ଚୀନରେ ଫସି ରହିଥିବା ପାକିସ୍ଥାନୀ ଛାତ୍ରଙ୍କର କିପରି ସାହାର୍ଯ୍ୟ କରାଯାଇ ପାରିବ ସେ ବିଷୟରେ ବିଦେଶ ମନ୍ତ୍ରଲାୟ ଉତ୍ତର ରଖିଛି

ଦେଶ ଦୁନିଆର ଖବର ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ । ଭାରତ କାରୋନା ଭାଇରସରେ ପ୍ରଭାବିତ ପାକିସ୍ଥାନୀ ଛାତ୍ରଙ୍କୁ ଚୀନର ୱୁଆହାନ ଆଣିବା ପାଇଁ ପ୍ରସ୍ତୁତ ଅଛି ଯଦି ପାକିସ୍ଥାନ ସେହିପରି କିଛି ଅନୁରୋଧ କରେ । ବିଦେଶ ମନ୍ତ୍ରଲାୟ ପ୍ରବକତା ରବିଶ କୁମାର ୬ଫେବୃଆରୀକୁ ଏହି କଥା କହିଛନ୍ତି । ସେ ଏହି କଥାକୁ ବି ସ୍ପଷ୍ଟ କରି ଦେଇଛନ୍ତି କି ପାକିସ୍ଥାନ ସରକାର ଏପର୍ଯ୍ୟନ୍ତ ସେମିତି କିଛି ପ୍ରସ୍ତାବ ଦେଇ ନାହାନ୍ତି ।

ଟାଇମସ ଇଣ୍ଡିଆର ଖବର ଅନୁଯାଇ କିଛି ପତ୍ରକାର ମାନେ ପ୍ରଶ୍ନ କରିଥିଲେ କଣ ଭାରତ ପାକିସ୍ଥାନ ଛାତ୍ର ମାନଙ୍କୁ ଆଣିବା ପାଇଁ ଚାହିଁବ ? ଏହି ପ୍ରଶ୍ନର ଉତ୍ତର ରେ ରବିଶ କୁମାର କହିଥିଲେ କି ଏପର୍ଯ୍ୟନ୍ତ ପାକିସ୍ଥାନ ସରକାରଙ୍କ ତରଫରୁ କୌଣସି ଅପିଲ କରାଯାଇ ନାହିଁ ।

ଯଦି ଏମିତି କିଛି ପରିସ୍ଥିତି ଆସେ ଆମେ ଉପଲବ୍ଧ ସନସ୍ଥାନକୁ ସାମ୍ନାରେ ରଖି ଆମେ କାମ କରିବୁ । ଏବେ ଭାରତ ସରକାର ୱାହାନାରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ଚୀନରୁ ଆଣିବା ପାଇଁ ଚେଷ୍ଟା ଚଳାଇଛି । ଏପର୍ଯ୍ୟନ୍ତ ପାଖା ପାଖି ୬୪୭ ଜଣ ଭାରତୀୟଙ୍କୁ ସେଠାରୁ ଅଣା ଯାଇଛି ।

ଏବେ ବି ଭରତ ସରକାର ଚେଷ୍ଟା ଚଳାଇଛନ୍ତି ବାକି ରହିଯାଇଥିବା ଭାରତୀୟଙ୍କୁ ସେଠାରୁ ଆଣିବା ପାଇଁ ଯୋଜନା ଚାଲିଛି । ସେହି ପଟେ ପାକିସ୍ଥାନ ସରକାର ଚୀନରେ ୱାହାନରେ ଫସି ରହିଥିବା ପାକିସ୍ଥାନୀ ଛାତ୍ରଙ୍କୁ ଆଣିବା ପାଇଁ ମନା କରି ଦେଇଛନ୍ତି ।

କୁହାଯାଉଛି କି ଚୀନ ସହିତ ସଂହତି ଦେଖାଇବା ପାଇଁ ପାକିସ୍ଥାନ ତାର ଛାତ୍ରଙ୍କୁ ଆଣୁ ନାହିଁ । ପାକିସ୍ଥାନ ଏକଥା କହିଛି ତାର ପୁରା ବିଶ୍ଵାସ ଅଛି କି ଚୀନ ଏହି ମାମଲାକୁ ହ୍ୟାଣ୍ଡେଲ କରି ନେବ । ପାକିସ୍ଥାନ ସରକାରଙ୍କ ଏହି ବୟାନ ଆସିବା ପରେ ପାକିସ୍ଥାନରେ ଫସି ରହିଥିବା କିଛି ଛାତ୍ରଙ୍କର ଭିଡିଓ ବି ଭାଇରାଲ ହେଉଛି ।

ଏହି ଥିରେ ସେମାନେ ଭରତ ସରକାରଙ୍କର ତାରିଫ କରୁଥିଲେ ଏବଂ ପାକିସ୍ଥାନ ସରକାର ଉପରେ ତାଙ୍କର ରାଗକୁ ଦେଖାଉଥିଲେ । ଏହି ଭିଡିଓରେ ଏହି କଥା କୁହାଯାଉଥିବାର ଶୁଣିବାକୁ ମିଳୁଛି କି ପାକିସ୍ଥାନ ସରକାରଙ୍କ ତାଙ୍କ ଲୋକଙ୍କ ପାଇଁ କୌଣସି ଚିନ୍ତା ନାହିଁ ।

ଏହି ମୁଦାକୁ ନେଇ ରବିଶ କୁମାରଙ୍କୁ ପ୍ରଶ୍ନ କରାଯାଇଥିଲା ଯେଉଁଥିରେ ସେ ସକରାତ୍ମକ ଉତ୍ତର ଦେଇଛନ୍ତି । ଚୀନ ସରକାର କହିଛନ୍ତି ତାଙ୍କ ଦେଶରେ ମହାମାରୀ କାରୋନା ଭାଇରସରେ ମରିଥିବା ଲୋକଙ୍କ ସଂଖ୍ୟା ୭୪୭ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୩୦୦୦୦ ଲୋଙ୍କ ଆକ୍ରାନ୍ତ ହୋଇଥିବା ପୁଷ୍ଟି ହୋଇଛି । ଭାରତରେ ଏପର୍ଯ୍ୟନ୍ତ ୩ଜଣ କାରୋନା ଭାଇରସ ସଂକ୍ରମଣ ହୋଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।