ଏହି ୫ ଟି କାର୍ଯ୍ୟ ଅଧିକ ସମୟ ପର୍ଯ୍ୟନ୍ତ କରନ୍ତୁ ନାହିଁ, ନଚେତ ପସ୍ତେଇବେ

ଚାଣକ୍ୟ ନୀତି ଚାଣକ୍ୟ ଦ୍ବାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ।ଯେଉଁଥିରେ ଜୀବନକୁ ସଫଳ ଓ ସୁଖଦାୟକ କରିବା ପାଇଁ ଉପଦେଶ ଦିଆଯାଇଛି। ଏହି ଗ୍ରନ୍ଥ ର ଉଦ୍ଧେଶ୍ୟ ହେଉଛି ମାନବ ସମାଜକୁ ଜୀବନର ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେବା ।ଚାଣକ୍ୟ ଜଣେ ବହୁତ ବିଜ୍ଞ ଓ ମହାନ ଜ୍ଞାନୀ ବ୍ୟକ୍ତି ଥିଲେ। ସେ ତାଙ୍କ ବୁଦ୍ଧି ବଳରେ ଚନ୍ଦ୍ର ଗୁପ୍ତ ଙ୍କୁ ରାଜା ବନେଇ ଦେଇଥିଲେ। ଆସନ୍ତୁ ଜାଣିବା ତାଙ୍କର ଏମିତି କିଛି ଉପଦେଶ ଯାହାକି ଆପଣଙ୍କ ଜୀବନ କୁ ସଫଳମୟ ବନେଇ ପାରିବ।

ଚାଣକ୍ୟ ନୀତି ଅନୁସାରେ ଏମିତି କିଛି କାମ ଅଛି ଯାହା କରିବା ଦ୍ୱାରା ଆପଣ ଏକ ସ୍ୱାସ୍ଥ୍ୟକର ଜୀବନ ଅତିବାହିତ କରି ପାରିବେ ଏବଂ ଆପଣଙ୍କ ଜୀବନକୁ ସୁଖଦାୟକ କରି ପାରିବେ ଅନ୍ୟଥା ଜୀବନ ଦୁଖଃମୟ ହୋଇଯିବ।ସ୍ୱାସ୍ଥ୍ୟ ହାନି ହେବ।

ତେବେ ଆସନ୍ତୁ ଜାଣିବା ଏମିତି ୫ ଟି କାମ ବିଷୟରେ ଯାହାକୁ ଖୁବଶୀଘ୍ର କରିନେବା ଉଚିତ।

୧:- ସ୍ନାନ;-

ସ୍ନାନ କରିବା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ମାତ୍ର ଅଧିକ ସମୟ ଧରି ଗାଧୋଇବା ଦ୍ବାରା ଆପଣଙ୍କୁ ଥଣ୍ଡା,କାଶ, ଛିଙ୍କ ଏବଂ ଜୋର ପରି ଅନେକ ରୋଗ ହୋଇଥାଏ। ତେଣୁ ଯେତେ ଶୀଘ୍ର ସମ୍ଭବ ଗାଧୋଇ ନେବା ଉଚିତ।ପ୍ରଭାତ ରେ ସ୍ନାନ କରିବା ସ୍ୱାସ୍ଥ୍ୟ ପ୍ରତି ଲାଭ ଦାୟକ।ତେଣୁ ପ୍ରଭାତ ସମୟରେ ଜଲଦି ଗାଧୋଇବା ନେବା ଉଚିତ।

୨:- ଶୋଇବା;-

ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ପାଇଁ ଭଲ ଭାବରେ ଶୋଇବା ଉଚିତ।ଉତ୍ତମ ନିଦ ହୋଇଗଲା ପରେ ମନକୁ ଶାନ୍ତି ଲାଗିଥାଏ।ତେଣୁ ଶୋଇବା ଲାଗି ବେଶୀ ସମୟ ଲଗେଇବା ଉଚିତ ନୁହେଁ।ଯେତେ ଶୀଘ୍ର ସମ୍ଭବ ସୋଇଯିବା ଉଚିତ।ଯେଉଁମାନଙ୍କୁ ଶୀଘ୍ର ନିଦ୍ରା ଆସିନଥାଏ ଏବଂ ଶୋଇବାକୁ ବିଳମ୍ବ କରନ୍ତି ସେମାନଙ୍କ ମସ୍ତିଷ୍କ ଅଶାନ୍ତ ରହିଥାଏ। ତେଣୁ ଯୋଗ ଧ୍ୟାନ କରନ୍ତୁ କିମ୍ବା ଶାରୀରିକ ପରିଶ୍ରମ କରିବା ଦ୍ୱାରା ନିଦ ଶୀଘ୍ର ଆସିଥାଏ।

୩:- ବିଛଣା ଛାଡ଼ିବା;-

ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଦ୍ୱାରା ଶରିର ସୁସ୍ଥ ରହିବା ସହିତ ମସ୍ତିଷ୍କ ମଧ୍ୟ ସୁସ୍ଥ ରହିଥାଏ। କାରଣ ସେତେବେଳେ ପରିବେଶ ଶାନ୍ତ ଏବଂ ପରିଷ୍କାର ରହିଥାଏ। ପ୍ରଭାତ ରେ ଶୀଘ୍ର ଉଠିବା କୁ ହେଲେ ରାତ୍ରି ରେ ଶୀଘ୍ର ଶୋଇବାକୁ ପଡ଼ିବ।

୪:-କାମ କ୍ରୀଡ଼ା;-

କାମ କ୍ରୀଡ଼ା ଅଥବା ରାତ୍ରି କ୍ରୀଡ଼ାରେ ସ୍ୱାମୀ ସ୍ତ୍ରୀ ଙ୍କୁ ଅଧିକ ସମୟ ଲଗେଇବା ଉଚିତ ନୁହେଁ କାରଣ ବିଳମ୍ବ ହେଲେ ଶରିର ଥକାପଣ ଅନୁଭବ କରେ ଯାହା ଦ୍ୱାରା ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ସ୍ୱାସ୍ଥ୍ୟ ଖରାପ ମଧ୍ୟ ହୋଇଥାଏ। ତେଣୁ ଚାଣକ୍ୟ କୁହନ୍ତି କି ଉତ୍ତମ ସାଂସାରିକ ଜୀବନ ପାଇଁ ସ୍ୱାମୀ ସ୍ତ୍ରୀ ଙ୍କୁ ଖୁବ ଶିଘ୍ର ରାତ୍ରି କ୍ରୀଡ଼ା କରିବା ଉଚିତ।

୫:- ବ୍ୟାୟାମ କରିବା;-

ବ୍ୟାୟାମ କରିବା ଦ୍ୱାରା ସ୍ୱାସ୍ଥ୍ୟ ନିରୋଗ ରହିଥାଏ। ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।ଋତୁ ପରିବର୍ତ୍ତନ ହେଲେ ମଧ୍ୟ ଶରିର ସୁସ୍ଥ ରହିଥାଏ। ମାତ୍ର ବ୍ୟାୟାମ ଅଧିକ ସମୟ ଧରି କରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ। ଏହାଦ୍ବାରା ଶରିର କ୍ଲାନ୍ତି ଅନୁଭବ କରେ।ଶରିର ରେ ଦରଜ କରିଥାଏ।ତେଣୁ ସେତିକି ସମୟ ଧରି ବ୍ୟାୟାମ କରନ୍ତୁ ଯେତିକି ଆପଣଙ୍କ ଶରିର ସହନ କରି ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।