ଚୀନ କୁ ବଡ ଝଟକା । ସୀମାରେ ପହଞ୍ଚି ଚାଇନା କୁ କଡା ଚେତାବନୀ ଦେଲେ ଅଜିତ ଡୋଭାଲ। ଏବେ କଣ କରିବା ଚୀନ ଜାଣନ୍ତୁ…..

0

ପୁଣିଥରେ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଉତ୍ତେଜନା ସୃଷ୍ଟି ହେବା ସହିତ ସୀମାନ୍ତ ରେ ମଧ୍ୟ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ପ୍ରତି LAC re ଉଭୟ ଦେଶ ମଧ୍ୟରେ ସଂଘର୍ଷ ଲାଗି ରହିଥିବା ବେଳେ ଏହି ସମୟରେ ଭାରତର ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ସୀମାରେ ପହଞ୍ଚି ପରିସ୍ଥିତି କୁ ଅନୁଧ୍ୟାନ କରି ସୀମାରେ ମୁକାବିଲା କରିବାକୁ ନେଇ ପଦକ୍ଷେପ ଆଦି ନେଇଛନ୍ତି। ଗତ ଶନିବାର ଓ ରବିବାର ମଧ୍ୟ ରାତ୍ରି ରେ ଚୀନ୍ ସେନା ଭାରତର ଅଞ୍ଚଳକୁ ସୀମା ଭିତରକୁ ଅନୁପ୍ରବେଶ କରିଥିଲା।ଏହି ଅନୁ ପ୍ରବେଶ ପରେ ସାମୁହିକ ଉତ୍ତେଜନା ସୃଷ୍ଟି ହୋଇଛି।

ତେବେ ସାମ୍ପ୍ରତିକ ପରିସ୍ଥିତି ରେ ସାମୁହିକ ଆଲୋଚନା ପାଇଁ ଭାରତୀୟ ସେନାର ବି ଗ୍ରେଡ୍ କମାଣ୍ଡର ଙ୍କ ସହିତ ଚୀନ୍ ପ୍ରତିପକ୍ଷ ବୈଠକ ଚଳାଇଛନ୍ତି। ଠିକ୍ ଏହି ସମୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୀମାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ଓ ସମୀକ୍ଷା କରିବା ଘଟଣା କୁ ବିଶେଷଜ୍ଞ ଓ କୁଟାନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି।

ଚୀନ୍ ର ପୁଣି ଏହି ନୂତନ ଉତ୍ତେଜନା ଭାରତକୁ ଚିନ୍ତା ରେ ପକାଇଥିବା ବେଳେ ଭାରତ କିନ୍ତୁ ଏଥର ତର ଦୃଢ଼ ମୁକାବିଲା କରିବା ପାଇଁ ଚିନ୍ତା କରୁଛି। ଜେଉଁପାଇଁ ବୈଠକ ଉପରେ ବୈଠକ ବସି ଚାଲିଛି। ଚୀନ୍ ର ରଣ ନୀତି କୁ ଉଚିତ୍ ଜବାବ୍ ଦେବା ପାଇଁ ଏହା ଏକ ନୂତନ ଚାଲ ବୋଲି କୁହ ଯାଇ ପାରେ।

ତେବେ ଏଥିପାଇଁ LAC ସ୍ଥିତିକୁ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସି ସାରିଛି। LAC ସ୍ଥିତିକୁ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜରୁରୀ ବୈଠକ ଡ଼ାକିଛନ୍ତି । ଏହି ବୈଠକରେ ସେନାର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଛନ୍ତି । ଏଲଏସି ସ୍ଥିତି ସହ ଆଗାମୀ ରଣନୀତି ନେଇ ବୈଠକରେ ଆଲୋଚନା ହୋଇଛି ।

ଆଜି ଅପରାହ୍ନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ଥିତିର ସମୀକ୍ଷା କରିବେ । ଗତ ୩୦ ଓ ୩୧ ତାରିଖ ରାତିରେ ଲଗାତର ଲଦାଖର ପାଙ୍ଗୋଙ୍ଗ ସୋ’ ଲେକ୍‌ ଅଞ୍ଚଳରେ ଚୀନ୍‌ ସେନାର ୨୦୦ ଯବାନ ଓ ଟ୍ୟାଙ୍କ ପ୍ରବେଶ କରିବା ନେଇ ଉଦ୍ୟମ କରିଥିଲେ ।

ଯାହାର କଡା ଜବାବ ଦେଇଥିଲେ ଭାରତୀୟ ଯବାନ । ଯାହାକୁ ନେଇ ସୀମାରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପକ୍ଷରେ, ଚୀନ ପ୍ରତିରକ୍ଷା ମନ୍ତ୍ରୀ ଓ୍ଵାଙ୍ଗ୍‌ ଓ୍ଵି କହିଛନ୍ତିକି, ଦୁଇ ଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ କରାଯାଇ ନାହିଁ । ଯାହା ଫଳରେ ବାରମ୍ବାର ସୀମାରେ ବିବାଦ ଦେଖାଦେଉଛି ।

ଆମେ ବି ସୀମାରେ ସ୍ଥିରତା ଚାହୁଁଛୁ । ଏହାସହ ସେ କହିଛନ୍ତି, ସୀମା ବିବାଦ ସମାଧାନ ପାଇଁ ଚୀନ ସବୁ ପ୍ରକାର କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛି ।ତେବେ ଏହାର ଅନ୍ତିମ ଫଳାଫଳ କଣ ରହିବ ତାହା ଆଗକୁ ଜଣା ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.