ବିଜେପି ବିଧାୟକ ଙ୍କ ରୋଷେଇ କେନ୍ଦ୍ରରେ ଛେପ ପକାଇବା ଭିଡିଓ ହେଲା ଭାଇରାଲ, ତା ପରେ ଯାହା ହେଲା

କରନା ଭାଇରସ ଆମ ଦେଶ ଭାରତକୁ ଆସିବା ପର ଠାରୁ ବିଭିନ୍ନ ପ୍ରକାରର ଖବର ସୋସିଆଲ ମିଡିଆରେ ସେୟାର ଓ ପୋଷ୍ଟ ହେବାରେ ଲାଗିଛି। ଏଥିପାଇଁ ବିଭିନ୍ନ ପ୍ରକାରର ଗୁଜବ ମଧ୍ୟ ସମୟ ସମୟରେ ଦେଖିବାକୁ ମିଳୁଛି। ଏହି ସମୟରେ ନିଜର ସଚେତନତା ପ୍ରତି ଧ୍ୟାନ ଦେଇ ସମସ୍ତ ପ୍ରକାରର ଗୁଜବ ଓ ମିଥ୍ୟା ପ୍ରଚାର ଠାରୁ ଦୂରେଇ ରୁହନ୍ତୁ। କାରଣ ନିଜ ଜୀବନ ବହୁତ୍ ମୂଲ୍ୟବାନ ଓ ଏହା ସହିତ ଆମେ ଅନ୍ୟର ସେବାରେ ମଧ୍ୟ ନିଜକୁ ନିୟୋଜିତ କରି ପାରିବା।

ତେଣୁ ସାମାଜିକ ଦୂରତା ବଜାୟ ରଖନ୍ତୁ ଓ ସରକାରଙ୍କୁ ଶୁଣନ୍ତୁ।ଏବେ ଏହି ମାଧ୍ୟମରେ ଅନ୍ୟ ଏକ ଖବର ସାମ୍ନା କୁ ଆସିଛି। ଯାହା ଜଣେ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କ ବୋଲି ଜଣା ପଡିଛି।

ସେ ନିଜର ଭୁଲ ପାଇଁ ନିଜକୁ ଦଣ୍ଡ ସ୍ୱରୂପ ଫାଇନ ମଧ୍ୟ ଦେଇଛନ୍ତି। କିନ୍ତୁ ଏହାକୁ ନେଇ ଏବେ ରାଜନୈତିକ ମହଲରେ ଓ ସୋସିଆଲ ମିଡିଆରେ ଖବର ବହୁତ୍ ମାତ୍ରା ରେ ପ୍ରକାଶିତ ହେଉଛି।

ଭାଇରାଲ ହେଉଥିବା ଭିଡିଓ ଅନୁସାରେ ଏକ ରୋଷେଇ କେନ୍ଦ୍ର ରେ ରୋଷେଇ କାର୍ଯ୍ୟ ପରେ ଏହା ଲୋକଙ୍କ ପାଇଁ ଥୁଆ ହୋଇଥିବା ବେଳେ ରାଜକୋଟ ର ଜଣେ ବିଜେପି ବିଧାୟକ ଏହି ଫଟୋ ରେ ରହିଛନ୍ତି ଓ ସେଇ ସ୍ଥାନ ରେ ଛେପ ପକାଇବା ବେଳେ ଏହା ଭିଡିଓ ରେ ରହିଛି।

ତେବେ ଏହାକୁ ଭିଡିଓ କରି ଏହାକୁ ଭାଇରାଲ କରିବାରେ ସମସ୍ତେ ଲାଗିଛନ୍ତି ଓ ବିଭିନ୍ନ ପ୍ରକାରର କମେଟ ମଧ୍ୟ ଦେଉଛନ୍ତି। ସରକାର ଙ୍କ ଏତେ କାର୍ଯ୍ୟକ୍ରମ ଓ କଟକଣା ପରେ ମଧ୍ୟ ବିଧାୟକ ଅରବିନ୍ଦ ଙ୍କ କାର୍ଯ୍ୟକଳାପ ରେ ଖିଲାପ କରିଥିବାରୁ ଲୋକେ ଏହାକୁ ସମାଲୋଚନା ମଧ୍ୟ କରିଥିଲେ ଏବଂ ଏହା ସାମାଜିକ ଗଣମାଧ୍ୟମ ରେ ବହୁତ୍ ଚର୍ଚ୍ଚା ଓ ସେୟାର ହେବାରେ ଲାଗିଲା।

ଏହି ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ପଛରେ ଲୋକମାନେ ଅଛନ୍ତି। ଖାଦ୍ୟ ସାମଗ୍ରୀ ସବୁ ସେଠାରେ ରହିଛି ଓ ଲୋକମାନେ ଖାଉଛନ୍ତି। କରନା ପାଇଁ ହେଉଥିବା ସ୍ଵତନ୍ତ୍ର ଓ୍ୱରେନ୍ତାଇନ ସେଣ୍ଟର୍ ରେ ଏହି ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଇଥିବା ବେଳେ ସେଠାକୁ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓ ଦେଖିବା ପାଇଁ ରାଜକୋତ୍ ର ଭାରତୀୟ ଜନତା ପାର୍ଟିର ବର୍ତ୍ତମାନର ବିଧାୟକ ଅରବିନ୍ଦ ଯାଇଥିଲେ ।

ସେଇ ସ୍ଥାନରେ ଟିକିଏ ଫାଙ୍କା ଦେଖି ସେ ଛେପ ପକାଇଥିଲେ। ସର୍ବ ସାଧାରଣରେ ଛେପ ପକାଇବାକୁ ନେଇ ଚର୍ଚ୍ଚା ଜୋର ଧରିି ବା ପରେ ନିୟମ ଅନୁସାରେ ଫାଙ୍କା ସ୍ଥାନରେ ଛେପ ପକାଇବାକୁ ନେଇ ଥିବା କଟକଣା ନିମିତ୍ତ ୫୦୦ ଟଙ୍କା ଜୋରିମାନା ମଧ୍ୟ ଦେଇଥିଲେ।

ଏହା କହିଥିଲେ ଏହି ଭୁଲ୍ କରିଥିବାରୁ ମୁଁ ଦୁଃଖିତ ଅଟେ ଏବଂ ଏହି କାରଣ ପାଇଁ ମୁଁ ସରକାରଙ୍କ ପକ୍ଷରୁ ଥିବା ଦଣ୍ଡ ସ୍ୱରୂପ ୫୦୦ ଟଙ୍କା ଜୋରିମାନା ମଧ୍ୟ ଦେଇଛି। ଏହା ଏକ ନିଶ୍ଚିତ ଭାବରେ ଆଇନ୍ ବିରୋଧୀ କାର୍ଯ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।