ଛୁଟି ଝଡ଼ିବାରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରନ୍ତୁ

ଆଜି ଆମେ ଆପଣମାନଙ୍କ ଆଉ ଏକ କେଶ ସହିତ ଜଡିତ ସମସ୍ୟାର ସମଧାନ ପାଇଁ ଏକ ଉପଚାର ନେଇ ଆସିଛୁ । ଆପଣ ତ ଜାଣିଥିବେ ଆଜି କାଲିର ପିଲା ମାନେ କେଶର ସମସ୍ୟାକୁ ନେଇ ବହୁତ ଚିନ୍ତା ରେ ରହୁଛନ୍ତି କାରଣ ସେମାନଙ୍କ କେଶ ବୟସ ହେବା ଆଗରୁ ଧଳା ହୋଇ ଯାଉଛି ତା କାହାର କେଶ ଝଡି ଚନ୍ଦା ପଣ ଆସି ଯାଉଛି ।

ତେଣୁ ଏହି ଉପଚାରର ବ୍ୟବହାର କରି ଯଦି ଆପଣଙ୍କ କେଶ ରେ ଦୁଇ ମୁହଁ ଅଛି କିମ୍ବା ଆପଣଙ୍କ କେଶ ପୁରା ମୂଳରୁ ଝଡୁଛି ଆପଣମାନେ ବହୁତ ସାରା ମେଡ଼ିସିନ ଖାଇବା ପରେ କିମ୍ବା ଅନ୍ୟ କୌଣସି ରେମିଡିର ବ୍ୟବହାର କରିବା ପରେ ଏହି ସବୁ ସମସ୍ୟାରୁ ପୁରା ମୁକ୍ତି ମିଳିବ ।

କିନ୍ତୁ ଏହି ରେମିଡିକୁ ସପ୍ତାହରେ ତିନି ଥର କରିବା ପାଇଁ ପଡିବ ଯଦି ଆପଣଙ୍କ ପାଖରେ ତିନି ଥର କରିବା ପାଇଁ ସମୟ ନାହିଁ ତେବେ ଏହାକୁ 2 ଥର କରନ୍ତୁ । ଆମେ ସବୁ ବେଳେ ପ୍ରାକୃତିକ ଜିନିଷରୁ ତିଆରି ଉପଚାର ବିଷୟରେ କହି ଆସିଛୁ ଏହା ବି ସଂପୂର୍ଣ୍ଣ ରୂପେ ପ୍ରାକୃତିକ । ଏହାକୁ ପ୍ରସ୍ତୁତ କରିବା ମଧ୍ୟ ପୁରା ସହଜ ଅଟେ ।

ଆବଶ୍ୟକୀୟ ସାମଗ୍ରୀ – ପିଆଜ

ପିଆଜର ରସ ଆମ କେଶ ପାଇଁ ବହୁତ ଲାଭଦାୟୀ ହୋଇଥାଏ କାରଣ ଏହିଥିରେ ସଲଫର ରହିଥାଏ ।

ପ୍ରସ୍ତୁତ ପ୍ରଣାଳୀ –

ଗୋଟିଏ ପିଆଜକୁ ନେଇ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ତାପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଗ୍ରାଇଣ୍ଡିଙ୍ଗ କରି ସାରିବା ପରେ ତାକୁ ଗୋଟିଏ ଛଣା ସାହାର୍ଯ୍ୟରେ ପିଆଜର ରସ କୁ ଏକ ବାଉଲରେ ଛାଣି ରଖି ଦିଅନ୍ତୁ ।

କେମିତି ଲାଗାଇବେ –

ପିଆଜ ରସକୁ ଲଗାଇବା ପାଇଁ ସ୍କାଲ୍ଫର ଉପରେ ଲଗାଇବା ପାଇଁ ପଡିବ । କେଶ କୁ ଭାଗ ଭାଗ କରି ଧିରେ ଧିରେ ମୁଣ୍ଡରେ ମସାଜ କରିବା ପାଇଁ ପଡିବ । ଯେମିତି ଏହା କେଶର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିବ । ଏହି ମସାଜ କୁ ରାତିରେ ଶୋଇବା ପୂର୍ବରୁ କରିବାର ଅଛି । କାରଣ ପିଆଜର ରସ ରାତି ସାରା କେଶର ମୂଳରେ ପହଞ୍ଚିବ ଓ କେଶକୁ ମଜବୁତ କରିବ ।

ସକାଳୁ ଉଠି ଆପଣ କେଶକୁ ସାମ୍ପୁ କରି ଦିଅନ୍ତୁ । ଯଦି ଆପଣଙ୍କ କେଶରୁ ପିଆଜର ଗନ୍ଧ ଆସୁଛି ତେବେ ଆପଣ ଲେମ୍ବୁର ରସକୁ ସ୍କାଲ୍ଫରେ ଲଗାଇ ପାରିବେ କିମ୍ବା ଆପଣ ଟମାଟୋର ବ୍ୟବହାର କରି ପାରିବେ ଏହା ଦ୍ଵାରା କେଶରୁ ପିଆଜର ଗନ୍ଧ ଚାଲିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।