(ଭୟଙ୍କର କଥା) କଳି ଯୁଗ ଶେଷ ହେବା ସମୟର କିଛି ଆଶ୍ଚର୍ଯ୍ୟ କର ଘଟଣା

0

ଆଜି ଆମେ ଆପଣଙ୍କୁ କହିବାକୁ ଯାଉ ଅଛୁ ଯେ କଳିଯୁଗର ଶେଷ ହେବା ସମୟରେ କଣ ସବୁ ଘଟିବ। ବେଦ ଓ ପୁରାଣ ଅନୁସାରେ ଆମେ ଯେଉଁ ଯୁଗ ରେ ବଞ୍ଛିଛେ ସେହି ଯୁଗକୁ କଳିଯୁଗ କୁହାଯାଏ। ସେହି ବେଦ ଓ ପୁରାଣ ରେ କୁହାଯାଇଛି ଯେ ଯେବେବି ଅଧର୍ମ ବଢିଯିବ , ସେବେ ଏହି କଳିଯୁଗର ଅନ୍ତ ଘଟିବ। ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖିଷ୍ଟ ପୂର୍ବ ଆରମ୍ଭରୁ ଆରମ୍ଭ ହୋଇ ସାରିଛି। , ଯଦି ଆମେ ବେଦ ଦେଖିବା ଏହା ଅନୁସାରେ କଳିଯୁଗ ଅତ୍ୟନ୍ତ ଅତ୍ୟାଚାରୀ ଯୁଗ ବୋଲି କୁହାଯାଇଥାଏ। ବେଦ ଅନୁସାରେ ସୃଷ୍ଟି ର ଆରମ୍ଭ ସତ୍ୟ ଯୁଗରୁ ହୋଇଥିଲା।

ଏହାର ଅନ୍ତ କଳିଯୁଗରେ ହେବ ବୋଲି କୁହାଯାଉଛି। ଏହି ଯୁଗରେ ନାନା ପ୍ରକାରର କୁକର୍ମ ବଢ଼ିଥାଏ। ଚୋରି, ଡକାୟତ, ଲୋଭ, କ୍ରୋଧ ଆଦି ମନୁଷ୍ୟକୁ ଅନ୍ଧ କରି ଦେବ। ମନୁଷ୍ୟ ବୃଦ୍ଧି ବିବେକ ହରାଇ କୁକର୍ମ ରେ ଲିପ୍ତ ରହିବ।

ଯେତେ ସବୁ ଖରାପ ପ୍ରକୃତି ଅଛି ସେହି ସବୁ ଲୋକମାନଙ୍କର ମୁଖ୍ୟ ପ୍ରକୃତି ହୋଇଯିବ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ଏହି କଳିଯୁଗର ଅନ୍ତ ହେବ କିପରି ବା କଳିଯୁଗ ଅନ୍ତ ହେବା ସମୟରେ କଣ ସବୁ ଘଟିବ। ଆସନ୍ତୁ ଜାଣିବା କଳିଯୁଗ ର ଅନ୍ତ କିପରି ହେବ।

ବର୍ତ୍ତମାନ ସମୟରେ ଯେଉଁ ଯୁଗ ଚାଲିଛି ତାହା କଳିଯୁଗ, କିନ୍ତୁ କଳିଯୁଗର ଯେବେ ଅନ୍ତ ଘଟିବ ତାହା ବହୁତ ଭୟଙ୍କର ହେବ। ଆଜି ଆମେ ଆପଣମାନକୁ ଶାସ୍ତ୍ର କୁହାଯାଉଥିବା ଅନୁସାରେ କହିବାକୁ ଯାଉଛୁ ଯେ କଳିଯୁଗର ଅନ୍ତ କିପରି ଘଟିବ। କଳିଯୁଗର ଅନ୍ତ ଏତେ ଭୟଙ୍କର ହେବ ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କଳିଯୁଗର ଅନ୍ତ ହେବା ସମୟରେ ପରିସ୍ଥିତି ଏପରି ହୋଇଯିବ ଯେ ମନୁଷ୍ୟର ଆୟୁ କମିଯିବ।

ଏହି କଥା ଭଗବାନ ବିଷ୍ଣୁ ନାରଦକୁ କହିଥିଲେ। ପଶୁପକ୍ଷୀ ଓ ଜୀବଜନ୍ତୁ କେହିବି ଜୀବିତ ରହିବେ ନାହିଁ। ସେହି ସମୟ ବେଳକୁ ମନୁଷ୍ୟର ବୟସ ମାତ୍ର ୨୦ ବର୍ଷ ହୋଇଥିବ। ମାତ୍ର ୫ ବର୍ଷ ବୟସରୁ ମହିଳା ମାନେ ଗର୍ଭବତୀ ହେବାକୁ ଲାଗିବେ। ୧୬ ବର୍ଷ ବୟସରେ ଲୋକେ ବୁଢ଼ା ହୋଇଯିବେ। ଏବଂ ୨୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯିବ।

କଳିଯୁଗ ର ଶେଷ ସମୟରେ ପୁରୁଷ ଓ ମହିଳା କିଛି ନ ମାନି ସବୁବେଳେ ଭୋଗବିଲାସରେ ଲିପ୍ତ ରହିବେ। ଲୋକମାନେ ଶାସ୍ତ୍ର ଓ ଧର୍ମ ଠାରୁ ଦୁରେଇଯିବେ। ପାପ ମନୁଷ୍ୟ ମନରେ ବଢିଯିବ। ସମାଜ ଆହୁରି ହିଂସ୍ର ହୋଇଯିବ। ଯେତେବେଳ କଳିଯୁଗର ଅନ୍ତ ଘଟିବ ସେତେବେଳେ ମନୁଷ୍ୟ ସୁଦ୍ର ଭଳି ବ୍ୟବହାର କରିବ। ପୃଥିବୀ ପୃଷ୍ଠରେ ବହୁତ କମ ବର୍ଷ ହେବ।

ବହୁତ ଝଡ଼ ଆସିବାକୁ ଲାଗିବ, ସେତେବେଳେ ପୃଥିବୀର ତାପମାତ୍ରା ଏତେ ବଢିଯିବ ଯେ ଲୋକମାନେ ନିଜ ଘରେ ନୁହେଁ ପୃଥିବୀକୁ ଖୋଲି ପୃଥିବୀ ଭିତରେ ବାସ କରିବେ। ଏହି ସମୟରେ ଗଙ୍ଗା ମାତା ବୈକୁଣ୍ଠକୁ ଚାଲିଯିବେ। ଭଗବାନ ଏହି ସମୟରେ ନିଜେ କଳ୍କୀ ଅବତାର କରିବେ।

ଭଗବାନ କଳ୍କୀ ଅବତାର ରେ 3 ଦିନରେ ସମଗ୍ର ବିଶ୍ୱକୁ ଧ୍ଵଂସ କରିବେ। ଏହି ସମୟରେ ମହା ପ୍ରଳୟ ଆସିବ । ଏହାପରେ ସତ୍ୟ ଯୁଗ ଆରମ୍ଭ ହେବ। ମାଳିକା ଅନୁସାରେ ଏହି ପରି ଭାବରେ କଳିଯୁଗ ର ଅନ୍ତ ଘଟିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.