ଏହି ୪ ଜଣ ଅଭିନେତ୍ରୀ ବିବାହ ପୂର୍ବରୁ ହିଁ ଗର୍ଭବତୀ ହୋଇ ଯାଇଥିଲେ , ଏହି ଅଭନେତ୍ରୀମାନେ ଗର୍ଭବତୀ ହୋଇଥିବା ଜାଣି ମଧ୍ୟ

0

ବିବାହ ପୂର୍ବରୁ ଝିଅ ଟିଏ ଗର୍ଭବତୀ ହେଲେ ତାକୁ ସମାଜ ବହୁତ ଖରାପ ଦୃଷ୍ଟିରେ ଦେଖେ ଏବଂ ତାକୁ ବର ମିଳିବା କଷ୍ଟକର ହୋଇ ପଡିଥାଏ । ଏହି ଅଭନେତ୍ରୀମାନେ ଗର୍ଭବତୀ ହୋଇଥିବା ଜାଣି ମଧ୍ୟ ସେମାନଙ୍କର ଭାବି ସ୍ଵାମୀ ଏହି ଅଭିନେତ୍ରୀମାନଙ୍କୁ ନିଜର ପତ୍ନୀ ରୂପେ ସ୍ଵୀକାର କରିଥିଲେ । ମହିଳା ମାନେ ମା ହେବା ବହୁତ ଆଗ୍ରହ କରିଥାନ୍ତି ।

ଏକ ଶିଶୁ ଜନ୍ମ ହେବା ପରେ ଘରେ ଖୁସି ଆସିଯାଏ ସମସ୍ତେ ନବଜାତ ଶିଶୁକୁ ଖୁସିର ସହ ସ୍ଵାଗତ କରନ୍ତି । କିନ୍ତୁ ଭାବନ୍ତୁ; ଯଦି ସ୍ଵାମୀକୁ ଜଣା ପଡିବ ଯେ, ତାର ପତ୍ନୀ ବିବାହ ପୂର୍ବରୁ ଗର୍ଭବତୀ ଅଟେ !

ତେବେ ତା’ଉପରେ କଣ ବିତିବ ? ସତ କଥା ଯେ, ଏହି କଥା ଜାଣିବା ପରେ ସ୍ବାମୀଙ୍କୁ ନିଶ୍ଚିତ ରୂପରେ ଖରାପ ଲାଗିବା ଏବଂ ପତ୍ନୀଙ୍କ ପ୍ରତି ସ୍ଵାମୀ ମନରେ ଥିବା ପ୍ରେମଭାବ ମଧ୍ୟ କମିଯିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବଲିଉଡରେ ଏପରି ଅଭିନେତ୍ରୀମାନେ ଅଛନ୍ତି; ଯେଉଁମାନେ ବିବାହ ପୂର୍ବରୁ ନିଜ ପ୍ରେମିକଙ୍କ ଦ୍ଵାରା ଗର୍ଭବତୀ ହୋଇଛନ୍ତି । ଏହା ବ୍ୟତୀତ ସେମାନେ ଯେଉଁମାନଙ୍କୁ ବିବାହ କରିଛନ୍ତି ସେମାନେ ବହୁତ ବଡ ଲୋକ ।

ମହିମା ଚୌଧୁରୀ :

ମହିମା ଚୌଧୁରୀ ବଲିଉଡ ଜଗତର ଚର୍ଚିତ ନାୟିକା କିନ୍ତୁ ବର୍ତ୍ତମାନ ସେ ଲାଇଟ ସାଉଣ୍ଡ କ୍ୟାମେରା ଦୁନିଆ ଠାରୁ ଦୂରରେ ଅଛନ୍ତି କିନ୍ତୁ ଏକ ସମୟ ଥିଲା ଯେତେବେଳେ ମହିମା ଚୌଧୁରୀଙ୍କ ସହ ବାଦ ବିବାଦର ଏକ ଘନିଷ୍ଟ ସମ୍ପର୍କ ଥିଲା । କେବେ ସୁଭାଷ ଘାଇଙ୍କ ସହ ସମ୍ପର୍କ ବିଛେଦ କରିଥିବା କାରଣରୁ ତ ପୁଣି କେବେ କଳାଧନ ରଖି ଥିବାରୁ ଯୋଗୁଁ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି କଳା ଧନ ଥିବା କାରଣରୁ ମହିମା ଚୌଧୁରୀ ଜେଲ ଯାଇଥିଲେ । ହେଲେ ସୀମା ଡେଇଁ ଗଲେ ଯେବେ ସେ ନିଜ ପ୍ରେମିକ ବାମ୍ବୀ ମୁଖାର୍ଜୀଙ୍କ ସହ ଏକ ବ୍ୟକ୍ତିଗତ ଅନୁଷ୍ଠାନରେ ଲୁଚି-ଲୁଚି ବିବାହ କରିଥିଲେ । ବିବାହର କିଛି ମାସ ପରେ ସେ ନିଜର ଗର୍ଭବତୀ ହେବାର ଖବର ମିଡ଼ିଆକୁ କହିଲେ । ବିବାହ ପୂର୍ବରୁ ସେ ଗର୍ଭବତୀ ହୋଇଥିଲେ ବୋଲି କୁହାଯାଏ ଏବଂ ସେ ଶୀଘ୍ର-ଶିଘ୍ର ନିଜ ପ୍ରେମିକଙ୍କ ସହ ବିବାହ କରିଥିଲେ ।

ଶ୍ରୀଦେବୀ :

ନିଜର ଅନେକ ଫିଲ୍ମରେ ନିଜର ଅଭିନୟରେ ଦର୍ଶକଙ୍କୁ ମୁଗ୍ଧ କରିଥିବା ହୱା-ହାୱାଇ ଗାର୍ଲ ଶ୍ରୀଦେବୀ ନିଜର ସମୟର ଲୋକପ୍ରିୟ ଏବଂ ସାହାସି ତାରକା ଥଲେ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି, ଶ୍ରୀଦେବୀ ବଲିଉଡର ଏପରି ଜଣେ ତାରକା ଯିଏ କି ବିବାହ ପୂର୍ବରୁ ଗର୍ଭବତୀ ହେବାର ଖବର ମିଡ଼ିଆକୁ ଦେଇଥିଲେ । ଫିଲ୍ମ “ରୂପ କି ରାଣୀ ଚୋରୋ କା ରାଜା”ର ଶୁଟିଂ ସମୟରେ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଦୁହେଁଙ୍କ ପରସ୍ପର ସମ୍ପର୍କ ଅତି ନିବିଡ ହୋଇଯାଇଥିଲା ।

ଯେତେବେଳେ ଶ୍ରୀଦେବୀଙ୍କର ଗର୍ଭବତୀ ହେବାର ଖବର ସାମ୍ନାକୁ ଆସିଲା ସେହି ସମୟରେ ବୋନି କପୁର ବିବାହିତ ଥିଲେ । କିନ୍ତୁ ୧୯୯୬ ମସିହାରେ ସେ ନିଜ ପତ୍ନୀ ମୋନା କପୁରଙ୍କୁ ଛାଡ଼ପତ୍ର ଦେଇ ଶ୍ରୀଦେବୀଙ୍କ ସହ ବିବାହ କରିଥିଲେ । ବିବାହର କିଛି ମାସ ପରେ ଶ୍ରୀଦେବୀ ନିଜର ବଡ଼ ଝିଅ ଜାହ୍ନବୀ କପୁରଙ୍କୁ ଜନ୍ମ ଦେଲେ।

ସେଲିନା ଜେଟଲୀ :

ମିସ ଇଣ୍ଡିଆ ସେଲିନା ଜେଟଲି ବିବାହ ପୂର୍ବରୁ ନିଜର ପ୍ରେମିକଙ୍କ ଦ୍ଵାରା ଗର୍ଭବତୀ ହୋଇଥିଲେ ଏଥିପାଇଁ ସେ ଗର୍ଭପାତର ସହାୟତା ନେଲେ । ଏହାପରେ ସେ ପିଟର ହଗଙ୍କୁ ଡେଟ କରିଲେ ଏବଂ ତାଙ୍କ ସହ ବିବାହ କରିଥିଲେ । ସୂଚନା ଆନୁଯାୟୀ ପିଟରଙ୍କୁ ପୂର୍ବରୁ ଜଣାଥିଲା ଯେ, ସାଲିନା ଗର୍ଭବତୀ ଅଛନ୍ତି । ଏହା ଜାଣି ମଧ୍ୟ ପିଟର ସାଲିନାଙ୍କୁ ବିବାହ କରିଥିଲେ । ପିଟରଙ୍କ ଦୁବାଇରେ ହୋଟେଲ ବ୍ୟବସାୟ ଅଛି ଏବଂ ସାଲିନା ମଧ୍ୟ ତାଙ୍କ ସହ ଅବ୍ରାଡରେ ରହୁଛନ୍ତି ।

କୋଙ୍କଣ ସେନ ଶର୍ମା :

କୋଙ୍କଣ ସେନ ଶର୍ମା ବଲିଉଡ ଏବଂ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପ୍ରତିଷ୍ଠିତ କଳାକାର ଅଟନ୍ତି । ଖବର ଅନୁସାରେ, ରଣବିର ଶୋରିଙ୍କୁ ବିବାହ କରିବା ପୂର୍ବରୁ ସେ ଅନ୍ୟ କାହାକୁ ଡେଟ କରୁଥିଲେ ଏବଂ ପୂର୍ବ ପ୍ରେମିକ ଦ୍ଵାରା ଗର୍ଭବତୀ ହୋଇଥିଲେ ।

ତା’ପରେ ସେ ରଣବିର ଶୋରିଙ୍କୁ ଡେଟ କଲେ ଏବଂ ସେ ତାଙ୍କ ଦ୍ଵାରା ମଧ୍ୟ ଗର୍ଭବତୀ ହୋଇଥିଲେ । ସେଥିପାଇଁ ସେମାନେ ଶୀଘ୍ର ବିବାହ କରିଥିଲେ । ଆଜି ସେମାନେ ସମ୍ପୂର୍ଣ୍ଣ ରୂପରେ ଅଲଗା ହୋଇ ଯାଇଛନ୍ତି ଏବଂ କୋଙ୍କଣ ନିଜେ ଏକୁଟିଆ ନିଜ ପୁତ୍ରର ଭୋରଣ ପୋଷଣ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.