ଚୀନ୍ ର ମୁଣ୍ଡ ବ୍ୟଥା ବଢାଇବ ଏହି ସୁଡ଼ଙ୍ଗ , ଆଉ କିଛି ସମୟ ଅପେକ୍ଷା ।। ହୋଇ ପରେ ବହୁତ ଭୟଙ୍କର

0

ଭାରତ ଓ ଚୀନ ମଧ୍ୟରେ ବିବାଦ ହେଉଛି ବହୁତ ପୁରୁଣା। ଏହି ବିବାଦର ମୁଳ କାରଣ ହେଉଛି ଭାରତ ଓ ଚୀନ ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଧାରଣ କରା ଯାଇ ନାହିଁ। ଭାରତ ମ୍ୟାକ ମୋହନ ଲାଇନ କୁ ମାନି ଚାଲିଛି କିନ୍ତୁ ମ୍ୟାକ ମୋହନ ଲାଇନ ଭାରତ ଓ ଚୀନ ର ସୀମା ବୋଲି ମାନିବାକୁ ରାଜି ନୁହେଁ।ଡୋକଲାମ ପରେ ଏହା ଦ୍ଵିତୀୟ ଥର ପାଇଁ ଲଦାଖ ସୀମାରେ ଉଭୟ ସୈନ୍ୟ ସମ୍ନା ସାମ୍ନି ହୋଇଥିଲେ। ଏମିତି ଏକ ସମୟ ଥିଲା ଯେବେ କଥା ଯାଇ ଯୁଦ୍ଧ ପାଖରେ ପହଁଚିଲା।ଏବେ ଘଟଣା ଟିକେ ଶାନ୍ତ ହୋଇଥିଲେ ମଧ୍ୟ ଭାରତ ପାଖରେ ଏମିତି ଏକ ଅସ୍ତ୍ର ଅଛି ଯାହା ଏବେ ଚୀନ ର ମୁଣ୍ଡ ବ୍ୟଥା ର କାରଣ ହୋଇଛି। ତାହା ହେଉଛି ଲଦାଖ ସୀମାରେ ଭାରତର ସଡ଼କ।

ଭାରତ ଲଦାଖ ସୀମାରେ ଅନବରତ ସଡ଼କ ପ୍ରସ୍ତୁତ କରି ଚାଲିଛି। ଏହି ସଡ଼କ ସମ୍ପୂର୍ଣ୍ଣ ହୋଇଗଲେ ସୀମାରେ ଆମ ସୈନ୍ୟ ମାନେ ସହଜରେ ଯାତାୟାତ କରି ପାରିବେ। ଚୀନ ଉପରେ ମଧ୍ୟ ନଜର ରଖି ପାରିବେ। କିନ୍ତୁ ଏହା ଚିଂ କୁ ମଞ୍ଜୁର ନୁହଁ।ତେଣୁ ଉଭୟ ଦେଶ ମଧ୍ୟରେ ତିକ୍ତତା କମିବା ବଦଳରେ ବିଗୁଡୁଛି ପରିସ୍ଥିତି। କେବଳ ଏହି ସଡ଼କ ନୁହେଁ ଭାରତ ହିମାଚଳ ପ୍ରଦେଶ ର ରୋତାଂ ଠାରେ ଏକ ସୁଡ଼ଙ୍ଗ ତିଆରି କରୁଛି। ଏହି କାରଣରୁ ମନାଲି ରୁ ଲେହ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ସୁଗମ ହୋଇଯିବ।

ଶୀତ ଋତୁରେ ସୈନ୍ୟ ମାନେ ଏହି ମାର୍ଗରେ ଯାଇ ପାରନ୍ତି ନାହିଁ କିନ୍ତୁ ଏହି ସୁଡ଼ଙ୍ଗ ହେବା ପରେ ସେମାନେ ସହଜରେ ଯାତାୟାତ କରି ପାରିବେ। ଏହା ପାଇଁ ମଧ୍ୟ ଚୀନ ଓ ଭାରତ ସମ୍ପର୍କ ବିଗୁଡୁଛି। ଏହି ସୁଡ଼ଙ୍ଗ ର ନାମ ରହିଛି ‘ଅଟଳ ଟୋନେଲ’। ଏହି ସୁଡ଼ଙ୍ଗ କୁ ସେପ୍ଟେମ୍ବର ମାସ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ପ୍ରୟାସ ଏବେ
ଜୋରରେ ଚାଲିଛି।କୋରନା ର ଏହି ଜଟିଳ ପରିସ୍ଥିତି ସମୟରେ ମଧ୍ୟ ଏକ ସ୍ୱତନ୍ତ୍ର ଅନୁମତି ନେଇ ବିଆର୍ ର ଇଞ୍ଜିନିୟର ମାନେ ନିଜର ସମସ୍ତ ଚେଷ୍ଟା ପ୍ରଚେଷ୍ଟା ଚଳାଇଛନ୍ତି ଏହି ସୁଡ଼ଙ୍ଗ କାମକୁ ଶୀଘ୍ର ସମାପ୍ତ କରିବା ପାଇଁ। ବିଆର୍ ର କହିବା ଅନୁଯାୟୀ ଏହି ସୁଡ଼ଙ୍ଗ କାମକୁ ଏବେ ବନ୍ଦ କରା ଯାଇପାରିବ ନାହିଁ।

ଏହା ଭିତରେ ଆଲୋକ, ପବନ,ପାଣି, କଣ୍ଟ୍ରୋଲ ରୁମ ର ବ୍ୟବସ୍ତା ମଧ୍ୟ ସରିଛି। ଏହି ସୁଡ଼ଙ୍ଗ ତିଆରି ହୋଇଗଲା ପରେ ମୋନାଲି ଠାରୁ ଲହୋର, ଲଦାଖ ପର୍ଯ୍ୟନ୍ତ ସୈନ୍ୟ ମାନେ ଅତି ସହଜ ଓ ଅଳ୍ପ ସମୟ ମଧ୍ୟରେ ଯାଇ ପାରିବେ। ଏହି ଟନେଲ ର ଦୈର୍ଘ୍ୟ ରହିଛି ୮.୮ କିମି।ଏହି ଟନେଲ ସୀମାରେ ରାସ୍ତାକୁ ୪୬ କିମି କମେଇ ଦେଇଛି। ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଏହି ସୁଡ଼ଙ୍ଗ ର ନିର୍ମାଣ କାର୍ଯ୍ୟ ଏବେ ଜୋର ସୋର ରେ ଆଗେଇ ଚାଲିଛି।

ସବୁଠାରୁ ବଡ଼ କଥା ହେଉଛି ଏଠାରେ ଯେତିକି ସହଜରେ ଯବାନ ମାନେ ଯାତାୟାତ କରି ପାରିବେ ସେତିକି ସହଜରେ ଅସ୍ତ୍ର ସସ୍ତ୍ର ଠୁଳ କରି ପାରିବେ। ବର୍ଷର କୌଣସି ପ୍ରକାର ଋତୁରେ କାମ କରିବ ଏହି ଟନେଲ। ଏହି ଟନେଲ ର ନିର୍ମାଣ ପାଇଁ ୪୦୦୦ କୋଟି ଟଙ୍କା ନିବେଷ କରାଯାଇଛି। ୧୦ହଜାର ଫୁଟ ଉଚ୍ଚର ଏହି ଟନେଲ ର ନିର୍ମାଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।ତିହୀର ପଞ୍ଜାଵ ର ପାହାଡ଼ କୁ ଚିରି ୧୦ ହଜାର ଫୁଟ ଉଚ୍ଚରେ ଏହି ସୁଡ଼ଙ୍ଗ ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ତିଆରି ହେଉଛି।ଏହି ସୁଡ଼ଙ୍ଗ ଦୁନିଆର ସବୁଠାରୁ ଲମ୍ବା ସୁଡ଼ଙ୍ଗ ର ପରିଚୟ ପାଇବାକୁ ଯାଉଛି।

ଏହି ସୁଡ଼ଙ୍ଗ ପ୍ରସ୍ତୁତ କରିବା ଏତେ ସହଜ ନଥିଲା। ସୀମା ସଡ଼କ ସଂଗଠନ ର ଅନେକ ଇଂଜିନିୟର ଅନେକ ନକ୍ସା ପ୍ରସ୍ତୁତ କରିଥିଲେ ମଧ୍ୟ ଶେଷରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ବହୁତ କଷ୍ଟ ଏବଂ ମୁସ୍କିଲ ରେ ଏହି କାର୍ଯ୍ୟ ଆଗେଇ ଚାଲିଛି। ସୁଡ଼ଙ୍ଗ ପ୍ରସ୍ତୁତ ଲାଗି ଯୋଜନା ବହୁତ ଆଗରୁ ହୋଇଥିଲେ ମଧ୍ୟ ଚେରିନାଡ଼ା ଦେଇ ଏହା ପ୍ରସ୍ତୁତ କରିବା ସହଜ ନଥିଲା। ତଥାପି ଅଷ୍ଟ୍ରି-ଭାରତର ମିଳିତ ସହଯୋଗରେ ଷ୍ଟ୍ରୱେ କମ୍ପାନୀ ଏହି କାର୍ଯ୍ୟକୁ ଆଗେଇ ନେଇଥିଲା।

ଜୁନ ମାସ ୨୦୧୦ ରେ ଏହି ସୁଡ଼ଙ୍ଗ ର ଶିଳା ନ୍ୟାସ କରା ଯାଇଥିଲା ଏବଂ ୨୦୧୫ ରେ ସରିବ ବୋଲି ସ୍ଥିର କରା ଯାଇଥିଲା, କିନ୍ତୁ ଚେରିନାଡ଼ା ପାଇଁ ଏହା ବିଫଳ ହୋଇଥିଲା। ଏବେ ଏହି କାର୍ଯ୍ୟ ର ସଫଳତା ଦେଖି ଚୀନ ର ମୁଣ୍ଡ ବ୍ୟଥା ବଢ଼ିଛି। କାରଣ ଏହା ଦ୍ୱାରା ଭାରତୀୟ ଯବାନଙ୍କ ପାଖରେ ଅସ୍ତ୍ର ସସ୍ତ୍ର ଅତି ସହଜରେ ପହଞ୍ଚିବ।
ଏହି ସୁଡ଼ଙ୍ଗ ତଳେ ଆଉ ଏକ ସୁଡ଼ଙ୍ଗ ର ନିର୍ମାଣ ଲାଗି ଯୋଜନା ଚାଲିଛି। କୌଣସି କାରଣରୁ ଯଦି ଏହି ସୁଡ଼ଙ୍ଗ ର ସୁରକ୍ଷା ପାଇଁ କୌଣସି ବିପଦ ଆସେ ତାହେଲେ ତଳ ସୁଡ଼ଙ୍ଗ କାର୍ଯ୍ୟ ରେ ଆସିବ। ଅଷ୍ଟ୍ରି-ଭାରତର ମିଳିତ ସହଯୋଗ ଏବଂ ଷ୍ଟ୍ରୱେ କମ୍ପାନୀ ଏହି କାର୍ଯ୍ୟକୁ ବହୁତ ମୁସ୍କିଲ ଏବଂ ଚ୍ୟାଲେଞ୍ଜ ର ସହ ଆଗେଇ ନେଉଛନ୍ତି।

୩ ଜୁନ ୨୦୦୨ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କିଲଙ୍ଗ ରେ ଏହି ଘୋଷଣା କରିଥିଲେ। ୨୦୦୩ ରେ ଏହାର ଶିଳାନ୍ୟାସ ହୋଇଥିଲା। ବାଜପେୟୀଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧୀ ମଧ୍ୟ ଏହାର ପରି କଳ୍ପନା କରିଥିଲେ। ଜୁନ ୨୦୧୦ ରେ ସୋନିଆ ଗାନ୍ଧୀ ଏହାର ଶିଳାନ୍ୟାସ କରିଥିଲେ। ୨୦୧୯ ଅଟଳ ବିହାରୀ ଙ୍କ ଜନ୍ମ ଦିନରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟୋନେଲ କୁ ଅଟଳ ରୋହତାନ ଟୋନେଲ ନାମରେ ପରିଚିତ କରିଥିଲେ।

ଏହି ଟୋନେଲ ର କାମ ଏବେ ଜୋରସୋରରେ ଆଗେଇ ଚାଲିଛି। ସେପ୍ଟେମ୍ବର ଶେଷ ସୁଦ୍ଧା ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଏହି ଟୋନେଲ ର କାର୍ଯ୍ୟ ଯେତିକି ଆଗକୁ ଯାଉଛି ଚୀନ ର ଚିନ୍ତା ସେତେ ବଢୁଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Credit – DTV

Leave A Reply

Your email address will not be published.