ଭୟରେ ଥରିଲା ଚୀନ । ଭାରତର ଏହି ବଡ ନିଷ୍ପତି ପାଇଁ ଚୀନ କୁ କାଳ ସାଜିଲା । ଜାଣନ୍ତୁ ସେହି ବଡ ନିଷ୍ପତ୍ତି କଣ ଥିଲା

0

ଗଲୱାନ ଭ୍ୟାଲି ରେ ଚୀନ୍ କୁ ଶେଷରେ ପଛକୁ ଫେରି ଯିବାକୁ ପଡ଼ିଲା। ଭାରତ କୂଟନୀତି ସ୍ତରରେ ଚୀନ୍ କୁ ଏକ ଶିକ୍ଷା ଦେଲା। ଭାରତର କଠୋରତା ଏବଂ ଜବରଦସ୍ତ କୂଟନୀତି କୁ ଦେଖି ଚୀନ୍ ଗଲୱାନ ଉପତ୍ୟକା ରୁ ୧.୫ କିମି ପଛକୁ ଘୁଞ୍ଚିଲା। ଚୀନ୍ ଭାବୁଥିଲା ତାର ନାଲି ଆଖି ଦେଖାଇ ଭାରତକୁ ଦବେଇ ରଖିବ। ସେଥିପାଇଁ ସେ ତାର କୂଟନୀତି କୁ ବଜାୟ ରଖି ଭାରତର ସେନା ମାନଙ୍କୁ ବିଚଳିତ କରି ଏକ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିଲେ। କିନ୍ତୁ ଭାରତ କେବଳ କୁତନାଇଟିକ

ଭାରତ ଚୀନ୍ ସହ ଅନେକ ଥର କମାଣ୍ଡର ସ୍ତରୀୟ ଆଲୋଚନା କରି ଥିଲା। କିନ୍ତୁ ଚୀନ୍ ଏହାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲା। ଏଥିରେ ଭାରତ କିନ୍ତୁ ଭାଙ୍ଗି ପଡି ନଥିଲା। ଦୃଢ଼ତା ର ସହ ଛିଡ଼ା ହୋଇଥିଲା ଭାରତ ଏବଂ ନିଜକୁ ପ୍ରସ୍ତୁତ କରିଥିଲା।

ଉତ୍ତମ ବୁଝାମଣା ସହ ଘଟଣାର ସମାଧାନ କରିବା ପାଇଁ ଚାହୁଁ ନଥିଲା ଚୀନ୍।ସେ କେବଳ ଚାହୁଁଥିଲା କି ଏହିପରି ଭାବରେ କିପରି ସେ ସମୟ କାଟିବ ତାହା ଭାବୁଥିଲା। ଏହାକୁ ନେଇ ଜାତୀୟ ସୁରକ୍ଷା ପରିଷଦ ର ସଦସ୍ୟ ଥିବା ପ୍ରଫେଶର ବ୍ରହ୍ମା ଜେଲାନି କହିଛନ୍ତି ଜେ ଚୀନ୍ କେବେ ବି ହାର ମାନିବ ନାହିଁ ଏବଂ କେବେ ପଛଘୁଞ୍ଚା ଦେବ ନାହିଁ।

ତେବେ ସୀମାରେ ଚିନ ପକ୍ଷର ଦୁର୍ଦ୍ଦାନ୍ତ ଓ ପାକିସ୍ତାନ ପକ୍ଷର ବାରମ୍ବାର ଅସ୍ତ୍ରବିରତିକୁ ଲକ୍ଷ କରି ଭାରତୀୟ ସେନା ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଇଛି । ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ଏବେ ଭାରତୀୟ ସେନା ଉନ୍ନତ ମାନର ଟେକନିକ ବ୍ୟବହାର କରିବା ନେଇ ସ୍ଥିର କରିଛନ୍ତି ।

ଡ୍ରାଗନ ସେନାକୁ ତାହାରି ଭାଷାରେ ଜବାବ ଦେବା ପାଇଁ ସ୍ବଦେଶୀ ସେନା ପାରମ୍ପରିକ ଯୁଦ୍ଧ ଟେକନିକ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ମାଇକ୍ରୋ ସେଟ ଲାଇଟ୍ସ, ଲେଜର, ରୋବଟିକ୍ସ ପରି ଟେକନିକ ଯୁଦ୍ଧ କ୍ଷେତ୍ରରେ ଆପଣେଇବା ନେଇ ନିଷ୍ପତ୍ତି ନେଇଛନ୍ତି ।

ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ସେନା ଆପଣେଇବାକୁ ଯାଉଥିବା ଟେକନିକ ଗୁଡିକ ମଧ୍ୟରେ ଦ୍ରୋନ ସ୍ପରମ ଠାରୁ ଆରମ୍ଭ କରି ଏଲଗୋ ରିଦ୍ଧିକ ୱୟାର ଫାୟାର ଭଳି ଅତ୍ୟାଧୁନିକ ଟେକନିକ ସାମିଲ ଅଛି ।

ଆର୍ମିକୁ “ନନ କାଇନେଟିକ” ଓ “ନନ କମବେଟ” ଭଳି ପରିସ୍ଥିତି ପାଇଁ ପ୍ରସ୍ତୁତ କରିବା ହିଁ ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ । ସୂଚନା ମୁତାବକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଆଗୁଆ ଥିବା ଚିନ ପୂର୍ବରୁ ହିଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ପାୱାର୍ଡ଼ ଲୀଦଲ ଅଟୋନମସ ସିଷ୍ଟମ ପ୍ରସ୍ତୁତ କରିସାରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.