ବିଶ୍ୱରେ ଭାରତ ହେବାକୁ ଯାଉଛି ଅସ୍ତ୍ରଶସ୍ତ୍ରରେ ସବୁଠାରୁ ଶକ୍ତିଶାଳୀ । ଲଢୁଆ ବିମାନ ଏବଂ ଏହି ଭୟଙ୍କର ମିସାଇଲ ଉପରେ ରହିଛି ନଜର

0

ଆମେରିକା ଓ ଋଷ ଭଳି ରାଷ୍ଟ୍ର ମାନେ ସାମରିକ ଓ ଅସ୍ତ୍ର ଶସ୍ତ୍ର କ୍ଷେତ୍ରରେ ବହୁତ ଶକ୍ତିଶାଳୀ ଅଟନ୍ତି। ଏମାନେ କେବେ ଅନ୍ୟ ଦେଶ ମାନଙ୍କ ପାଖରୁ ଅସ୍ତ୍ର ଶସ୍ତ୍ର କିଣି ନାହାନ୍ତି। କାରଣ ସେମାନେ ନିଜକୁ ଏତେ ଶକ୍ତିଶାଳୀ କରି ସାରିଛନ୍ତି ଯେ ସେମାନଙ୍କ ପାଖରୁ ଅନ୍ୟ ଦେଶ ମାନେ ଅସ୍ତ୍ର ଶସ୍ତ୍ର କିଣିବେ। ଆମେରିକା ର ଏକ ନିର୍ଦ୍ଦିଷ୍ଟ କମ୍ପାନୀ ଏହିଭଳି ଭାବରେ ନିଜର ଅସ୍ତ୍ର ଶସ୍ତ୍ର ତିଆରି କରିଥାଏ।

ତେବେ ଏବେ କୁହା ଯାଉଅଛି କି ଏବେ ଭାରତ ମଧ୍ୟ ଏହି ସବୁ କ୍ଷେତ୍ରରେ ନିଜକୁ ଶକ୍ତିଶାଳୀ ର ପରିଚୟ ଦେବାକୁ ଯାଉଛି। କାରଣ ଆଗାମୀ ୫ ବର୍ଷ ଭିତରେ ଭାରତ ଅସ୍ତ୍ର ଶସ୍ତ୍ର ଓ ସାମରିକ କ୍ଷେତ୍ରରେ ଭାରତ ବିଶ୍ବରେ ଏକ ବୃହତ୍ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଉଭା ହେବାକୁ ଯାଉଛି।

ଭାରତ ଏବେ ସବୁ କ୍ଷେତ୍ରରେ ନିଜର ଦକ୍ଷତା କୁ ବୃଦ୍ଧି କରିବାରେ ଲାଗି ପଡିଛି। ଭାରତ ଏବେ ଏମିତି ଅସ୍ତ୍ର ତିଆରି କରୁଛି ଯାହାକୁ ଅନ୍ୟ ରାଷ୍ଟ୍ର ମାନେ ଭାରତ ପାଖରୁ କିଣି ପାରିବେ। ଯଦି ଏହା ସତ ହୋଇଯାଏ ତେବେ ଆଗାମୀ ୫ ବର୍ଷ ମଧ୍ୟରେ ସବୁ ଦେଶ ମାନଙ୍କ ମଧ୍ୟରେ ଭାରତ ଶକ୍ତିଶାଳୀ ହୋଇ ପାରିବ।

ଏହି କାରଣରୁ ଭାରତର ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହେବା ସହ ଭାରତ ନିଜକୁ ପ୍ରତିଷ୍ଠିତ କରି ପାରିବ ଏବଂ ଯାହା ଫଳରେ ଅନ୍ୟ ରାଷ୍ଟ୍ର ମାନଙ୍କ ଉପରେ ଭାରତର ଦବଦବା ରହିବ। ପରିମାଣ ସ୍ୱରୂପ ଭାରତ ଏବେ ନିଜର ପରିବର୍ତ୍ତନ କରିଛି। ଭାରତ ଏବେ ଡିଫେନ୍ସ ପ୍ରଡକ୍ସନ ର ହବ୍ ବନେଇବା ର ପ୍ରସ୍ତୁତି ଏବେ ଆରମ୍ଭ କରିଛି।୨୦୨୫ ରେ ଭାରତ ଦିଫେନ୍ସ ରେ ଆତ୍ମନିର୍ଭରଶୀଳ ହେବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ଏବେ ବଢ଼ିବାରେ ଲାଗିଚି। ସମସ୍ତ କ୍ଷେତ୍ରରେ ଅର୍ଥାତ୍ ଜଳ, ସ୍ଥଳ ଓ ଆକାଶ ମାର୍ଗ ରେ ଭାରତର ଦକ୍ଷତା ଏବେ ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି।ଆଉ ଏବେ ମୋଦି ସରକାର୍ ଭାରତକୁ ଡିଫେନ୍ସେ ହବ୍ ବନେଇବାର ଲକ୍ଷ୍ୟ ରଖିଛନ୍ତି।

ଯେଉଁ କାରଣରୁ କେନ୍ଦ୍ର ସରକାର ୨୦୨୫ ପର୍ଯ୍ୟନ୍ତ ଡିଫେନ୍ସ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର କାରବାର ଉପରେ ଲକ୍ଷ୍ୟ ରଖିଛନ୍ତି। ସରକାର ଏଥିପାଇଁ କରନା କାଳରେ ଅର୍ଥନୀତି ବୁଡି ଯାଉଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି।ଏବେ ଭାରତ ବିଶ୍ବରେ ସାମରିକ କ୍ଷେତ୍ରରେ ନମ୍ୱର୍ ୱାନ ହେବା ପାଇଁ ଚେଷ୍ଟା କରି ଚାଲିଛି।

ଏହି ପରିପ୍ରେକ୍ଷୀରେ ଭାରତ ଏବେ ତାର ସାମରିକ କ୍ଷେତ୍ରରେ ସୈନ୍ୟ ସଂଖ୍ୟା କୁ ବୃଦ୍ଧି କରି ଦେଇଛି। ଅନେକ ଅସ୍ତ୍ର ଶସ୍ତ୍ର କୁ ଭାରତ ଏବେ ଅନ୍ୟ ଦେଶରୁ କ୍ରୟ କରିବାରେ ଲାଗିଛି। ଯାହା ଦ୍ଵାରା ୨୦୨୫ ମସିହା ପୂର୍ବରୁ ଭାରତ ନିଜକୁ ଅନ୍ୟ ମାନଙ୍କ ତୁଳନାରେ ସୁଦୃଢ କରି ଠିଆ କରିବ ବୋଲି ଆଶା ରଖିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.