହି କାରଣ ପାଇଁ ପାକିସ୍ଥାନ ରେ ଇମ୍ରାନ ଖାଁ ସରକାର ର ପତନ ଘଟିବାକୁ ଯାଉଛି

ଭାରତ ଏବଂ ଅଧିକାଂଶ ଦେଶରେ ରେ ଲକ ଡାଉନ ଯୋଗୁଁ ପବିତ୍ର ରୋମଜନ ଘରେ ପାଳନ ହେଉଥିବା ସମୟରେ ପାକିସ୍ତାନ ରେ ଏହାର ବ୍ୟତିକ୍ରମ ଦେଖା ଦେଇଛି।ଏଠାରେ ମସଜିଦ ରେ ହେବ ରୋମଜନ। ଲକ ଡାଉନ କଟକଣା ରୁ ମୁକ୍ତ ହୋଇଛି ମସଜିଦ। ନ୍ୟୁୟର୍କ ଟାଇମ୍ସ ନାମକ ଏକ ଖବର କାଗଜ ରେ ଏହା ପ୍ରକାଶ ପାଇଛି କି ଲକ ଡାଉନ ରେ କିଛି ମୋଲବି କରୋନା ଭାଇରାସ କୁ ବୁଝିଛନ୍ତି ଏବଂ ଲକ ଡାଉନ ନିୟମ କୁ ପାଳନ କରି ଘରେ ରହି ନମାଜ ପାଠ କରିବା ସହ ରୋମଜନ ପାଳନ କରୁଛନ୍ତି ଏବଂ ଆଉ କିଛି ମୋଲବି ଏହାର ବିରୋଧ କରି ମସଜିଦ ଆସୁଛନ୍ତି।

ଲୋକଙ୍କୁ ଶୁକ୍ରବାର ର ନମାଜ ପାଠ ଲାଗି ମସଜିଦ ଆସିବାକୁ ଅନୁରୋଧ ମଧ୍ୟ କରିଛନ୍ତି।ସରକାର ଙ୍କୁ ମଧ୍ୟ ଏହା ମାନିବାକୁ ପଡିଛି। ରୋମଜନ ମାସ ଆସିବା ର କିଛି ଦିନ ପୂର୍ବରୁ କିଛି ମୋଲବି ରୋମଜନ ରେ ମସଜିଦ ଖୋଲା ରଖିବା କୁ ସରକାର ଙ୍କୁ ଏକ ପତ୍ର ଲେଖି ଅନୁମତି ମାଗିଥିଲେ ।

ଏଥିରେ ସେହି ମୋଲବୀ ମାନେ ମଧ୍ୟ ଉପସ୍ଥିତ ଥିଲେ ଯେଉଁମାନେ ପ୍ରଥମେ ଲକ ଡାଉନ ନିୟମ କୁ ପାଳନ କରୁଥିଲେ। ଚିଠି ରେ ଏହା ମଧ୍ୟ ଲେଖିଥିଲେ କି ଯଦି ରୋମଜନ ରେ ମସଜିଦ ଖୋଲା ନଯାଏ ତାହେଲେ ସମସ୍ତଂକୁ ଆଲ୍ହା ଙ୍କ କ୍ରୋଧର ଶୀକାର ହେବାକୁ ପଡ଼ିବ।

ତେଣୁ ସରକାର ମଧ୍ୟ ବାଧ୍ୟ ହୋଇ ଅନୁମତି ପ୍ରଦାନ କରିଛନ୍ତି।

୧୬ ଅପ୍ରେଲ ୨୦୨୦ ରେ ସରକାର ଙ୍କ ତରଫରୁଏକ ରାଜିନାମା ପ୍ରସ୍ତୁତ କରାଯାଇ ମସଜିଦ ଖୋଲିବ ଲାଗି ଅନୁମତି ପ୍ରଦାନ କରାଯାଇଛି। କରୋନା ଠାରୁ ବଞ୍ଚିବା ଲାଗି ୩୦ ଟି ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି ଯେଉଁଥିରେ ମୂଖ୍ୟତଃ ୨ ଟି ସର୍ତ୍ତ ରହିଛି କି ନମାଜ ଲାଗି ସମସ୍ତେ ନିଜ ନିଜର ଆସନ ଆଣିବେ ଏବଂ ମସଜିଦ ରୁ ଯାଇ ତାହାକୁ ଧୋଇବେ ଏବଂ ମସଜିଦ ମଧ୍ୟରେ ସମସ୍ତେ ୬ ଫୁଟ ଦୂରତା କୁ ପାଳନ କରିବେ।ମାତ୍ର ପାକିସ୍ତାନ ର କିଛି ମୋଲବି ଏହାକୁ ବିରୋଧ କରିଛନ୍ତି।

ହାସଲାମ ଅମିନ ଇସ୍ଲାମ୍ବାଦ ର ଜଣେ ପ୍ରଫେସର ଅଟନ୍ତି ଏବଂ ଜଣେ ରାଜନୈତିକ ସମୀକ୍ଷକ ମଧ୍ୟ ଅଟନ୍ତି। ସେ କହିଛନ୍ତି କି ପାକିସ୍ତାନ ରେ ଶାସନ ଭାର ମୋଲବୀ ମାନେ ନିୟନ୍ତ୍ରଣ ରେ ରଖିଛନ୍ତି। ସେମାନଙ୍କ ଇଙ୍ଗିତରେ ସରକାର ଚାଲୁଛନ୍ତି। ସରକାର ଦେଶର ଜନତାଙ୍କ ମଙ୍ଗଳ ଲାଗି କୌଣସି ନିଷ୍ପତ୍ତି ନେଉ ନାହାନ୍ତି। ଯାହାକି ଗଣତାନ୍ତ୍ରିକ ରାଷ୍ଟ୍ରର ନିୟମ କୁ ଉଲ୍ଲଙ୍ଘନ କରୁଛି।

ନ୍ୟୁୟର୍କ ଟାଇମ୍ସ ର କହିବା ଅନୁଯାୟୀ ମସଜିଦ ଖୋଲିବା ପଛରେ ଟଙ୍କା ମଧ୍ୟ ଗୋଟାଏ ବଡ଼ କାରଣ ହୋଇଥାଇ ପାରେ। ମୋଲନା ଅବ୍ଦୁଲ୍ଲା ନାମକ ଜଣେ ବ୍ୟକ୍ତି ଯିଏକି କରାଚି ରୁହନ୍ତି ସେ କହିଛନ୍ତି କରୋନା ମହାମାରୀ ବିଷୟରେ ଆମେ ଜାଣିଛୁ ଏବଂ ଏହା ପାଖରୁ ମୁକ୍ତି ପାଇବା ପାଇଁ ଆମକୁ ଲକ ଡାଉନ ନିୟମ ମାନିବା ଜରୁରୀ କିନ୍ତୁ ଆମେ ଏଥିଲାଗି ଲୋକଙ୍କ ଧାର୍ମିକ ମନୋଭାବ କୁ ଆଘାତ ଦେଇ ପାରିବ ନାହିଁ।

ରୋମଜନ ରେ ମସଜିଦ ମାନଙ୍କୁ କୋଟି କୋଟି ଟଙ୍କାର ଦାନ ମଧ୍ୟ ମିଳିଥାଏ। ମୋଲବୀ ମାନେ ସରକାର ଙ୍କୁ ଯେଉଁ ପତ୍ର ଲେଖିଥିଲେ ସେଥିରେ ଟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା।ଏହାସହିତ ମୋଲବି ମାନଙ୍କୁ ଡର ଅଛି କି ଯଦି ଲୋକମାନେ ମସଜିଦ ନଆସନ୍ତି ତାହେଲେ ସମାଜ ଉପରୁ ସେମାନଙ୍କ ଧାର୍ମିକ ଏବଂ ରାଜନୈତିକ ପ୍ରଭାବ କମିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।